ବେଦାନ୍ତ ଲିମିଟେଡ୍ ଝାରସୁଗୁଡ଼ାକୁ ଟାଇମସ ବିଜନେସ୍ ଆୱାର୍ଡସ୍ ୨୦୨୨ । ଅଭିନେତା ସୋନୁ ସୁଦ୍ କଲେ ସମ୍ବର୍ଦ୍ଧିତ । 

83

କନକ ବ୍ୟୁରୋ : ପରିବେଶ, ସମାଜ ଓ କର୍ପୋରେଟ୍ (ଇଏସଜି) ପ୍ରଥା ଅନୁସାରେ ଓ ୨୦୫୦ ସୁଦ୍ଧା ନେଟ୍ ଜିରୋ-କାର୍ବନ ଲକ୍ଷ୍ୟ ହାସଲ କରିବା ଲାଗି “ଶୂନ ଆଘାତ, ଶୂନ ବର୍ଜ୍ୟ ଓ ଶୂନ ନିର୍ଗମନ (ଜିରୋ ହାର୍ମ, ଜିରୋ ୱେଷ୍ଟ୍, ଜିରୋ ଡିସଚାର୍ଜ) ଲକ୍ଷ୍ୟ ଦ୍ୱାରା ପରିଚାଳିତ ହୋଇ ସବୁଠୁ ନିରନ୍ତର ଉପାୟରେ ବ୍ୟବସାୟ କରିବା ପ୍ରତି ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିଥିବାରୁ ଦି ଟାଇମସ ଗ୍ରୁପ୍ ପକ୍ଷରୁ ଆୟୋଜିତ “ଟାଇମସ ବିଜନେସ୍ ଆୱାର୍ଡସ୍-ଓଡ଼ିଶା ୨୦୨୨’ରେ ବେଦାନ୍ତ ଲିମିଟେଡ୍ ଝାରସୁଗୁଡ଼ା ସଷ୍ଟେନେବଲ୍ ମାନୁଫାକଚରିଂ ଏକ୍ସଲେନ୍ସ ଆୱାର୍ଡ ହାସଲ କରିଛି ।

ଟାଇମସ ବିଜନେସ୍ ଆୱାର୍ଡସ ହେଉଛି ଟାଇମସ ଗ୍ରୁପର ଏକ ପ୍ରମୁଖ କାର୍ଯ୍ୟକ୍ରମ ଯାହା ବାସ୍ତବିକ ଓ ଚିରନ୍ତନ ତଥ୍ୟ ଆଧାରରେ ପ୍ରସିଦ୍ଧ ଗବେଷଣା ଏଜେନ୍ସି ଜରିଆରେ କଠୋର ସର୍ବେକ୍ଷଣ କରିବା ପରେ ବିଭିନ୍ନ ବର୍ଗରେ ବ୍ୟବସାୟ ଜଗତର ସଫଳତା ହାସଲକାରୀମାନଙ୍କୁ ସମ୍ବର୍ଦ୍ଧିତ କରୁଛି । ଏହି କାର୍ଯ୍ୟକ୍ରମରେ ୪୦ରୁ ଅଧିକ କ୍ଷେତ୍ର ବର୍ଗର ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ଯେଉଁଥିରେ ସାମିଲ ରହିଛି କର୍ପୋରେଟ୍, ସିନେମା, ରିଟେଲ୍, ଶିକ୍ଷା, ରିଅଲ ଇଷ୍ଟେଟ୍, ଷ୍ଟାର୍ଟଅପ୍, ଏସଏମଇ ଓ ଆହୁରି ବହୁତ କିଛି ।

ଅଭିନେତା ଓ ତଥା ସମଜସେବୀ ସୋନୁ ସୁଦଙ୍କଠାରୁ କଂପାନିର ମହାପ୍ରବନ୍ଧକ-କାର୍ବନ ପ୍ରୋସେସ ଯୋଗେଶ ବିଜୟଭର୍ଗୀୟ ଓ ଡେପୁଟି ମ୍ୟାନେଜର-ପିଆର୍ ଆଣ୍ଡ୍ କମ୍ୟୁନିକେସନସ, ସନ୍ଧ୍ୟାଦୀପ ଜେନା ପୁରସ୍କାର ଗ୍ରହଣ କରିଛନ୍ତି ।