ଆସନ୍ତାକାଲି ବୁର୍ଲା ଭିସୁଟରେ ହେବାକୁ ଥିବା ଶେଷ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପାଇଁ ପରୀକ୍ଷା ସ୍ଥଗିତ ରଖିବା ନେଇ ସୂଚନା ଦେଲେ ଭିସୁଟ୍ କୂଳପତି ।

101

କନକ ବ୍ୟୁରୋ: ଭିସୁଟର ବିଭିନ୍ନ ବିଭାଗରେ ଫାଇନାଲ ପରୀକ୍ଷା ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆସନ୍ତାକାଲି ହେବାର ଥିଲା । ପରବର୍ତ୍ତି ନିର୍ଦ୍ଦେଶନାମା ଆସିବା ପରେ ଜଣାପଡିବ ଏହି ପରୀକ୍ଷା କେବେ ହେବ । ଭିସୁଟରେ ୨୫ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷ କରି ହଷ୍ଟେଲ ଗୁଡିକରେ କଣ୍ଟେନମେଣ୍ଟ ଜୋନ ଏବଂ ବଫର ଜୋନ୍ ଘୋଷଣା କରାଯିବା ପରେ ପରୀକ୍ଷା ସ୍ଥଗିତ ରଖିବା ପାଇଁ କର୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

ସେପଟେ ଭିସୁଟ ଛାତ୍ରଛାତ୍ରୀଙ୍କ କରୋନା ସଂକ୍ରମଣ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ବର୍ତମାନ ହଷ୍ଟେଲରେ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କର ଟେଷ୍ଟ ଚାଲିଛି । ଦିନେ ଦୁଇ ଦିନ ଭିତରେ ପୁରା ଚିତ୍ର ସାମନାକୁ ଆସିବ । କରୋନାର ନୂଆ ଷ୍ଟ୍ରେନ କିଛି ରାଜ୍ୟରେ ଦେଖାଯାଇଥିଲେ ମଧ୍ୟ ଓଡିଶାର ଏ ପର୍ଯ୍ୟନ୍ତ ଦେଖାଯାଇନାହିଁ । ତେଣୁ ଛାତ୍ରଛାତ୍ରୀଙ୍କ ନମୁନାରେ ନୂଆଷ୍ଟ୍ରେନ ଅଛି କି ନାହିଁ ତାହା ଜାଣିବା ପାଇଁ ନମୁନାକୁ ପୁନେ ପଠାଯିବ । ତେଣୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଓଡିଶାରେ ଆଗକୁ ଠିକଠାକ ଟିକାକରଣ ହେବ ଏବଂ ସାମ୍ବାଦିକମାନଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।