କନକ ବ୍ୟୁରୋ : ପରିବା ଦର ଏବେ ଆକାଶ ଛୁଆଁ । ଶହେ ଟଙ୍କା ତଳକୁ ପରିବା ମିଳିବା ପ୍ରାୟ ଅସମ୍ଭବ ହୋଇପଡ଼ିଲାଣି । ଏପରିକି ଅନେକ ପରିବା ଦର ଦୁଇ ଶହ ଟଙ୍କା ଉପରେ ମଧ୍ୟ ବିକ୍ରି ହେଉଛି । ସପ୍ତାହେ ହେବ ପରିବା ଦର ଉପରମୁହାଁ ହୋଇ ରହିଛି । ପରିବା ଦର ବୃଦ୍ଧିକୁ ନେଇ ବିରୋଧୀ ମଧ୍ୟ ଆଗକୁ ଆସିଛନ୍ତି । ମନ୍ତ୍ରୀଙ୍କ ବାସଭବନକୁ ପରିବା ଓ ଟମାଟୋ ଫିଙ୍ଗିଛନ୍ତି । ପରିବା ଦର ବଢୁଥିବାରୁ ଲୋକେ ବଜାରରୁ କମ୍ ପରିବା କିଣୁଛନ୍ତି ।

Advertisment

ଗୋଟିଏ କିଲୋ ପରିବା କିଣିବା ଜାଗାରେ ଅଢେଇଶ ଓ ଅଧ କିଲୋରେ ଚଳାଇ ନେଉଛନ୍ତି । ଦେଖିବାକୁ ଗଲେ ରୋଷେଇ ଘରୁ ଏବେ ପରିବା ଉଭାନ ହୋଇଗଲାଣି । ଖାଇବା ଥାଳିରେ ଏବେ ଆଉ ପରିବା ତରକାରୀ ଦେଖିବାକୁ ମିଳୁନାହିଁ । ବିନା ପରିବାର ତରକାରୀରେ ଚଳାଇ ନେଉଛନ୍ତି ଲୋକେ । ଦର ବୃଦ୍ଧି ଯୋଗୁ ହୋଟେଲରେ ଖାଇବା ଥାଳିରେ ପରିବା ତରକାରୀ କମ୍ ରହିଛି ନା ଖାଇବା ଥାଳିର ଦାମ୍ ଅଧିକ ରହିଛି । ହୋଟେଲରେ ଖାଇବା ଥାଳି ଉପରେ ପରିବା ଦର ବୃଦ୍ଧିର କ’ଣ ପ୍ରଭାବ ପଡିଛି ।

ଖୋର୍ଦ୍ଧା ଜିଲ୍ଳାର ବିଭିନ୍ନ ସ୍କୁଲରେ ସିଧାସଳଖ ପରିବା ଦର ବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିଛି । ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆ ଯାଉଥିବା ଡ଼ାଲିରେ କେବଳ ଆଳୁ ଓ କଖାରୁ ପକାଇ ଡାଲମା କରିବାକୁ ବାଧ୍ୟ ହେଉଛନ୍ତି, ମଧ୍ୟାହ୍ନ ଯୋଜନା ଦାୟୀତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ । ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଯେତେ ଟଙ୍କା ଦିଆଯାଉଛି, ସେଥିରେ ମହଙ୍ଗା ପରିବା ଆଣି ଡାଲମା କରିବା ସମ୍ଭବ ହେଉନଥିବା ସେମାନେ କହିଛନ୍ତି । ପୋଟଳ, କାଙ୍କଡ଼ ଏବଂ ଟମୋଟା ଭଳି ପରିବା ନଦେଇ ଡାଲମା କରାଯାଉଛି ।