ପରିବା ଖାଇବାକୁ ମାଡ଼ୁଛି ଡର, ହୁ ହୁ ହୋଇ ବଢୁଛି ଦର । କ୍ୟାପ୍ସିକମ୍ ଛୁଇଁଲା ଶହେ, ବିନ୍ସ କିଲୋ ୧୧୦ । କାଙ୍କଡ଼, ଝୁଡଙ୍ଗ ୬୦, କଲରା ୪୦ ଟପିଲା । ଲଗାଣ ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହୋଇଛି ପନିପରିବା ଚାଷ ।

495

କନକ ବ୍ୟୁରୋ : ପରିବା ଦର ଆକାଶ ଛୁଆଁ । ଖାଲି ଆଳୁ ପିଆଜ କାହିଁକି, ଅଧିକାଂଶ ପରିବା ଦର ୬୦ ଟଙ୍କା ଉପରେ । ବନ୍ୟା ଫସଲ ଉଜାଡି ଦେଇଥିବା ବେଳେ ଟନ ଟନ ପରିବା ଫସଲ ନଷ୍ଟ ହୋଇଥିଲା ଆଉ ଯାହାର ପ୍ରଭାବ ପଡିଛି ପରିବା ବଜାର ଉପରେ । ଦରରେ ଏମିତି ନିଆଁ ଲାଗିଛି ଯେ ଛୁଇଁବା ବି ମୁସକିଲ ହୋଇଯାଇଛି ।

ବିନ୍ସ କିଲୋ ୧୧୦, କ୍ୟାପ୍ସିକମ୍ କିଲୋ ୧୦୦, କାଙ୍କଡ଼ କିଲୋ ୬୦, ଝୁଡ଼ଙ୍ଗ କିଲୋ ୬୦, କଲରା କିଲୋ ୪୦, ସଜନା ଛୁଇଁ ୪୦, ପୋଟଳ କିଲୋ ୪୦, କଖାରୁ କିଲୋ ୩୦ । ପରିବାର ଦରରେ ଲାଗିଛି ନିଆଁ । ବଜାରରେ ଆକାଶଛୁଆଁ ପରିବା ଦର । କେଉଁ ପରିବାରେ ବି ହାତ ମାରିବା ସହଜ ହେଉନି । ଆଳୁ ଓ ପିଆଜ ଦର ବି ଆକାଶଛୁଆଁ ହେଲାଣି । ଅନ୍ୟ ପରିବା ଦର ପାଖାପାଖି ୬୦ରୁ ଅଧିକ ରହିଛି । କିଛି ପରିବା ଦର ଶହେ ଉପରେ ବି ଅଛି । ବନ୍ୟାରେ ଚାଷ ଉଜୁଡିଯିବା ଯୋଗୁଁ ପରିବା ଦର ଏଭଳି ଥିବା କୁହାଯାଉଛି ।

ଏପରିକି ପରିବା ଭେଣ୍ଡି ଅନେକ ସ୍ଥାନରେ ୫୦ରୁ ଅଧିକ ରହିଥିବାବେଳେ ବାଇଗଣ, ଟମାଟ ଦର କିଲୋପ୍ରତି ୫୦ରୁ ଅଧିକ ଟଙ୍କା ରହିଛି । ପୋଟଳ, କାଙ୍କଡ, ଝୁଡଙ୍ଗ ଓ ବିନ୍ସ ଭଳି ପରିବା ୭୦ ଉପରେ ଅଛି । ଅନ୍ୟ କିଛି ପରିବା ଶହେ ଉପରେ ରହିଛି । କରୋନା ମହାମାରୀ ସମୟରେ ଜୀବିକା ପାଇଁ ଲୋକେ ସଂଘର୍ଷ କରୁଥିବା ବେଳେ ପରିବା ଦର ଲୋକଙ୍କୁ ବେଶ ବାଧିଛି ।

ପ୍ରଥମେ କରୋନା କଟକଣା ଯୋଗୁଁ ପରିବା ବିକ୍ରି କରି ପାରିନଥିଲେ ଚାଷୀ ଏବଂ ଟନ୍ ଟନ୍ ପରିବା ନଷ୍ଟ ହୋଇଥିଲା । କିଛି ସୁଧାର ହେବା ବେଳକୁ ବଇରି ସାଜିଲା ଲଗାଣ ବର୍ଷା ଓ ବନ୍ୟା । ଆଳୁ, ପିଆଜ, ଟମାଟୋ, ଝୁଡଙ୍ଗ ସବୁ ପରିବାର ଦର ଏବେ ଉପରମୁହାଁ ।

Comments are closed.