କନକ ବ୍ୟୁରୋ :ବେଦାନ୍ତଲିମିଟେଡ, ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ମିନିସାଇନ୍ସ ସେଣ୍ଟର ଉଦଘାଟନ କରିଛି । ପାରମ୍ପରିକ ଶିକ୍ଷାଦାନ ପ୍ରଣାଳୀକୁ ସାହାଯ୍ୟ କରିବା ଓ ଛାତ୍ରଙ୍କ ଲାଗି ଏସଟିଇଏମ (ବିଜ୍ଞାନ, ପ୍ରଯୁକ୍ତି, ଇଂଜିନିୟରିଂ, ଗଣିତ) ଉପରେ ପିଲାମାନଙ୍କୁ ବୁଝିବା ଓ ଶିକ୍ଷାକୁ ସହଜ କରାଇବା ଲାଗି ଏହି ଅଭିନବ କେନ୍ଦ୍ର ପରିକଳ୍ପନା କରାଯାଇଛି ।

ମିନିସାଇନ୍ସସେଣ୍ଟର ହ୍ୟାଣ୍ଡସ ଅନ ମଡେଲ, ଗ୍ରାଫିକ ବ୍ୟାଖ୍ୟା, ପ୍ଲଗ ଓ ପ୍ଲେସିଷ୍ଟମ ତଥା ଅନ୍ୟାନ୍ୟ ପାରସ୍ପରିକ ମଡ୍ୟୁଲ ଉଭୟ ଇଂରାଜୀ ଓ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ପଞ୍ଚମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହା ବିଶେଷ ସହାୟକ ହୋଇପାରିବ । ଏହି କାର୍ୟ୍ୟକ୍ରମରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷଣ ଅଭିଜ୍ଞତାକୁ ବୃଦ୍ଧି କରାଯିବା ଲକ୍ଷ୍ୟ ରହିଛି । ଏଥିରେ ଉଭୟ ରାଜ୍ୟ ତଥା କେନ୍ଦ୍ର ବିଦ୍ୟାଳୟର ପାଠ୍ୟକ୍ରମ ଆଧାରିତ ଶିକ୍ଷା ବ୍ୟବସ୍ଥା ରଖାଯାଇଛି ।

ମିଳିତ ଜାତିସଂଘର ଗୁଣବତା ବିକାଶ ଲକ୍ଷ୍ୟ (୪) ସହ ଏହି ପଦକ୍ଷେପଟି ସମାନ ଅଟେ । ଏହି ପ୍ରୟାସ ଜରିଆରେ କମ୍ପାନି ଗ୍ରାମୀଣ ଦୂରବର୍ତ୍ତୀ ଅଞ୍ଚଳ ଛାତ୍ରଛାତ୍ରୀମାନଙ୍କୁ ଏସଟିଇଏମ (ବିଜ୍ଞାନ, ପ୍ରଯୁକ୍ତି, ଇଂଜିନିୟରିଂ, ଗଣିତ) ଉପରେ ଉଚ୍ଚଶିକ୍ଷା ଚୟନ କରିବାକୁ ପ୍ରେରଣା ଯୋଗାଇବ ।

ଗୁଣାତ୍ମକ ଶିକ୍ଷା ଉପରେ ମତ ଦେଇ ପ୍ରଣବ କୁମାର ଭଟ୍ଟାଚାର୍ୟ୍ୟ , ସିଇଓ, ଆଲୁମିନା ବ୍ୟବସାୟ, ବେଦାନ୍ତ ଲିମିଟେଡ଼,କହିଛନ୍ତି ଯେ ବେଦାନ୍ତର ଏହି ମିନି ବିଜ୍ଞାନ କେନ୍ଦ୍ର ପରି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଲାଞ୍ଜିଗଡ଼ ଗୁଣାତ୍ମକ ଶିକ୍ଷାର ବ୍ୟାପକ ବିସ୍ତାର ପାଇଁ କାର୍ଯ୍ୟ କରୁଛି । ଆଜିର ଯୁବକମାନଙ୍କ ପାଇଁ ଏପରି ଏକ ଉପଯୋଗୀ ପ୍ଲାଟଫର୍ମ ପ୍ରସ୍ତୁତ କରି ଆମେ ଶିକ୍ଷାର ପରିବର୍ତ୍ତନଶୀଳଶକ୍ତିର ସଦୁପଯୋଗ ଓ ବିସ୍ତାର କରିବାକୁ ଚାହୁଁଛୁ । ଏହାଦ୍ୱାରା ଆମ ଅଞ୍ଚଳର ପିଲାମାନଙ୍କଠାରେ ବୌଦ୍ଧିକ ବିକାଶ ସହ ସାମର୍ଥ୍ୟ ବୃଦ୍ଧି ପାଇବ ।

ରାୟଗଡ଼ା ଜିଲ୍ଲାର ସହକାରୀ ଶିକ୍ଷା ଅଧିକାରୀ ସହଦେବ ଚିଚୁଆନ ବେଦାନ୍ତର କାର୍ଯ୍ୟକ୍ରମକୁ ସମର୍ଥନ କରି କହିଥିଲେ ଯେ ବେଦାନ୍ତର ମିନି ସେଣ୍ଟର ଯୁବକମାନଙ୍କ ଶିକ୍ଷାପାଇଁ ଏକ ଉନ୍ନତ ପ୍ଲାଟଫର୍ମ ଯୋଗାଇବ । ଏହା ଦ୍ୱାରା ସଂପୃକ୍ତ କ୍ଷେତ୍ରରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନେ ଆଗକୁ ବଢିବା ପାଇଁ ଉତ୍ସାହିତ ହୋଇପାରିବେ । ବେଦାନ୍ତ ଲାଞ୍ଜିଗଡ଼ ଜଣେ ପ୍ରକୃତ ଗୋଷ୍ଠୀ ସହାୟକ ଭାବରେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ମୁଁ ଏହାର କାର୍ଯ୍ୟକୁ ପ୍ରଶଂସା କରୁଛି ।

ବେଦାନ୍ତ ଲାଞ୍ଜିଗଡ଼ର ସାମାଜିକ ପଦକ୍ଷେପ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଭିତିଭୂମି, ମହିଳା ସଶକ୍ତିକରଣ, ପରିମଳ, ପରିବେଶର ଉନ୍ନତି ଓ ତୃଣମୂଳ ସ୍ତରୀୟ କ୍ର୍ରୀଡ଼ା ପ୍ରତି ସମର୍ଥନ ସହ ଗୋଷ୍ଠୀର ଉନ୍ନତି ପାଇଁ ପ୍ରତିବଦ୍ଧ ଓ ୬୭ରୁ ଅଧିକ ଗ୍ରାମରେ ଏହାର କାର୍ଯ୍ୟକ୍ରମକୁ ବିସ୍ତାର କରିଛି । ଏହାର ୩୭୮ରୁ ଅଧିକ ଏସଏଚଜିରେ ୪୦୦୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରିଛି । ବାର୍ଷିକ ପ୍ରାୟ ୬୦,୦୦୦ ଲୋକଙ୍କୁ ଗୁଣମାନର ଓ ଦ୍ୱାର ଦେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି । ଲାଞ୍ଜିଗଡ଼ରେ ଶିକ୍ଷାର ପ୍ରସାର ଲାଗି ଡିଏଭି ଆନ୍ତର୍ଜାତିକ ବିଦ୍ୟାଳୟ ପ୍ରତିଷ୍ଠା କରିଛି । ଉଲ୍ଲେଖନୀୟ ପଦକ୍ଷେପ ଯଥା ନନ୍ଦଘର ଆଧୁନିକ ଅଙ୍ଗନବାଡ଼ି ଜରିଆରେ ୪୦୦୦ରୁ ଅଧିକ ପିଲା ଓ ୮୦୦ ମହିଳାଙ୍କ ପୋଷଣ କରୁଛି ।ସମାଜରେ ମା ଓ ଶିଶୁ ମାନଙ୍କ ଯତ୍ନ ପାଇଁ କାର୍ଯ୍ୟ କରୁଛି । ଆହୁରି ମଧ୍ୟ ଗ୍ରାମୀଣ ଯୁବକମାନଙ୍କ ଶିକ୍ଷାର ବିକାଶ ଲାଗି ସେମାନଙ୍କ ସାମଗ୍ରିକ ବିକାଶ ପ୍ରତି ଯତ୍ନବାନ ରହିଛି । ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ କ୍ରୀଡ଼ା ଟୁର୍ଣ୍ଣାମେଣ୍ଟ ଓ ପ୍ରତିଯୋଗିତାମାନ ଆୟୋଜନ କରୁଛି ଓ ୨୦୦ ଯୁବକଙ୍କୁ ସଶକ୍ତ କରିପାରିଛି ।

ବେଦାନ୍ତ ଆଲୁମିନିୟମ ବେଦାନ୍ତ ଲମିଟେଡର ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏ କି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକବର୍ଷ ୨୩ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ବିଶ୍ୱସ୍ତରୀୟ କର୍ପୋରେଟ ସ୍ଥିରତା ମୂଲ୍ୟାଙ୍କନ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମରାଙ୍କଧାରୀ ଆଖ୍ୟା ଅର୍ଜନ କରିଛି ଓ ପ୍ରତିଫଳନ ଅଟେ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥାର। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାର ପ୍ପ୍ଲାଣ୍ଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

About Vedanta Aluminium Business:
Vedanta Aluminium, a business of Vedanta Limited, is India’s largest producer of aluminium, manufacturing more than half of India’s aluminium i.e., 2.29 million tonnes in FY23. It is a leader in value-added aluminium products that find critical applications in core industries. Vedanta Aluminium ranks 1st in the S&P Global Corporate Sustainability Assessment 2023 world rankings for the aluminium industry, a reflection of its leading sustainable development practices. With its world-class aluminium smelters, alumina refinery and power plants in India, the company fulfils its mission of spurring emerging applications of aluminium as the ‘Metal of the Future’ for a greener tomorrow. www.vedantaaluminium.com