image courtesy - www.thebetterindia.com
ଯଦି ଆପଣ ଅକ୍ଟୋବର ଦୁଇରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା ରଖିଛନ୍ତି ତେବେ ଏହି ଦିନ ଟ୍ରେନରେ କେବଳ ନିରାମିଷ ଖାଦ୍ୟ ଖାଇବାକୁ ପଡ଼ିବ। ଅକ୍ଟୋବର ୨ ତାରିଖ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଆଇଆରସିଟିସି ସ୍ୱତନ୍ତ୍ର ନିରାମିଷ ଖାଦ୍ୟ ତାଲିକା ପ୍ରସ୍ତୁତ କରିଛି। ଏଥିରେ ପରଟା, କୁଲଚେ, ପନୀର ଆଦି ଖାଦ୍ୟ ସହିତ ବିଭିନ୍ନ ପ୍ରକାର ମିଷ୍ଠାହ୍ନରେ ବି ସାମିଲ ରହିଛି। ଏହି ଦିନ ରେଳରେ ଆମିଷ ଖାଦ୍ୟ ପରସା ଯିବ ନାହିଁ।
ଆଇଆରସିଟିସିର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ସମସ୍ତ ଜୋନର ରେଲୱେରେ ଆଇଆରସିଟିସିର ଅପରେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ପ୍ରତ୍ୟେକ ଗାନ୍ଧି ଜୟନ୍ତୀ ଅବସରରେ ଟ୍ରେନରେ କେବଳ ନିରାମିଷ ଖାଦ୍ୟ ହିଁ ଯାତ୍ରୀଙ୍କୁ ଦିଆଯାଉଛି। ଯେଉଁ ଯାତ୍ରୀ ଅକ୍ଟୋବର ୧ରେ ନିଜର ଯାତ୍ରା ଆରମ୍ଭ କରିବେ ତାଙ୍କ ପାଇଁ ସାକାହାରୀ ଓ ମାଂସାହାରୀ ଦୁଇଟି ଖାଦ୍ୟର ବିକଳ୍ପ ରହିବ। ଯଦି ଏହି ଯାତ୍ରୀ ଦୁଇ ଅକ୍ଟୋବରରେ ଟ୍ରେନରେ ବସି ଯାତ୍ରା କରୁଥିବେ ତେବେ ତାଙ୍କୁ ଆମିଷ ଖାଦ୍ୟ ମିଳିବ ନାହିଁ। ସେହିପରି ଅକ୍ଟୋବର ତିନିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୁଣି ପୂର୍ବ ଭଳି ଆମିଷ ଖାଦ୍ୟ ଖାଇବାକୁ ଦିଆଯିବ। ଗତ ସପ୍ତାହରେ ରେଳବାଇ ଏହି ଯୋଜନା ଲାଗୁ କରି ଦେଇଛି।
Follow Us