କନକ ବ୍ୟୁରୋ: ବେଦାନ୍ତ କାରଖାନାକୁ ପ୍ରଦୁଷଣ ବିଭାଗ ୭୨ କୋଟି ଟଙ୍କା ଫାଇନ ପରେ, ଧିରେ ଧିରେ ପଦାରେ ପଡିବାରେ ଲାଗିଛି ବେଦାନ୍ତ ପାଉଁଶ ପାହାଡ ପଛର ସତ । ଲୋ ଲ୍ୟାଣ୍ଡ ଜମିରେ ପାଉଁଶ ପକାଇବ କହି ବେଦାନ୍ତ ବଡବଡ ପାଉଁଶ ପାହାଡ ତିଆରି କରୁଥିବା ଅଭିଯୋଗ ହୋଇଛି । ପ୍ରଥମେ ବେଦାନ୍ତ କୌଣସି ଜାଗାରୁ ଟ୍ରିପ ଟ୍ରିପ ମାଟି ଚାଲାଣ କରିବା ପରେ ସେ ଅଞ୍ଚଳକୁ ଖାଲୁଆ ଦେଖାଇ ବେଆଇନ ଭାବରେ ଆସ୍ ପଣ୍ଡ ନିର୍ମାଣ କରୁଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

Advertisment
  • ସାମ୍ନାକୁ ଆସୁଛି ବେଦାନ୍ତର କଳାକାରନାମା
  • ବେଆଇନ ଭାବେ ଚାଲିଛି ମାଟି ଚାଲାଣ !

ଝାରସୁଗୁଡା ଭୁର୍କାମୁଣ୍ଡାସ୍ଥିତ ବେଦାନ୍ତ ଆଲୁମିନିୟମକୁ ଜରିମାନା ଲଗାଇଥିଲେ ରାଜ୍ୟ ପ୍ରଦୂଷଣ ବୋର୍ଡ । ତେବେ ପ୍ରଦୂଷଣ ବିଭାଗର ଛାଟ ପରେ ବର୍ତ୍ତମାନ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି ବେଦାନ୍ତର କଳାକାରନାମା । ଅଭିଯୋଗ ଅନୁସାରେ, ପ୍ରଥମେ କୌଣସି ଏକ ସ୍ଥାନକୁ ବେଦାନ୍ତ ଲୋ ଲ୍ୟାଣ୍ଡ ଦର୍ଶାଇ ଥାଏ । ପରେ ସେହି ଅଞ୍ଚଳକୁ ମେସିନ ସହାୟତାରେ ମାଟି ଖୋଳି ଟ୍ରିପ ଟ୍ରିପ ଚାଲାଣ କରିଥାଏ । ଆଉ ସେଠାରେ ଖାଲଜମି ଦେଖାଇ ପାଉଁଶ ପକାଇବା ଆରମ୍ଭ କରିଥାଏ ବେଦାନ୍ତ କମ୍ପାନୀ । ଏଭଳି ବେଆଇନ ଭାବରେ ବେଦାନ୍ତ କମ୍ପାନୀ ମାଟି ଚାଲାଣ କରୁଥିବା ଅଭିଯୋଗ ହୋଇଛି ।

  • ଝାରସୁଗୁଡାରେ ବେଆଇନ ପାଉଁଶ ପାହାଡ!
  • କମ୍ପାନୀ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ?

ବିଭିନ୍ନ ସ୍ଥାନରେ ବେଦାନ୍ତ କମ୍ପାନୀ ପାଉଁଶ ପକାଇବା ଦ୍ୱାରା ଯିବା ଆସିବାରେ ସମସ୍ୟା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବେଦାନ୍ତ କମ୍ପାନୀ ଝାରସୁଗୁଡା ସମେତ ଏହାର ଆଖପାଖ ଅଞ୍ଚଳରେ ବିନା ଅନୁମତିରେ ଅନେକ ପାଉଁଶ ପାହାଡ କରିଛି । ଓଡିଶାର କେତେକ ଜିଲ୍ଲାରେ କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ତେବେ ରାଜସ୍ୱମନ୍ତ୍ରୀ କହିଛନ୍ତି, ବେଦାନ୍ତ ନୁହେଁ ଯେ କୌଣସି ସରକାରୀ କମ୍ପାନୀ ବେଆଇନ କାମ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଝାରସୁଗୁଡାର ବିଭିନ୍ନ ସ୍ଥାନରେ ବେଦାନ୍ତ ହଜାର ହଜାର ଟନ୍ ପାଉଁଶ ଢାଳୁଥିଲେ ବି କମ୍ପାନୀ ବିରୋଧରେ ଏପର୍ଯ୍ୟନ୍ତ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।