କନକ ବ୍ୟୁରୋ: ଆଳୁ ସଙ୍କଟ ଭିତରେ ପରିବା ଦର ମଧ୍ୟ ବଢିଥିବା ଦେଖିବାକୁ ମିଳିଛି। ରାଜଧାନୀ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଧିକାଂଶ ପରିବା ଦର ୫୦ଟଙ୍କା ଉପରେ ରହିଛି। ଆଳୁ ଦର ଏବେ ରାଜଧାନୀରେ କିଲୋ ପ୍ରତି ୪୦ ଟଙ୍କା ଥିବା ବେଳେ , ପୋଟଳ ୪୦ଟଙ୍କା, ଭେଣ୍ଡି ୫୦ଟଙ୍କା , ଟମାଟୋ ୫୦ଟଙ୍କା, ପିଆଜ ୪୦ଟଙ୍କା, କାଙ୍କଡ଼ ୫୦, ଛୁଇଁ ୮୦ ଟଙ୍କା, ବିନ୍ସ ୧୦୦ ଟଙ୍କା ରହିଛି।

Advertisment

କଟକରେ ଆଳୁ ଦର ୪୫ଟଙ୍କା , ଟମାଟୋ ୬୦, ବାଈଗଣ ୩୦, ପିଆଜ ୩୫, ଝୁଡଙ୍ଗ ୩୦, ବିନ୍ସ ୪୦ ଟଙ୍କାରେ ବିକ୍ରି ହେଉଛି। ବର୍ଷା ଋତୁରେ ସାଧାରଣତଃ ପରିବା ଦର କମ ରହିଥାଏ। କିନ୍ତୁ ଅଧିକାଂଶ ପରିବାର ବାହାର ରାଜ୍ୟରୁ ଆମଦାନୀ ହେଉଥିବାରୁ ପରିବା ଦର ଅଧିକ ରହୁଥିବା କୁହାଯାଉଛି।