କନକ ବ୍ୟୁରୋ: ଦିନକୁ ଦିନ କରୋନା ସଂକ୍ରମିତ ସହ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି କରୋନା ପାଇଁ ଅନେକ ଜୀବନ ଜୀବିକା ହରାଇଥିବା ବେଳେ ପନିପରିବା ଚାଷ ବି ପ୍ରଭାବିତ ହୋଇଛି । ଉତ୍ପାଦନ କମ ହେବାରୁ ପନିପରିବା ଦର ଆକାଶ ଛୁଅାଁ ହୋଇଛି । ଫଳରେ ଖାଉଟିଙ୍କ ଉପରେ ସିଧାସଳଖ ଏହାର ପ୍ରଭାବ ପଡଛି
ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ସାପ୍ତାହିକ ହାଟ । ତାଜା ଓ ତଟକା ପନିପରିବା ପାଇଁ ଏଠାରେ ଲୋକଙ୍କ ଭିଡ ଲାଗେ । କରୋନା କାଳରେ ହାଟକୁ ଲୋକେ ଆସୁଛନ୍ତି । ହେଲେ ପରିବା ଦର ଶୁଣି ଛାନିଆ ହୋଇଯାଉଛନ୍ତି । କୁଚିଣ୍ଡା ସପ୍ତାହିକ ହାଟରେ ପରିବା ଦର କେତେ ଅଛି, ଏବେ ଆସନ୍ତୁ ନଜର ପକାଇବା ।
ପରିବା କିଲୋ ପ୍ରତିି ଦର
ଟମାଟୋ ୮୦ ଟଙ୍କା
ବାଇଗଣ ୫୦ ଟଙ୍କା
କଲରା ୧୦୦ ଟଙ୍କା
ଦେଶି କାଙ୍କଡ ୨୦୦ ଟଙ୍କା
ଝୁଡଙ୍ଗ ୮୦ ଟଙ୍କା
ଫୁଲକୋବି ୧୦୦ ଟଙ୍କା
ବନ୍ଧାକୋବି ୮୦ ଟଙ୍କା
ସଜନା ଛୁଇଁ ୧୨୦ ଟଙ୍କା
ଏହାସହ ଆଳୁ କିଲୋ ୩୦ ଟଙ୍କା ରହିଥିବା ଅନ୍ୟାନ୍ୟ ପନିପରିବା ଦର ୫୦ ଉପରେ ରହିଛି । ଫଳରେ ୫୦୦ ଟଙ୍କାରେ ବ୍ୟାଗ ପୁରୁନାହିଁ । ତେବେ ବର୍ଷା ଅଭାବ ସ୍ଥାନୀୟ ଅଂଚଳରେ ପନିପରିବା ଭଲ ହୋଇନଥିବା ବେଳେ କରୋନା କଟକଣା ଯୋଗୁଁ ବାହାରୁ ଚାହିଦା ମୁତାବକ ପରିବା ଆସୁନଥିବା କହିଛନ୍ତି ବ୍ୟବସାୟୀ । ତେଣୁ ଦର ବୃଦ୍ଧି କରିବାକୁ ବାଧ୍ୟ ବୋଲି କୁହନ୍ତି ବ୍ୟବସାୟୀ । ପୁଣି ଚାଷୀ ଜମିରୁ ନୂଆ ଫସଲ ଅମଳ ନହେବା ଯାଏଁ ଏଭଳି ଚଢା ଦର ଆହୁରି କିଛି ଦିନ ରହିବ ବୋଲି ସାଧାରଣରେ ଚର୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/7e17ba860184d182aad4bf75ccebe8fd.jpg)