ଲାଞିଗଡରେ ଥିବା ବେଦାନ୍ତ ଆଲୁମିନିୟମର ବିଶୋଧନାଗାର ଲାଭ କଲା କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର ଏବଂ କଳିଙ୍ଗ ଶକ୍ତି ଉତ୍କର୍ଷ ପୁରସ୍କାର

62

କନକ ବ୍ୟୁରୋ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, କଳାହାଣ୍ଡି ଜିଲ୍ଲାର ଲାଞିଗଡରେ ଥିବା ଆଲୁମିନା ରିଫାଇନାରୀ ୟୁନିଟ୍ ପାଇଁ ସମ୍ମାନଜନକ କଳିଙ୍ଗ ଶକ୍ତି ଉତ୍କର୍ଷ ପୁରସ୍କାର ଏବଂ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର ଜିତିଛି । ଏହି ପୁରସ୍କାର ଗୁଡିକ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହାୟତାରେ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ ଏନଭରମେଂଟ ମ୍ୟାନେଜମେଂଟ (ଆଇକ୍ୟୁଇଏମଏସ) ଏବଂ ହାଇଦ୍ରାବାଦର ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଏଂଟରପ୍ରାଇଜ୍ ପକ୍ଷରୁ ପ୍ରଦାନ କରାଯାଇଥିଲା ।

ସ୍ମେଲଟର-ଗ୍ରେଡ୍ ଆଲୁମିନାର ଭାରତର ପ୍ରମୁଖ ଉତ୍ପାଦକ ବେଦାନ୍ତର ଲାଞିଗଡ ୟୁନିଟ୍‌, ୨୦୫୦ ସୁଦ୍ଧା ନେଟ୍ ଜିରୋ କାର୍ବନ୍‌, ୨୦୩୦ ସୁଦ୍ଧା ନେଟ୍ ୱାଟର ପଜିଟିଭିଟି, ପ୍ରଭାବଶାଳୀ ବର୍ଜ୍ୟବସ୍ତୁ ପରିଚାଳନା, ଜୈବ ବିବିଧତା ପୁନରୁଦ୍ଧାର ଏବଂ ଶକ୍ତି ଗ୍ରହଣ ଭଳି ବେଦାନ୍ତ ଆଲୁମିନିୟମ୍ ସ୍ଥିରତା ଲକ୍ଷ୍ୟର ଅଂଶ ଭାବରେ ଏକାଧିକ ପଦକ୍ଷେପ ମାନ ଗ୍ରହଣ କରିଛି । କାର୍ଯ୍ୟ ପରିସର ମଧ୍ୟରେ ଦକ୍ଷ ଜ୍ଞାନକୌଶଳ କମ୍ପାନୀର ସ୍ଥିରତା ପଦକ୍ଷେପଗୁଡିକ ସର୍ବୋଚ୍ଚ ଫୋରମରେ ବେଦାନ୍ତ ଆଲୁମିନିୟମ୍ ସହିତ ଏସଏବଂପି କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଂଟ (ସିଏସଏ) ର଼୍ୟାଙ୍କିଙ୍ଗରେ ୨୦୨୩ ମୂଲ୍ୟାଙ୍କନ ପାଇଁ ସର୍ବୋଚ୍ଚ ଫୋରମରେ ସ୍ୱୀକୃତିପ୍ରାପ୍ତ ହୋଇଛି ।

ଏହି ସଫଳତା ଉପରେ ମନ୍ତବ୍ୟ ଦେଇ ବେଦାନ୍ତ ଆଲୁମିନିୟମର ସିଇଓ, ଜନ୍ ସ୍ଲାଭେନ୍ କହିଛନ୍ତି, ଶକ୍ତି ଦକ୍ଷତା ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଆମର ସଫଳତା, ଆମର ସ୍ଥାୟୀ କାର୍ଯ୍ୟରେ ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ, ଆମର ଅନେକ ପ୍ରଶଂସାରେ ପ୍ରତିଫଳିତ ହୋଇଛି । ଏକ ସ୍ଥାୟୀ ମୂଲ୍ୟ ଶୃଙ୍ଖଳା ସହିତ ବର୍ଦ୍ଧିତ କାର୍ଯ୍ୟକ୍ଷମ ଦକ୍ଷତାକୁ ସନ୍ତୁଳନ କରିବା ଆମର ନିଷ୍ପତି ନେବା ପ୍ରକ୍ରିୟାରେ ଏକ ପ୍ରମୁଖ ପ୍ରାଥମିକତା । ଏହି ସଫଳତା ବେଦାନ୍ତ ଆଲୁମିନିୟମର ପରିବର୍ତନଶୀଳ ଯାତ୍ରାକୁ ଦୃଢ କରି ଏକ ସ୍ଥାୟୀ ବ୍ୟବସାୟ ମଡେଲ ମାଧ୍ୟମରେ ଉତ୍କର୍ଷର ନିରନ୍ତର ଅନୁସରଣକୁ ସୂଚିତ କରେ ।

ସମାଜର ବଢୁଥିବା ଆବଶ୍ୟକତାକୁ ପୂରଣ କରିବା ଉପରେ ବେଦାନ୍ତର ଧ୍ୟାନ ମଧ୍ୟ ଆବଶ୍ୟକତା ସହିତ ଘନିଷ୍ଠ ହୋଇଛି । କମ୍ପାନୀ ନବୀକରଣଯୋଗ୍ୟ ଶକ୍ତି ଉତ୍ସର ବ୍ୟବହାରକୁ ବଢ।ଇବା ଯେପରିକି ବଏଲର କୋଫିରିଙ୍ଗରେ ବାୟୋମାସ୍ ବ୍ୟବହାର, ଲିଥିୟମ୍‌-ଆୟନ ଇଲେକ୍ଟ୍ରିକ୍ ଫର୍କଲିଫ୍ଟ ନିୟୋଜନ ଏବଂ କର୍ମଚାରୀମାନଙ୍କୁ ଇଲେକ୍ଟ୍ରିକ୍ ଯାନ ବ୍ୟବହାରରେ ଉତ୍ସାହିତ କରିବା ଭଳି ପଦକ୍ଷେପ ମାଧ୍ୟମରେ ଶିଳ୍ପର ସ୍ଥାୟୀ ରୂପାନ୍ତରଣରେ କମ୍ପାନୀ ସହଯୋଗ କରୁଛି । ଏହି ପ୍ରୟାସଗୁଡିକ ଆର୍ଥିକ ବର୍ଷ୨୧ ବେସଲାଇନ ତୁଳନାରେ ଆର୍ଥିକ ବର୍ଷ୨୪ ରେ ସାମଗ୍ରିକ ଗ୍ରୀନ୍‌ହାଉସ୍ ଗ୍ୟାସ୍ (ଜିଏଚଜି) ନିର୍ଗମନ ତୀବ୍ରତାରେ ୯.୩% ହ୍ରାସ ପାଇଥିବାବେଳେ ଉତ୍ପାଦନକୁ ୨୦% ବୃଦ୍ଧି କରିଛି ।

ଜଳ ପୁନ ବ୍ୟବହାର ଏବଂ ସ୍ଥାନୀୟ ସମ୍ପ୍ରଦାୟ ସହ ମିଳିତ ପ୍ରୟାସ ଏବଂ ଜଳ ସ୍ତରୀୟ ମନିଟରିଂ ମାଧ୍ୟମରେ ଜଳ-ସକରାତ୍ମକ ପାଦଚିହ୍ନକୁ ବୃଦ୍ଧି କରି ବେଦାନ୍ତ ଆଲୁମିନିୟମ୍ ଆର୍ଥିକ ବର୍ଷ ୨୪ରେ ୧୫ ବିଲିୟନ ଲିଟରରୁ ଅଧିକ ଜଳ ପୁନ ବ୍ୟବହାର କରିଛି । ଏଥିସହ, କମ୍ପାନୀ ବ୍ୟବସ୍ଥିତ ମୂଲ୍ୟାଙ୍କନ କରିଛି ଏବଂ ଏହାର ପ୍ଲାଂଟ ନିକଟରେ ସମ୍ବେଦନଶୀଳ ବାସସ୍ଥାନ ଏବଂ ଜୈବ ବିବିଧତା ହଟସ୍ପଟ୍ ଚିହ୍ନଟ କରିଛି । ସମ୍ପ୍ରତି, ଜୈବ ବିବିଧତା ସଂରକ୍ଷଣ ଏବଂ ଏହାର କାର୍ଯ୍ୟକଳାପରେ ଜଳବାୟୁ ସ୍ଥିରତା ପାଇଁ ପ୍ରକୃତି-ଆଧାରିତ ସମାଧାନର କାର୍ଯ୍ୟକାରିତା ପାଇଁ କମ୍ପାନୀ ଏକ ଏମଓୟୁ ସ୍ୱାକ୍ଷର କରିଛି ।

ବେଦାନ୍ତ ଆଲୁମିନିୟମ ବକ୍ସାଇଟ୍ ଅବଶିଷ୍ଟାଂଶ (ଆଲୁମିନା ବିଶୋଧନ ପ୍ରକ୍ରିୟାର ଏକ ଉପ-ଉତ୍ପାଦ) ଏବଂ ଫ୍ଲାଏ ଆଶ(ଶକ୍ତି ଉତ୍ପାଦନ ପ୍ରକ୍ରିୟାର ଏକ ଉପ-ଉତ୍ପାଦ) ର ଲାଭଜନକ ଉପଯୋଗକୁ ସୁନିଶ୍ଚିତ କରିଛି । ବକ୍ସାଇଟ୍ ଅବଶିଷ୍ଟାଂଶ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହୁଏ ଯେପରିକି କାର୍ଯ୍ୟକ୍ଷମ ଅଂଚଳରେ ସଡ଼କ ନିର୍ମାଣ, ସିମେଂଟ ଶିଳ୍ପକୁ କଂଚାମାଲ ଭାବରେ ଯୋଗାଇବା ସହିତ ୱିକ୍ ଡ୍ରେନ୍ ବିକାଶରେ ମୃତିକା ଏକତ୍ରୀକରଣ, ଫଳସ୍ୱରୂପ ଏପର୍ଯ୍ୟନ୍ତ ୧,୦୦,୦୦୦ ମେଟ୍ରିକ୍ ଟନରୁ ଅଧିକ ଲାଲ କାଦୁଅ ବ୍ୟବହାର କରିଛି । ସ୍ଥାନୀୟ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ବ୍ରିକ୍ ଉତ୍ପାଦନ ୟୁନିଟ୍ ଗୁଡିକୁ ତଥା ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱରା ନିର୍ମିତ ସଡ଼କପଥ ପାଇଁ ଫ୍ଲାଏ ଆଶର ଯୋଗାଣକୁ ନିଶ୍ଚିତ କରିଛି, ଯାହାଦ୍ୱାରା ଗ୍ରାମବାସୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଛି । ଏହି ପଦକ୍ଷେପଗୁଡିକ ଦ୍ୱରା ଆର୍ôଥକବର୍ଷ ୨୩ ରେ ୨୦୦% ରୁ ଅଧିକ ବର୍ଜ୍ୟବସ୍ତୁ ବ୍ୟବହାର କରାଯାଇଛି ।