କାଶୀପୁରର ବକ୍ସାଇଟ ଖଣି ଉପରେ ବେଦାନ୍ତର ନଜର: ଖଣି ଖନନକୁ ନେଇ ବଢୁଛି ବିରୋଧ

131

କନକ ବ୍ୟୁରୋ: ରାୟଗଡା କାଶୀପୁରରେ ବେଦାନ୍ତର ସିଜିମାଳି ବକ୍ସାଇଟ ଖଣି ଉତୋଳନକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ଲୋକଙ୍କ ଦାବି ହେଉଛିଷ କମ୍ପାନୀ ପ୍ରଥମେ ଏଠାରେ କାରଖାନା କରୁ, ପରେ ଖଣି ଖୋଳିବ । ନ ହେଲେ ଜଙ୍ଗଲ ଜମି ଓ ଜୀବନ ଜୀବିକା ଉପରେ ପ୍ରଭାବ ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଆସନ୍ତା ମାସରେ ଜନଶୁଣାଣି ଥିବାବେଳେ ଲୋକଙ୍କ ବିରୋଧ ବଢୁଛି ।

ବକ୍ସାଇଟ ଖଣିରେ ଭରପୂର କାଶୀପୁର ଅଂଚଳ ଉପରେ ପଡିଛି ଶିଳ୍ପପତିଙ୍କ ନଜର । କାଶୀପୁର ସିଜିମାଳି ଖଣି ହାତେଇବାକୁ ବେଦାନ୍ତ ଆପ୍ରାଣ ଉଦ୍ୟମ ଆରମ୍ଭ କରିଛିା ବେଦାନ୍ତ ଏହି ସିଜିମାଳି ଖଣି ଲିଜ ପାଇଛି । କିନ୍ତୁ ସିଧାସଳଖ ଅଂଚଳରେ ପ୍ରବେଶ ନ କରି ଖଣି ଖନନ ଦାୟିତ୍ୱ ମୈତ୍ରୀ କମ୍ପାନୀକୁ ଦେଇଛି । ଏହାଦ୍ୱାରା ଜଙ୍ଗଲ ଜମି ପ୍ରଭାବିତ ହେବା ସହ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଖଣି ଖନନକୁ ନେଇ ବିରୋଧ ବି ବଢିଛି । ସ୍ଥାନୀୟ ଲୋକେ ଏହାକୁ ତୀବ୍ର ବିରୋଧ କରିଛନ୍ତି ।

-ସିଜିମାଳିରେ ୧୫୪୯.୦୨୨ ହେକ୍ଟର ଖଣିରୁ ହେବ ବକ୍ସାଇଟ ଉତ୍ତେଳନ
-ଖଣି ଖନନ ପାଇଁ ୧୬ ଅକ୍ଟୋବରରେ ଜନଶୁଣାଣି

କାଶୀପୁରର ସୁଙ୍ଗେରଠାରେ ଏହି ଜନଶୁଣାଣି ହେବ । ଆଉ ଏହି ଜନଶୁଣାଣିକୁ ସିରାମ୍ବାଇ, ବଣ୍ଡେଲ , କଂଟାମାଳର ରେ ରହୁଥିବା ହଜାର ହଜାର ଗ୍ରାମବାସୀ ବିରୋଧ କରୁଛନ୍ତି । ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏହି ଜନଶୁଣାଣି କରିବ ।

କଳାହାଣ୍ଡିର ଲାଂଜିଗଡରେ ବେଦାନ୍ତର କାରଖାନା ଅଛି । ଆଉ ଏଠାରୁ ବକ୍ସାଇଟ ଉତ୍ତୋଳନ ହେଲେ ଲାଞ୍ଜିଗଡ ଯିବ । ଯାହାକୁ ସିଜିମାଳି ଅଂଚଳର ଲୋକେ ତୀବ୍ର ବିରୋଧ କରୁଛନ୍ତି । ସେମାନଙ୍କ କହିବା କଥା ହେଲା, କାରଖାନା ନାହିଁ ତ ଖଣି ନାହିଁ । ପ୍ରଥମେ କାରଖାନା କର ଆଉ ତାପରେ ଖଣି ଖନନ କରିବ । ଆଉ କେବଳ ଖଣି ଖନନ ହେଲେ ଜୀବନ ଜୀବିକା ପ୍ରଭାବିତ ହେବ । ଜଙ୍ଗଲ ଜମି ଉପରେ ବି ପ୍ରଭାବ ପଡିବ । ଆଉ ଏଭଳି ବିରୋଧ ଯୋଗୁଁ ଲୋକଙ୍କୁ ବିଭିନ୍ନ ମାମଲାରେ ଫସାଯାଉଥିବା ବି ଅଭିଯୋଗ ଆଣିଛନ୍ତି ଗାଁ ଲୋକେ
ବର୍ତମାନ ସମସ୍ତଙ୍କ ନଜର ରହିଛି ୧୬ ଅକ୍ଟୋବରର ଜନଶୁଣାଣି ଉପରେ । ପ୍ରଶ୍ନ ଉଠୁଛି,

-ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନି କାହିଁକି?
-ମିଛ ମାମଲାରେ ଫସାଯାଇ ଜେଲ ପଠାଯିବା ଅଭିଯୋଗର ସତ୍ୟତା କେତେ?
-ଜଙ୍ଗଲ ଜମିର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉନି କାହିଁକି?
-ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେଲେ କିଏ ଦାୟୀ ରହିବ?