ପରିବା ଦରରେ ଲାଗିଛି ନିଆଁ । ଦର ଶୁଣି ଲାଗେ ଛାନିଆଁ…

222

କନକ ବ୍ୟୁରୋ: ପରିବା ଦରରେ ଲାଗିଛି ନିଆଁ । ଦର ଶୁଣି ଲାଗେ ଛାନିଆଁ । କାର୍ତ୍ତିକ ମାସରେ ଆକାଶ ଛୁଆଁ ହୋଇଛି ପରିବା ଦର । ବଜାରରେ ଯାହା କିଣିଲେ ତାର ଦାମ ଅଧିକ ରହିଛି । ପନିପରିବା ଦରର ଭାଉ ଏତେ ଯେ ବଜାରକୁ ୫୦୦ ଟଙ୍କା ନେଇ ଗଲେ ବି ବ୍ୟାଗ ଫୁଲ୍ ହେଉନି । ଦୋକାନୀ ବିକୁଥିବା ଯେକୌଣସି ପରିବା ପଚାରିଲେ ଦାମ ଦେଉଛି ପକେଟକୁ ଝଟକା ।

ତେବେ ନଜର ପକାନ୍ତୁ ୟୁନିଟ୍ ୱାନ ମାର୍କେଟର ପରିବା ଦର ଉପରେ…
ଆଳୁ- ୨୦ ଟଙ୍କା
ପିଆଜ- ୪୦ ଟଙ୍କା
ବାଇଗଣ- ୫୦ ଟଙ୍କା
ବିଲାତି- ୪୦ ଟଙ୍କା
ଜହ୍ନି- ୮୦ ଟଙ୍କା
ସାରୁ- ୨୫ ଟଙ୍କା
ପୋଟଳ- ୬୦ ଟଙ୍କା
କଲରା- ୫୦ ଟଙ୍କା
କଖାରୁ- ୧୫ ଟଙ୍କା
କାକୁଡି- ୬୦ ଟଙ୍କା
ଝୁଡଙ୍ଗ- ୬୦ ଟଙ୍କା
ବିନ- ୬୦ ଟଙ୍କା
ଭଣ୍ଡା- ୨୦ ଟଙ୍କା
ଗାଜର- ୪୦ ଟଙ୍କା
ମୂଳା (ବିଡା)- ୩୦ ଟଙ୍କା
କୋଶଳା (ବିଡା)- ୧୦ ଟଙ୍କା
ଫୁଲ କୋବି (ଗୋଟା)- ୪୦ ଟଙ୍କା
ବନ୍ଧା କୋବି (ଗୋଟା)- ୩୦ ଟଙ୍କା
ଛତୁ- ୧୬୦ ଟଙ୍କା