କନକ ବ୍ୟୁରୋ: ପନିପରିବା ବିକ୍ରେତାଙ୍କ ପୁଅ ଚାର୍ଟାର୍ଡ ଆକାଉଣ୍ଟଟାଣ୍ଟ ପରୀକ୍ଷାରେ ସଫଳ ହେବା ପରେ ମାଁ କାନ୍ଦୁଥିବାର ଏକ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡୋମ୍ବିବଲିରେ ରହୁଥିବା ପନିପରିବା ବିକ୍ରେତାଙ୍କ ପୁଅ ଯୋଗେଶ୍ ନିକଟରେ ତାଙ୍କର ସିଏ ପରୀକ୍ଷାରେ ସଫଳ ହୋଇଛନ୍ତି ।

Advertisment

ବର୍ତ୍ତମାନ ଭାଇରାଲ ହେଉଥିବା ୪୫ ସେକେଣ୍ଡର ଭିଡିଓରେ ଯୋଗେଶ୍ ତାଙ୍କ ମା ଙ୍କ ପରିବା ଷ୍ଟଲ ଆଡକୁ ଯାଉଛନ୍ତି ଏବଂ ତାଙ୍କ ମାଙ୍କୁ ପରୀକ୍ଷାରେ ସଫଳ ହେବାର ଖବର ଦେଉଛନ୍ତି ଓ ତାଙ୍କ ମା ତାଙ୍କୁ ଖୁସିରେ ଆଖିରୁ ଝରୁଥିବା ଲୁହ ସହ ଯୋଗେଶଙ୍କୁ ଆଲିଙ୍ଗ କରୁଥିବାବେଳର ଦୃଶ୍ୟ ଦେଖାଯାଉଛି ।

ଯୋଗେଶ ସିଏ ପରୀକ୍ଷାରେ ସଫଳ ହୋଇଛନ୍ତି ଏବଂ ତାଙ୍କର ଏହି ସଫଳତା ତାଙ୍କ ମାଙ୍କ ପାଇଁ ଦୁନିଆର ସବୁଠାରୁ ବଡ ଖୁସି । ଯୋଗେଶଙ୍କ ମା ଗତ ୨୫ ବର୍ଷ ହେଲାଣି ଡୋମ୍ବିବଲିରେ ପନିପରିବା ବିକ୍ରିକରି ଜୀବିକା ନିର୍ବାହ କରନ୍ତି । ତାଙ୍କ ପୁଅର ଏହି ସଫଳତା ଦେଖି ତାଙ୍କ ଅଖିରୁ ଲୁହ ଝରିବା ବନ୍ଦ ହଉନି ।

ମହାରାଷ୍ଟ୍ରର ଜନସମ୍ପର୍କ ବିଭାଗର ମନ୍ତ୍ରୀ ରବିନ୍ଦ୍ର ଚଭାନ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ସେୟାର କରିଛନ୍ତି । ଭିଡିଓକୁ ସେୟାର କରି ସେ କହିଛନ୍ତି ଯେ, ତୁମ ଉପରେ ଗର୍ବ । ଗାନ୍ଧୀନଗର ଡୋମ୍ବିବଲି ପୂର୍ବରେ ଗିରନାର ମିଠା ଦୋକାନ ପାଖରେ ପନିପରିବା ବିକ୍ରି କରୁଥିବା ଥୋମ୍ବରେ ମାଭାସିଙ୍କ ପୁଅ ଯୋଗେଶ ଚାର୍ଟାର୍ଡ ଆକାଉଣ୍ଟଟାଣ୍ଟ ହୋଇପାରିଛନ୍ତି । ଶକ୍ତି, ନିଷ୍ଠା ଏବଂ ପରିଶ୍ରମ ବଳରେ ଯୋଗେଶ କଠିନ ପରିସ୍ଥିତି ମଧ୍ୟରେ ଏହି ଚମତ୍କାର କରି ଦେଖାଇଛନ୍ତି । ତାଙ୍କ ମାଙ୍କର ଏହି ଖୁସିର ଲୁହର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟଠୁ ବି ଖୁବ ମୂଲ୍ୟବାନ । ଯୋଗେଶ୍ ସିଏ ପରି ଏକ କଠିନ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଏବଂ ତାଙ୍କୁ ଏଥିପାଇଁ ଯେତେ ପ୍ରଶଂସା କରିଲେ ମଧ୍ୟ ତାହା ବହୁତ କମ୍ ।

ଏହି ଉପଲବ୍ଧି ହାସଲ କରିବାରେ ଯୋଗେଶଙ୍କର ପରିଶ୍ରମ ଯେତିକି ଅଛି ୟାଠାରୁ ବହୁତ ଅଧିକ ପରିଶ୍ରମ ଏବଂ ତ୍ୟାଗ ତାଙ୍କ ମା କରିଛନ୍ତି । ଯୋଗେଶଙ୍କ ମା ୨୫ ବର୍ଷ ତଳେ ୨୦୦ ଟଙ୍କା ଧାର ମାଗି ପନିପରିବା ବିକ୍ରି ଆରମ୍ଭ କରିଥିଲେ ।