ବଲିଡଡର ଲୋକପ୍ରିୟ ଅଭିନେତା ତଥା କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନ୍ ଙ୍କ ପରଲୋକ ! “ରାଜା ହିନ୍ଦୁସ୍ତାନୀ” ଏବଂ “ଇସ୍କ” ଭଳି ସୁପରହିଟ୍ ସିନେମାରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଏହି ଅଭିନେତା ।

Advertisment
ବଲିଡଡର ଲୋକପ୍ରିୟ ଅଭିନେତା ତଥା କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନ୍ ଙ୍କ ପରଲୋକ ! “ରାଜା ହିନ୍ଦୁସ୍ତାନୀ” ଏବଂ “ଇସ୍କ” ଭଳି ସୁପରହିଟ୍ ସିନେମାରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଏହି ଅଭିନେତା ।

ବଲିଡଡର ଲୋକପ୍ରିୟ ଅଭିନେତା ତଥା କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନ୍ ଆଉ ଆମମାନଙ୍କ ଗହଣରେ ନାହାନ୍ତି। ଗତକାଲି ତାଙ୍କର ପରଲୋକ ଘଟିଯାଇଛି। ଏ ସଂପର୍କରେ ଜଣାଶୁଣା ଅଭିନେତ୍ରୀ ଆଥିୟା ସେଟ୍ଟୀ ନିଜର ଟୁଇଟରରେ ସୂଚନା ଦେଇଛନ୍ତି। ସେ ଏଥିଲାଗି ଗଭୀର ଶୋକ ପ୍ରକାଶ କରିବା ସହ ଗୁରୁଜୀଙ୍କଠାରୁ କଠିନ ପରିଶ୍ରମ,ଶୃଙ୍ଖଳା ଏବଂ କଥକ ନୃତ୍ୟ ପ୍ରତି ପ୍ରକୃତ ଭଲପାଇବା ଶିଖିଥିଲେ ବୋଲି ଉଲ୍ଲେଖ କରିଛନ୍ତି।

ବୀରୁ କ୍ରିଷ୍ଣନ୍ ଆମୀର ଖାନ୍, କରିସ୍ମା କପୁରଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’, ମନୀଷା କୋଇରାଲା ଅଭିନୀତ ସୁପରହିଟ୍ ଫିଲ୍ମ ‘ ଅକେଲେ ହମ୍ ଅକେଲେ ତୁମ୍’ ଏବଂ ଅମୀର ଖାନ୍, ଜୁହି ଚାୱଲା, ଅଜୟ ଦେବଗନ୍ ଓ କାଜୋଲଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ “ଇସ୍କ”ରେ ନିଜର ପ୍ରଭାବଶାଳୀ ଅଭିନୟ ଲାଗି ସ୍ମରଣୀୟ ହୋଇ ରହିବେ। ନିକଟରେ ଯେତେବେଳେ ବଲିଉଡ ନାୟିକା କ୍ୟାଟ୍ରିନା କୈଫଙ୍କୁ ନିଜର ପ୍ରିୟ ଗୁରୁଙ୍କ ନାମ କହିବାକୁ କୁହାଯାଇଥିଲା ସେତେବେଳେ ସେ କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନଙ୍କ ନାମ କହିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe