ବାତ୍ୟା ଲଗାଇଲା ପରିବା ବଜାରରେ ନିଆଁ ! ଖବର ଶୁଣି ପରିବା ଦର ଆକାଶ ଛୁଆଁ । ପିଆଜ ୭୦କୁ, ପୋଟଳ ୬୦ । ବାୟା କଲା ବିଲାତି ଦର

1,820

କନକ ବ୍ୟୁରୋ: ବାତ୍ୟା ବଢାଇଲା ପରିବା ଦର । ବାତ୍ୟା ଖବର ଶୁଣି ବଜାରରେ ହୁ ହୁ ହୋଇ ବଢିଲା ପରିବା ଦର । ଗୋଟିଏ ପଟେ ସମ୍ଭାବ୍ୟ ବତ୍ୟା ଖବର ଗଣମାଧ୍ୟରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିିଥିବା ବେଳେ ଅନ୍ୟପଟେ ଲୋକଙ୍କ ଆବଶ୍ୟକତାର ଫାଇଦା ନେଉଛନ୍ତି ବେପାରୀ । ବାତ୍ୟା ଆଳରେ ପରିବା ଦରକୁ ମନଇଚ୍ଛା ବଢାଇଛନ୍ତି ବେପାରୀ ।

ତେବେ ଓଡିଶା ପାଇଁ ବାତ୍ୟାର କୌଣସି ସୂଚନା ନଥିବା ବେଳେ ଲୋକେ କିନ୍ତୁ ଆଗୁଆ ପରିବା କିଣି ଗଚ୍ଛିତ ରଖୁଛନ୍ତି ଯାହା ଫଳରେ ପରିବା ବଜାରରେ ଲାଗିଛି ନିଆଁ ଆଉ ଦର ହୋଇଛି ଆକାଶ ଛୁଆଁ । ବଜାରରେ ପିଆଜ- ୭୦, ଆଳୁ-୨୪, ରସୁଣ- ୨୦୦, ଅଦା- ୧୫୦, ବାଇଗଣ- ୫୦, ପୋଟଳ- ୬୦, ବିଲାତି- ୫୦, ବିନସ୍- ୬୦, ବନ୍ଧାକୋବି- ୩୫ ଓ ଫୁଲକୋବି- ୬୦ ଟଙ୍କା ରହିଥିବା ଜଣାପଡିଛି ।

ସେପଟେ ଗତ କିଛି ଦିନ ତଳେ ଲଗାଣ ବର୍ଷା ପାଇଁ ପନିପରିବା ଫସଲ ନଷ୍ଟ ହୋଇଥିଲା । ଆଉ ଏହାର ସିଧାସଳଖ ପ୍ରଭାବ ପରିବା ବଜାର ଉପରେ ପଡିଥିଲା ମାତ୍ର ଏବେ ବାତ୍ୟା ଖବର ପରେ ପରିବା ଦର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଛି ।