ମନଇଚ୍ଛା ପାଉଁଶ ଡମ୍ପିଂ ଘଟଣାରେ ବେଦାନ୍ତକୁ ଛାଟ । ଗଣିବ ୭୧.୧୬ କୋଟି ଟଙ୍କାର ତଣ୍ଡ

Advertisment
ମନଇଚ୍ଛା ପାଉଁଶ ଡମ୍ପିଂ ଘଟଣାରେ ବେଦାନ୍ତକୁ ଛାଟ । ଗଣିବ ୭୧.୧୬ କୋଟି ଟଙ୍କାର ତଣ୍ଡ

କନକ ବ୍ୟୁରୋ: ମନଇଚ୍ଛା ପାଉଁଶ ଡମ୍ପିଂ ଘଟଣାରେ ବେଦାନ୍ତକୁ ଛାଟ । ୭୧.୧୬ କୋଟି ଟଙ୍କାର ତଣ୍ଡ ଗଣିବ ବେଦାନ୍ତ । ବିଗତ କିଛି ମାସ ହେଲା ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ମନଇଚ୍ଛା ପାଉଁଶ ଡମ୍ପିଂ କରିଆସୁଛି। ଏହି ଘଟଣାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଠୋର ଆଭିମୁଖ୍ୟ ପୋଷଣ କରିବା ସହିତ ଝାରସୁଗୁଡ଼ା ଭୁର୍କାମୁଣ୍ଡା ସ୍ଥିତ ବେଦାନ୍ତ ଆଲୁମିନିୟମକୁ ପରିବେଶ କ୍ଷତିପୂରଣ ବାବଦରେ ୭୧.୧୬ କୋଟି ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। କେବଳ ସେତିକି ନୁହେଁ, ବେଆଇନ୍ ପାଉଁଶ ଡମ୍ପିଂ ଯୋଗୁ କାହିଁକି ବେଦାନ୍ତର କନସେଣ୍ଟ ଟୁ ଅପରେଟ୍ ଅନୁମତି ପ୍ରତ୍ୟାହାର କରାନଯିବ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେନେଇ ବୋର୍ଡ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏଥିସହିତ ବର୍ଜ୍ୟ ପରିଚାଳନା ପାଇଁ ଏକ ବିସ୍ତୃତ ଆକ୍ସନ ପ୍ଲାନ୍ ମଧ୍ୟ ୧୫ ଦିନ ମଧ୍ୟରେ ଦାଖଲ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନ ଆସେ ତେବେ ବିନା କୌଣସି ସୁଯୋଗରେ ବେଦାନ୍ତ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ଉକ୍ତ ଚିଠିରେ ଦର୍ଶାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe