ଲକଡାଉନ ବେଳେ ସକାଳ ୬ରୁ ୧୨ଯାଏଁ ଖୋଲିବ ପନିପରିବା ଦୋକାନ । ଗାଡିରେ ନୁହେଁ ଚାଲିଚାଲି ଯାଇ ପନିପରିବା କିଣିବେ ଲୋକେ ।

742

କନକ ବ୍ୟୁରୋ : ରାଜ୍ୟରେ ଆସନ୍ତା ମେ’୫ରୁ ୧୯ ଯାଏଁ ଲକଡାଉନ ଲାଗୁ ହେବ । କରୋନା ସଂକ୍ରମଣରେ ବ୍ରେକ ଦେବାକୁ ଏଭଳି ନିଷ୍ପତି ନେଇଛନ୍ତି ସରକାର । ତେବେ ଲକଡାଉନ ସମୟରେ ସକାଳ ୬ରୁ ୧୨ଟା ଯାଏଁ ଫଳ, ପନିପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ । ସୋମବାରରୁ ଶୁକ୍ରବାର ଏହି ଦୋକାନ ଗୁଡିକ ଖୋଲା ରହିବ । ତେବେ କୌଣସି ଲୋକ ପନିପରିବା କିଣିବା ପାଇଁ ଗାଡି ଧରି ଯାଇପାରିବେନି । ନିଜ ପାଖ ଅଞ୍ଚଳରୁ ଚାଲି ଚାଲି ଯାଇ ପନିପରିବା କିଣି ପାରିବେ ଲୋକେ । କୋଭିଡ ଗାଇଡଲାଇନ ଅନୁଯାୟୀ ଦୋକାନ ଗୁଡିକ ଖୋଲା ରହିବ ।
ତେବେ ଲକଡାଉନ ସମୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ତାହା ଉପରେ ଥରେ ନଜର ପକାନ୍ତୁ?

ଲକଡାଉନରେ କ’ଣ ଖୋଲା ?

  •  ଲକଡାଉନ ସମୟରେ ଟିକାକରଣ ଜାରି ରହିବ
  • ଲୋକେ ନିଜର କୋଭିଡ ପରୀକ୍ଷା କରାଇପାରିବେ
  • ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ
  • ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଚଳାଚଳ କରିବ ଆମ୍ବୁଲାନ୍ସ
  • ଜାରି ରହିବ ବ୍ୟାଙ୍କ ଓ ଏଟିଏମ ସେବା
  • ଲୋକେ ହୋଟେଲ ବା ରେସ୍ତୋରାଁରେ ବସି ଖାଇ ପାରିବେ ନାହିଁ। କେବଳ ପାର୍ସଲ ନେବାକୁ ଅନୁମତି ଦିଆଯିବ
  • ଲକଡାଉନ ଓ ସଟଡାଉନ ସମୟରେ ଅନଲାଇନ ଡେଲିଭରୀ ଓ ହୋମ ଡେଲିଭରୀକୁ ମିଳିବ ଅନୁମତି
  • ସମସ୍ତ ପ୍ରକାରର ଔଷଧ ଦୋକାନ ଖୋଲା ରହିବ
  • କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ
  • ପରିବହନ ସେବା କଟକଣା ମୁକ୍ତ ହେବ
  • ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ
  • ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ
  • ଘରଠୁ ୫୦୦ମିଟର ଦୂରତା ଭିତରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ସୋମବାରରୁ ଶୁକ୍ରବାର ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ। ଶନିବାର ଓ ରହିବାର ଏହି ସେବା ଉପଲବ୍ଧ ହେବ ନାହିଁ
  • ବିବାହ କାର୍ଯ୍ୟ ପାଇଁ ସର୍ବାଧିକ ୫୦ଜଣଙ୍କୁ ଓ ଅନ୍ତିମ ସଂସ୍କାର ପାଇଁ ସର୍ବାଧିକ ୨୦ଜଣଙ୍କୁ ଅନୁମତି

ଲକଡାଉନରେ କ’ଣ ବନ୍ଦ ?

  • ଯାତ୍ରୀବାହୀ ବସ ଚଳାଚଳ ଉପରେ କଟକଣା
  • ଅଟୋ ରିକ୍ସା, ଟ୍ୟାକ୍ସି, କ୍ୟାବ ଚଳାଚଳ ଉପରେ କଟକଣା
  • ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ
  • ସିନେମା ହଲ୍, ମଲ୍, ଜିମ୍, ସୁଇମିଂ ପୁଲ, ପାର୍କ ଓ ବାର ବନ୍ଦ
  • ସାପ୍ତାହିକ ଓ ଦୈନିକ ହାଟ ଚାଲିପାରିବ ନାହିଁ
  • ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶ ଉପରେ କଟକଣା
  • ଯାତ୍ରା, ଅପେରା, ସ୍ପା, ସେଲୁନ, ବ୍ୟୁଟି ପାର୍ଲର ବନ୍ଦ ରହିବ
  • ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା