କନକ ବ୍ୟୁରୋ: ନିର୍ବାଚନ ସରିବା ପରେ ବଢିଲାଣି ବଜାର ଦର । ବିଶେଷ କରି ପରିବା ଦର ଆକାଶ ଛୁଆଁ ହୋଇଛି । ଅଧିକାଂଶ ପରିବାର ରେଟ୍ ୮୦ ଟଙ୍କା ଉପରେ । କଟକ ଛତ୍ରବଜାର ପରିବା ମାର୍କେଟରେ ବାଇଗଣ କିଲୋ ୨୦ରୁ ୪୦ ଟଙ୍କା ରହିଛି । କାକୁଡି ୮୦, ଝୁଡଙ୍ଗ ୧୦୦ ଟଙ୍କା ରହିଛି । ସେହିପରି ପୋଟଳ ୮୦ ଟଙ୍କା ଓ ଜହ୍ନି ୬୦ ଟଙ୍କାରେ ବିକ୍ରି ହେଉଛି । ଅଦା ରସୁଣ ବି ଏଥିରୁ ବାଦ ପଡିନାହାଁନ୍ତି । ପରିବା ଉଚ୍ଚ ଦର ଯୋଗୁଁ ମଧ୍ୟବିତ୍ତ ଗ୍ରାହକଙ୍କ ପାଇଁ ପରିବା କିଣିବା କଷ୍ଟକର ହେଉଛି ।

Advertisment

ପରିବା ଦର:

ଟମାଟୋ- ୬୦
ବାଇଗଣ- ୩୦
ଭଣ୍ଡା- ୨୦
କାଙ୍କଡ଼- ୮୦
ପୋଟଳ- ୫୦
ସିମଲା- ୧୪୦
ବିନ୍ସ- ୧୨୦
ଗାଜର- ୩୦
କଖାରୁ- ୧୫
କୁନ୍ଦୁରୀ- ୪୦
ଜହ୍ନି- ୫୦
ଆଳୁ- ୩୦-୩୫
ପିଆଜ- ୪୫-୫୦