ବେଦାନ୍ତ ଆଲୁମିନିୟମର ସ୍ତନ୍ୟପାନ ସୁରକ୍ଷା ସପ୍ତାହ । ୨୦୦୦ରୁ ଅଧିକ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ କରାଇଛି ସଚେତନ ।

55

କନକ ବ୍ୟୁରୋ : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ଝାରସୁଗୁଡ଼ା ଓ କଳାହାଣ୍ଡିରେ ସପ୍ତାହବ୍ୟାପୀ ସଚେତନତା, ପରାମର୍ଶ ଓ ସମ୍ବେଦନଶୀଳ ଅଧିବେଶନ ଜରିଆରେ ୨୦୦୦ରୁ ଅଧିକ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ନିକଟରେ ପହଁଚିଛି । ସ୍ତନ୍ୟପାନ ପାଇଁ ଷ୍ଟେପଅପକୁ ମୁଖ୍ୟ ପ୍ରସଙ୍ଗ କରି ଏହି କାର୍ୟ୍ୟକ୍ରମରେ ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନ, ବେଦାନ୍ତ ଆଲୁମିନିୟମର ହସପିଟାଲ (ଲାଞ୍ଜିଗଡ଼) ଓ ମମତା- ମା ଓ ଶିଶୁ ପାଇଁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ପରିଚାଳିତ ହୋଇଥିଲା । ଶିଶୁ ଜୀବନର ପ୍ରଥମ ଛଅ ମାସକୁ କେବଳ ସ୍ତନ୍ୟପାନ କରାଇବା ଉପରେ ସଚେତନ ସୃଷ୍ଟି ସହିତ ଲାଞ୍ଜିଗଡ଼ ଅଂଚଳର ଗର୍ଭବତୀ ମହିଳାମାନଙ୍କ ଯତ୍ନ, ସେମାନଙ୍କ ପୁଷ୍ଟିକର ଖାଦ୍ୟପେୟ ବିଷୟରେ ସଚେତନ କରାଯାଇଥିଲା ।

ଝାରସୁଗୁଡ଼ାରେ କଂପାନି ପକ୍ଷରୁ ଆଧୁନିକ ଅଙ୍ଗନବାଡ଼ି ଓ ଶିଶୁବିକାଶ କେନ୍ଦ୍ର ଭାବରେ ୧୨୫ଟି ନନ୍ଦଘର ଜରିଆରେ ସଚେତନତା ସୃଷ୍ଟି କରାଯାଉଛି । ଏଠାରେ ଏଏନଏମ ଓ ଆଶା କର୍ମଚାରୀ ତଥା ଡାକ୍ତର ମାନେ ନୂତନ ମା ମାନଙ୍କ ପାଇଁ ସ୍ତନ୍ୟପାନ କରାଇବାର ଗୁରୁତ୍ୱ ସଂପର୍କରେ ବୁଝାଉଛନ୍ତି । ସେହିଭଳି ଲାଞ୍ଜିଗଡ଼ ଅଂଚଳରେ ଏହି କାର୍ୟ୍ୟକ୍ରମ ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନ ଜରିଆରେ ମା ମାନଙ୍କୁ ସେମାନଙ୍କ ଶିଶୁକୁ ଉପଯୁକ୍ତ ସ୍ତନ୍ୟପାନ କରାଇବା ଓ ନିଜର ଯତ୍ନ ସଂପର୍କରେ ବୁଝାଯାଇଥିଲା ।

ଗୁଣାତ୍ମକଶିକ୍ଷା, ସ୍ଥାୟୀଜୀବିକା, ମହିଳାସଶକ୍ତିକରଣ, ସ୍ୱାସ୍ଥ୍ୟ, ଜଳ ଓ ପରିମଳ ବିଷୟ ଉପରେ ବେଦାନ୍ତ ଆଲମୁନିୟମର ସାମାଜିକ ପଦକ୍ଷେପ ଦ୍ୱାରା ଓଡ଼ିଶାର ୧୩୦ରୁ ଅଧିକ ଗ୍ରାମରେ ପହଁଚି ବାର୍ଷିକ ୨.୫ ଲକ୍ଷ ଲୋକଙ୍କ ଆବଶ୍ୟକତାକୁ ବୁଝିଥାଏ । କମ୍ପାନି ପକ୍ଷରୁ ମଧ୍ୟ ଅନେକ ସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ଯେଉଁଗୁଡ଼ିକ ହେଲା-

• ବେଦାନ୍ତ ହସପିଟାଲର ଲାଞ୍ଜିଗଡ଼ ଠାରେ ୨୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରହିଛି । ଏଠାରେ ପ୍ରଶିକ୍ଷିତ ଡାକ୍ତର ଓ କର୍ମଚାରୀ ମାନେ ରହିଛନ୍ତି ଏବଂ ରୋଗୀମାନଙ୍କୁ ଦିନରାତି ଚିକିତ୍ସା ସେବା ସହ ଆମ୍ବୁଲାନସ ସେବା ପ୍ରଦାନ କରାଯାଉଛି । ଦୈନିକ ଏହି ହସପିଟାଲକୁ ୧୫୦ରୁ ଅଧିକ ରୋଗୀ ଆସିଥାନ୍ତି ।
• ମୋବାଇଲ ହେଲଥ ୟୁନିଟ ଜରିଆରେ ଦୂରବର୍ତୀ ଶହଶହ ଗ୍ରାମରେ ପ୍ରତିମାସ ଗୁଣମାନର ଡାକ୍ତରୀ ପରାମର୍ଶ ସେବା ସହ ଲୋକମାନଙ୍କୁ ମାଗଣାରେ ଔଷଧ ବଂଟନ କରାଯାଉଛି ।
• ମା ସନ୍ତୋଷୀ ଜନକଲ୍ୟାଣ ହସପିଟାଲକୁ କଂପାନି ସହାୟତା ଯୋଗାଇ ଦେଉଛି ଏହା ହେଉଛି ବାଙ୍କାକୁଣ୍ଡୁରୁ ଦୁର୍ଗମ ଅଂଚଳରେ ଥିବା ଏକମାତ୍ର ହସପିଟାଲ । ଏଠାରେ ୨୭୦୦ ଲୋକ ଚିକିତ୍ସା ସେବା ପାଉଛନ୍ତି ।
• ବିଭିନ୍ନ ସ୍ଥାନରେ ମାସିକ ବିଶାଳ ସ୍ୱାସ୍ଥ୍ୟଶିବିର ଆୟୋଜନ କରାଯାଉଛି, ଯଦ୍ୱାରା ସ୍ଥାନୀୟ ସମୁଦାୟ ବିଶେଷଜ୍ଞ ଡାକ୍ତରମାନଙ୍କ ଠାରୁ ଉପଯୁକ୍ତ ପରାମର୍ଶ ଓ ସହାୟତା ପାଉଛନ୍ତି ।
• ଅଂଚଳରେ ମ୍ୟାଲେରିଆର ଦୂରୀକରଣ ପାଇଁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।
କଂପାନିର ସ୍ୱାସ୍ଥ୍ୟସେବା ପଦକ୍ଷେପ ସଂପର୍କରେ, ଝାରସୁଗୁଡ଼ା ବେଦାନ୍ତଲିମିଟେଡର ସିଇଓ- ସୁନୀଲଗୁପ୍ତା, କହିଛନ୍ତି ଯେ ଆମର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରାମାଂଚଳର ଲୋକମାନଙ୍କ ପାଇଁ ଗୁଣମାନର ସ୍ୱାସ୍ଥ୍ୟସେବା ପାଇଁ ସମର୍ପିତ । ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡର ଡେପୁଟି ସିଇଓ ଜି.ଜିପାଲ, କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ନୂଆ ମା ମାନଙ୍କୁ ବିଶେଷ ଭାବେ ପ୍ରୋତ୍ସାହିତ କରିବ ଓ ସେମାନେ ତାଙ୍କର ନବଜାତ ଶିଶୁମାନଙ୍କ ପାଇଁ ଉପଯୁକ୍ତ ଯତ୍ନ ନେଇପାରିବେ ।

ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ଲଳିତା ହରିଜନ,ଲାଞ୍ଜିଗଡ଼ସ୍ଥିତ ବୋରିଙ୍ଗାପଦରର ଜଣେ ନୂଆ ମା କହିଛନ୍ତି ଯେ ଏହି ଅଧିବେଶନ ମୋତେ ସ୍ତନ୍ୟପାନର ମହତ୍ୱ ସଂପର୍କରେ ବହୁତ କିଛି ଶିକ୍ଷାଦେଇଛି । ମୁଁ ମୋ ପିଲାର ଉପଯୁକ୍ତ ଯତ୍ନ ନେଇପାରିବି । ମୋ ମନରେ ରହିଥିବା କେତେକ ପ୍ରଶ୍ନର ସଠିକ ଉତର ଦେଇଥିବା ଡାକ୍ତରଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ।

ବେଦାନ୍ତର ମୋବାଇଲ ହେଲଥ ୟୁନିଟ ଜରିଆରେ ସ୍ଥାନୀୟ ସମୁଦାୟଙ୍କୁ ମାର୍ଗଦର୍ଶନକାରୀ ଡା. ଜୟନାରାୟଣ ପାଢୀ କହିଛନ୍ତି ଯେ ସଦ୍ୟଜାତ ଶିଶୁ ପାଇଁ ମା କ୍ଷୀର ସର୍ବୋତମ । ଏଥିରୁ ଶିଶୁ ଉପଯୁକ୍ତ ପୋଷଣ ଓ ରୋଗ ପ୍ରତିରୋଧକ ଶକ୍ତି ପାଇଥାଏ । ମା ମାନଙ୍କ ପାଇଁ ଏହି ସଚେତନତାମୂଳକ କାର୍ୟ୍ୟକ୍ରମ ବାସ୍ତବରେ ବହୁ ମୂଲ୍ୟବାନ ଏହାଦ୍ୱାରା ଉଭୟ ମା ଓ ଶିଶୁଙ୍କ କଲ୍ୟାଣ ହୋଇପାରିବ ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏ କି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓଜୋନସସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ରେ କଂପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଲାଞ୍ଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୯୦ ମେଗାୱାଟ ପାୱାର ପ୍ଲାଂଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାରପ୍ଲାଂଟ ଓ ଆଲୁମିନାରି ଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।