କନକ ବ୍ୟୁରୋ: ଆକାଶ ଛୁଆଁ ପରିବା ଦର । ଶହେ ଟଙ୍କା ତଳକୁ ପରିବା ମିଳିବା ପ୍ରାୟ ଅସମ୍ଭବ ହୋଇପଡ଼ିଲାଣି । ସ୍ଥିତି ଏପରି ହେଲାଣି ଯେ, ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆ ଯାଉଥିବା ଡାଲମାରେ ପରିବା ନାହିଁ । କେବଳ ଅମୃତ ଭଣ୍ଡା, କଖାରୁ ଓ ଆଳୁରେ ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଛି ଡାଲମା । ସେପଟେ ବିଧାୟକ ପ୍ରକାଶ ସୋରେନ୍ ପରିବା ଦର ବୃଦ୍ଧି ତାଙ୍କୁ କେମିତି ପ୍ରଭାବିତ କରିଛି, ସେକଥା କହିଛନ୍ତି ।

Advertisment

ବାରିପଦାରୁ ନିର୍ବାଚିତ ହୋଇଥିବା ବିଜେପି ବିଧାୟକ ପ୍ରକାଶ ସାରେନ୍ ପରିବା ଦରକୁ କେବଳ ଅସନ୍ତୋଷ ପ୍ରକାଶ କରୁ ନାହାଁନ୍ତି ବରଂ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେଉଥିବ ବୋଲି ପାଲଟା ପ୍ରଶ୍ନ କରୁଛନ୍ତି । ଠିକ୍ ଏଭଳି ସ୍ଥିତିରେ ସାରା ଓଡ଼ିଶାର ସ୍ଥିତି ପରଖି ଥିଲା କନକ ନ୍ୟୁଜ୍ ।

  • ପରିବାର ଉପରେ ‘ପରିବା’ ବୋଝ
  • ଖାଇବା ଧାଳିରୁ ‘ପରିବା’ ଉଭାନ୍
  • ଅମୃତ ଭଣ୍ଡା ଓ ଆଳୁରେ ସୀମିତ ଡାଲମା

ପରିବା ଦର ବୃଦ୍ଧିର ପ୍ରଭାବ ପିଲାଙ୍କ ଖାଇବା ଥାଳି ଉପରେ କେମିତି ପଡ଼ୁଛି ତାର ଚିତ୍ର ସାମ୍ନାକୁ ଆସିଛି । ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆ ଯାଉଥିବା ଡାଲମାରେ ପରିବା ନାହିଁ । କେବଳ ଅମୃତ ଭଣ୍ଡା, କଖାରୁ ଓ ଆଳୁରେ ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଛି ଡାଲମା । ଏଭଳି ସ୍ଥିତିରେ ମଧ୍ୟାହ୍ନ ଯୋଜନା ଦାୟୀତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସମସ୍ୟା ଆହୁରି ବଢ଼ିଯାଇଛି । ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଯେତେ ଟଙ୍କା ଦିଆଯାଉଛି, ସେଥିରେ ମହଙ୍ଗା ପରିବା ଆଣି ଡାଲମା କରିବା ସମ୍ଭବ ହେଉନଥିବା ସେମାନେ କହିଛନ୍ତି ।

ଆକାଶ ଛୁଆଁ ପରିବା ଦର । ଶହେ ଟଙ୍କା ତଳକୁ ପରିବା ମିଳିବା ପ୍ରାୟ ଅସମ୍ଭବ ହୋଇପଡ଼ିଲାଣି । ଏଭଳି ସ୍ଥିତିରେ ସାଧାରଣ ଜନତା ଉପରେ କ’ଣ ପ୍ରଭାବ ପଡୁଛି ତା’ର ସ୍ଥିତି ପରଖି ଥିଲା କନକ ନ୍ୟୁଜ୍ । ମାଲକାନଗିରିର ରେଣୁଣା ମହାପାତ୍ର, ପରିବା ବଦଳରେ ଆଳୁ ଓ ପିଆଜକୁ ନେଇ ଭଜା ପ୍ରସ୍ତୁତ କରୁଛନ୍ତି । ଏପଟେ ଭୁବନେଶ୍ୱରର କିଛି ଗୃହିଣୀ, ଅଳ୍ପ ପରିବାରେ ଘର ଚଳାଇବାକୁ ପଡ଼ୁଛି ବୋଲି ମତ ରଖିଛନ୍ତି ।

ପରିବା ଦରର ପ୍ରଭାବ ହୋଟେଲ ବ୍ୟବସାୟ ଉପରେ ବି ପଡ଼ିଛି । ସାଲାଟ୍ ପ୍ଲେଟରୁ ଗାୟବ ହୋଇଯାଇଛି ଟମାଟୋ । କାକୁଡ଼ି ଏବଂ ଦହିରେ ପ୍ରସ୍ତୁତ ହେଉଛି ସାଲାଟ୍ । ଏମିତି କି ନିରାମିଶ ଖାଦ୍ୟ ପ୍ରସ୍ତୁତ ହେଉଥିବା ଦରକାରିରେ ପରିବାର ମାତ୍ର ମଧ୍ୟ ଅସ୍ୱାଭାବିକ୍ ଭାବେ କମିଛି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ । ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ଗୃହିଣୀ, ପରିବା ଦର ବୃଦ୍ଧି ଯୋଗୁଁ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ପରିବା ଦର କେବେ ଆୟତ୍ତକୁ ଆସିବ, ତାର ଉତ୍ତର କାହା ପାଖରେ ନାହିଁ ।