ସିଲ୍ ହେଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ । ଅଧ୍ୟାପିକା କରୋନା ଚିହ୍ନଟ ପରେ ଆସନ୍ତା ୩ ଯାଏଁ ସଂପୂର୍ଣ୍ଣ ବନ୍ଦ, ସେପଟେ ଡିଜିଏମଙ୍କ ମୃତ୍ୟୁ ପରେ ସିଲ୍ ହେଲା ନାଲକୋ ଅଫିସ

ଆସନ୍ତା ୩ ତାରିଖ ଯାଏଁ ଭିସୁଟକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି

589

କନକ ବ୍ୟୁରୋ: ସିଲ ହେଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ । ଆସନ୍ତା ୩ ତାରିଖ ଯାଏଁ ଭିସୁଟକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ଅଧ୍ୟାପିକା କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି । ଗତକାଲି ଅଧ୍ୟାପିକାଙ୍କ ସ୍ୱାମୀଙ୍କ କରୋନାରେ ମୃତ୍ୟୁ ହୋଇଥିଲା  । ଅଧ୍ୟାପିକାଙ୍କ ସଂଶସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ୱାରେନଟିନରେ ପଠାଯାଇଛି । ଭିସୁଟର ସବୁ ବିଭାଗର କାର୍ଯ୍ୟାଳୟର ସବୁ କାର୍ଯ୍ୟକୁ ୩ ଦିନ  ପାଇଁ ବନ୍ଦ କରିଦିଆଯାଇଛି ।

ସେପଟେ, ନାଲକୋ ଡିଜିଏମଙ୍କ କରୋନାରେ ମୃତ୍ୟୁ ପରେ ଅନୁଗୁଳରେ ଭୟର ବାତାବରଣ ଖେଳିଯାଇଛି । ଡିଜିଏମଙ୍କ ମୃତ୍ୟୁ ପରେ ସେ ଯେଉଁ ଅଫିସରେ କାମ କରୁଥିଲେ, ତାକୁ ସିଲ କରିଦିଆଯାଇଛି । ଅଫିସକୁ ଦିନେ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନାଲକୋ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ନାଲକୋ ଚିକିତ୍ସାଳୟ ଓପିଡି ବିଭାଗ ଯେଉଁଠାରେ ଚିକିତ୍ସିତ ହେଉଥିଲେ, ତାକୁ ମଧ୍ୟ ସିଲ କରାଯାଇଛି ।  ସେହି ଅଂଚଳକୁ ବିଶୋଧନ କରାଯାଇଛି ।  ଡିଜିଏମଙ୍କ ସ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଗତ ୨୧ ତାରିଖରେ ଗଂଜାମ ଶଶୁରଘରକୁ ଏକ ସୁଧି କାମରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ଫେରି  କାର୍ଯ୍ୟରେ ଯୋଗଦେବା ଦେଇଥିଲେ । ଏହା ପରେ ନାଲକୋ ଡାକ୍ତରଖାନାକୁ ଯାଇ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ୨୭ରେ ସ୍ତ୍ରୀଙ୍କ ପାଖକୁ ବୁର୍ଲା ଯାଇଥିଲେ ।  ସେଠାରେ ଛାତିରେ ଯନ୍ତ୍ରଣା ହେବାରୁ  ବୁର୍ଲାରେ ଚିକିତ୍ସିତ ହୋଇଥିଲେ । ଗତ ୨୮ରେ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ପରେ ବୁର୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ୨୯ତାରିଖରେ ତାଳଚେର କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ