ବିଧାନସଭା ଶୂନ୍ୟକାଳରେ ବେଦାନ୍ତ ତାତି: ଜମି ଫେରସ୍ତ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି

72

କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ବେଦାନ୍ତ ତାତି । ବେଦାନ୍ତ ଜମି ହଡ଼ପ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଧାରଣା । ବାଚସ୍ପତିଙ୍କ ରୁଲିଂ ଦାବି ସହ ସରକାରଙ୍କୁ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଦାବି କରିଛନ୍ତି ନରସିଂହ । ଅନୁଧ୍ୟାନ କରିବା ପରେ କହିବା ନେଇ ବାଚସ୍ପତି କହିବା ପରେ ଅସନ୍ତୋଷ ପ୍ରକାଶ କରି ଧାରଣା ଦେଇଥିଲେ । ଏହାକୁ ନେଇ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ନରସିଂହ ଅଭିଯୋଗ କରିଛନ୍ତି, ନିର୍ଦ୍ଦିଷ୍ଟ କମ୍ପାନୀ ଉପରେ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ସରକାର । ଲୋକପାଳ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ରାଜ୍ୟ ସରକାର ନିଜେ ବେଦାନ୍ତ ପାଇଁ ୪ ଲେନ୍ ରୋଡ୍ କରିବେ ବୋଲି ଚୁକ୍ତି କରିଥିଲେ, ସବୁ ଟିକସ ମଧ୍ୟ ଛାଡ କରିଛନ୍ତି । ତେବେ ସରକାର ଏହି ସଂସ୍ଥାକୁ କାହିଁକି ଏତେ ଅନୁକମ୍ପା ଦେଖାଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।