କନକ ବ୍ୟୁରୋ : ଭାରତର ସର୍ବବୃହତ ଆଲୁମିନିୟମ୍ ଓ ମୂଲ୍ୟ ଯୁକ୍ତ ଉତ୍ପାଦ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଓଡ଼ିଶା ସଚିବାଳୟର ୪୫ ସହକାରୀ ସେକ୍ସନ ଅଧିକାରୀଙ୍କ ପାଇଁ ସେମାନଙ୍କ ଅଧିଷ୍ଠାନ କାର୍ଯ୍ୟକ୍ରମର ଅଂଶସ୍ୱରୂପ କାରଖାନା ପରିଦର୍ଶନ ଆୟୋଜନ କରାଯାଇଛି । ଏହି ପରିଦର୍ଶନରେ ସାମିଲ ଥିଲା ବରିଷ୍ଠ ପରିଚାଳନା କର୍ତୃପକ୍ଷଙ୍କ ସହ ଆଲୋଚନା ଓ ତା’ ପରେ ଗୋଟିଏ ସ୍ଥାନରେ ସ୍ଥାପନ କରାଯାଇଥିବା ଦୁନିଆର ଅନ୍ୟତମ ସର୍ବବୃହତ ସ୍ମେଲଟରର କାର୍ଯ୍ୟ କୁ ବୁଝିବା ଲାଗି କଂପାନିର ଆଲୁମିନିୟମ୍ ସ୍ମେଲଟର କମ୍ପେ୍ଲକ୍ସର କାରଖାନା ପରିଦର୍ଶନ କରାଯାଇଥିଲା । ଅଧିକାରୀମାନଙ୍କୁ ସ୍ମେଲଟର ପରିଚାଳନା, ବିଦ୍ୟୁତ ପରିଚାଳନା ଏବଂ ସୁଦୃଢ଼ ସୁରକ୍ଷା ପ୍ରଥା ଉପରେ ଗୁରୁତ୍ୱାରୋପ କରାଯିବା ସହ ସହିତ ଅନ୍ୟାନ୍ୟ କାର୍ଯ୍ୟ ବିଷୟରେ ଧାରଣା ପ୍ରଦାନ କରି କାରଖାନା ପରିଚାଳନା ବିଷୟରେ ଅନ୍ତର୍ଦୃଷ୍ଟି ପ୍ରଦାନ କରାଯାଇଥିଲା ।

Advertisment

ଓଡ଼ିଶା ପ୍ରତି ବେଦାନ୍ତର ରହିଥିବା ଅବଦାନକୁ ବର୍ଣ୍ଣନା କରି ଏବଂ ନୂଆ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇ ବେଦାନ୍ତ ଲିମିଟେଡ୍, ଝାରସୁଗୁଡ଼ାର ସିଇଓ ଶ୍ରୀଯୁକ୍ତ ସୁନିଲ ଗୁପ୍ତା କହିଛନ୍ତି ଯେ, “ଓଡ଼ିଶା ସହିତ ବେଦାନ୍ତର ସହଯୋଗିତା ଅନ୍ୟତମ ସମୃଦ୍ଧ ଓ ରାଜ୍ୟର ପ୍ରଗତିର ସହଯୋଗୀ ହୋଇଥିବାରୁ ଆମେ ଗର୍ବିତ ମନେ କରୁଛୁ । ଆମର ଝାରସୁଗୁଡ଼ା କାରଖାନା ହେଉଛି ଦୁନିଆର ଅନ୍ୟତମ ସର୍ବବୃହତ ଆଲୁମିନିୟମ୍ କାରଖାନା ଏବଂ ରାଜ୍ୟର କଲ୍ୟାଣ ପ୍ରତି ଆମର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟର ଦୁର୍ଗମ ଅଂଚଳକୁ ସାମାଜିକ-ଅର୍ଥନୈତିକ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ଆମକୁ ପ୍ରଶଂସା କରାଯାଉଛି । କଂପାନି ୫୦,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛି ଏବଂ ଝାରସୁଗୁଡ଼ାର ଉଲ୍ଲେଖନୀୟ ଜିଡିପି ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି, ଯାହା ହେଉଛି ବର୍ତମାନ ଓଡ଼ିଶାର ସର୍ବାଧିକ ମୁଣ୍ଡପିଛା ଆୟର ଜିଲ୍ଲା । ଏହି ସମ୍ମାନଜନକ ପଦ ଲାଗି ଚୟନ ହୋଇଥିବା ସମସ୍ତ ଅଫିସର ଟ୍ରେନିଂମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ମୁଁ ସେମାନଙ୍କ ଭବିଷ୍ୟ ଉଦ୍ୟମର ସଫଳତା କାମନା କରୁଛି ।’’

ଏହି ପରିଦର୍ଶନର ଅନ୍ୟତମ ଅଂଶ ଥିବା ସହକାରୀ ସେକ୍ସନ ଅଫିସର ଶ୍ରୀ ଆଶିଷ କୁମାର ନାୟକ କହିଛନ୍ତି ଯେ, “ବେଦାନ୍ତକୁ ଆମର ପରିଦର୍ଶନ ଅନ୍ୟତମ ସମୃଦ୍ଧ ଥିଲା ଯେଉଁଠାରେ ଆମର ଟ୍ରେନି ଅଧିକାରୀମାନେ ବରିଷ୍ଠ ପରିଚାଳନା କର୍ତୃପକ୍ଷଙ୍କ ସହ ଆଲୋଚନା କରିବା ଓ କାର୍ୟ୍ୟ ପରିଚାଳନାର ଧାରଣ ହାସଲ କରିବାର ସୁଯୋଗ ପାଇଥିଲେ । ଏହି ପରିଦର୍ଶନ ଆୟୋଜନ କରାଇଥିବାରୁ ଆମେ ବେଦାନ୍ତକୁ ଧନ୍ୟବାଦ ଜଣାଇବାକୁ ଚାହୁଛୁ । ଏଭଳି ଶିଳ୍ପ କାରଖାନା ପରିଦର୍ଶନର ମୂଲ୍ୟ ଯୋଗ ବେଶ ଉଲ୍ଲେଖନୀୟ କାରଣ ଏହା ଏକ ବ୍ୟାପକ ଦୃଷ୍ଟିକୋଣ ପ୍ରଦାନ କରିଛି ଯାହା ଆମର ଅଧିକାରୀମାନଙ୍କ ଲାଗି ଆଗାମୀ ଦିନରେ ବିଶେଷ ସହାୟକ ହେବ ।