ଗୋଷ୍ଠି ସଦସ୍ୟ ତଥା କର୍ମଚାରୀ ମାନଙ୍କ ସହିତ ବେଦାନ୍ତ ଆଲୁମିନିୟମର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

40

କନକ ବ୍ୟୁରୋ :  ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ କମ୍ପାନି ବେଦାନ୍ତ ଆଲୁମିନିୟମ୍‌, ଗୋଷ୍ଠି ସଦସ୍ୟମାନଙ୍କ ସହିତ ଯୋଗ ଅଧିବେଶନ ମାଧ୍ୟମରେ ଆନ୍ତର୍ଜାତୀୟ ଯୋଗ ଦିବସକୁ ପାଳନ କରିଛି । “ଯୋଗ ଫର ସେଲ୍ଫ ଏବଂ ଶୋସାଇଟି” ଗ୍ଲୋବାଲ୍ ଥିମ୍ ସହିତ ଚଳିତ ବର୍ଷ ସମନ୍ୱିତ ଅଧିବେଶନଗୁଡ଼ିକ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବାକୁ ଚେଷ୍ଟା କରାଯାଇଥିଲା । ବେଦାନ୍ତର କର୍ମଚାରୀମାନଙ୍କ ପରିବାର ତଥା ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟମାନେ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରିଥିଲେ ।

ମିଳିତ ଜାତିସଂଘ ଦ୍ୱାରା ପ୍ରତିବର୍ଷ ଜୁନ୍ ୨୧ ରେ ଆନ୍ତର୍ଜାତୀୟ ଯୋଗ ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଏ ଏବଂ ଯୋଗ ଅଭ୍ୟାସ କରୁଥିବା ଏକାଧିକ ଶାରୀରିକ ଏବଂ ମାନସିକ ଲାଭକୁ ଆଲୋକିତ କରିବାର ଏକ ସୁଯୋଗ ଅଟେ । ବିଶ୍ୱର ବୃହତମ ଆଲୁମିନିୟମ କାରଖାନାର ଭାବରେ ବେଦାନ୍ତ ଝାରସୁଗୁଡା ଏହାର ଆଖପାଖରେ ସମ୍ପ୍ରଦାୟର ବିକାଶ ତଥା ସ୍ୱାସ୍ଥ୍ୟ କଲ୍ୟାଣ କ୍ଷେତ୍ରରେ ବିକାଶ ପାଇଁ ବହୁମୁଖୀ ଉଦ୍ୟମ କରିଆସୁଛି । ଏହି ଅବସରରେ କମ୍ପାନୀ ଉତମ ସ୍ୱାସ୍ଥ୍ୟ ହାସଲ କରିବାରେ ଯୋଗର ଲାଭ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟକଳାପମାନ ଆୟୋଜନ କରାଯାଇଥିଲା । ଏଥିରେ ମିଶନ ଆଶ୍ରାର (ଯାହାକି ଗରିବ ଲୋକମାନଙ୍କ ପାଇଁ ଏକ ଘର) ଅନ୍ତେବାସୀଙ୍କ ସହ ଯୋଗ ଅଧିବେଶନ ତଥା ଝାରସୁଗୁଡା ବିମାନବନ୍ଦରରେ ଜିଲ୍ଲା ପ୍ରଶାସନ ଏବଂ ଝାରସୁଗୁଡାର ରୋଟାରୀ କ୍ଲବ ସହଭାଗିତାରେ ଯୋଗ ସେସନ ମଧ୍ୟ ଆୟୋଜନ କରାଯାଇଥିଲା ।

ବିଭିନ୍ନ ପ୍ରଭାବଶାଳୀ ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ସ୍ୱାସ୍ଥ୍ୟସେବା ସୁବିଧା ସୁଦୃଢ଼ କରିବା ପାଇଁ ବେଦାନ୍ତ ଝାରସୁଗୁଡା ଉତ୍ସର୍ଗୀକୃତ । ବେଦାନ୍ତ ନନ୍ଦଘରସ ମାଧ୍ୟମରେ ଆଧୁନିକୀକରଣ ହୋଇଥିବା ଅଙ୍ଗନୱାଡି ଯାହାକି ମହିଳା ଏବଂ ଶିଶୁ ବିକାଶର ହବ୍ ଭାବରେ କାର୍ଯ୍ୟ କରେ, କମ୍ପାନୀ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିଛି । ଏଥିମଧ୍ୟରେ ୬ ବର୍ଷରୁ କମ୍ ପିଲାମାନଙ୍କୁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ମାଧ୍ୟମରେ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଘରୋଇ ଖାଦ୍ୟ, ଏଏନଏମ କର୍ମଚାରୀ (ସହାୟକ ନର୍ସ / ଧାତ୍ରୀ) ମାଧ୍ୟମରେ ଉନ୍ନତ ସ୍ୱାସ୍ଥ୍ୟସେବା, ଦକ୍ଷତା ତଥା ମହିଳାମାନଙ୍କ ପାଇଁ ତାଲିମ ପ୍ରୋଗ୍ରାମ ମାଧ୍ୟମରେ ବିକାଶ ଅନ୍ତର୍ଭୁକ୍ତ କରିଛି । କମ୍ପାନୀର ମୋବାଇଲ୍ ହେଲ୍ଥ ୟୁନିଟ୍ ମଧ୍ୟ ୨୭ ରୁ ଅଧିକ ଗାଁର ଲୋକଙ୍କୁ ଗୁଣାତ୍ମକ ଦ୍ୱାର ସ୍ୱାସ୍ଥ୍ୟ ସେବା ଯୋଗାଇଥାଏ, ଯାହାକି ଓଡିଶାର କେତେକ ଦୂରବର୍ତୀ ଅଂଚଳରେ ବହୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଆଣିଥାଏ ।

ଏହାଛଡା ଝାରସୁଗୁଡା ଏବଂ ଲାଇକେରାର ଦୁଇଟି ଉନ୍ନତ ନିଦାନ କେନ୍ଦ୍ର ସୁଲଭ ମୂଲ୍ୟରେ ରେଡିଓଲୋଜି ଏବଂ ପାଥୋଲୋଜି ପରୀକ୍ଷଣର ଏକ ବ୍ୟାପକ ଧାରା ପ୍ରଦାନ କରିଛି, ଯାହା ଉଚ୍ଚମାନର ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ନିକଟରେ ଅଧିକ ଉପଲବ୍ଧ କରାଇଥାଏ । ଭାରତ ସରକାରଙ୍କ ‘ନିକ୍ସାଇ ମିତ୍ର’ କାର୍ଯ୍ୟକ୍ରମର ଏକ ଅଂଶ ଯାହା ଯକ୍ଷ୍ମା ବିଲୋପ ଉପରେ ଧ୍ୟାନ ଦେଇଥାଏ । କମ୍ପାନୀ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସେବାରେ ବର୍ଦ୍ଧିତ ସୁବିଧା ଥିବା ରୋଗୀମାନଙ୍କୁ ସେମାନଙ୍କର ପୁନରୁଦ୍ଧାରରେ ମଧ୍ୟ ସହାୟତା କରୁଛି । ସାମୂହିକ ଭାବରେ, ଏହି ପଦକ୍ଷେପଗୁଡ଼ିକ ଦ୍ୱରା ପ୍ରତିବର୍ଷ ୨,୦୦,୦୦୦ ରୁ ଅଧିକ ବ୍ୟକ୍ତିବିଶେଷ ଉପକୃତ ହେଉଛନ୍ତି , ଯାହାକି ସମ୍ପ୍ରଦାୟର ସାମଗ୍ରିକ ଉନ୍ନତିକୁ ବଢାଇଥାଏ ।

ଏହି ପଦକ୍ଷେପ ବିଷୟରେ  ସୁନୀଲ ଗୁପ୍ତା, ସିଓଓବେଦାନ୍ତ ଆଲୁମିନିୟମ ଏବଂ ସିଇଓବେଦାନ୍ତ ଝାରସୁଗୁଡା କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମରେ ଆମେ ସକ୍ରିୟ ତଥା ଅନ୍ତର୍ଭୂକ୍ତ ପଦକ୍ଷେପ ମାଧ୍ୟମରେ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ସେବାକୁ ପ୍ରାଧାନ୍ୟ ଦେଉଛୁ । ଦୀର୍ଘସ୍ଥାୟୀ ସୁସ୍ଥତା ନିଶ୍ଚିତ କରିବାକୁ ଆମର ପ୍ରତିବଦ୍ଧତାକୁ ସୂଚାଇ, ଆମର ବିବିଧ କାର୍ଯ୍ୟକଳାପ ଯେପରିକି ସମାଜ ପାଇଁ ଯୋଗ ଅଧିବେଶନ ଆୟୋଜନ କରିବା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ମହତ୍ୱକୁ ଦର୍ଶାଏ । ଏହି ପରିପ୍ରେକ୍ଷୀରେ ଆମର ଅନ୍ୟାନ୍ୟ ପ୍ରୟାସ ଯେପରିକି ନିୟମିତ ସ୍ୱାସ୍ଥ୍ୟ ଶିବିର ଏବଂ ଉତମ ସ୍ୱାସ୍ଥ୍ୟ ଭିତିଭୂମି ମଧ୍ୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଅତ୍ୟାବଶ୍ୟକ ସହାୟତା ଯୋଗାଇଥାଏ । ଏହି ପ୍ରୟାସଗୁଡ଼ିକ ନିରନ୍ତର ବିକାଶ ପାଇଁ ଆମର ଉତ୍ସର୍ଗୀକୃତତା ଏବଂ ଉଭୟ ସମ୍ପ୍ରଦାୟ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଉପରେ ସ୍ଥାୟୀ ପ୍ରଭାବ ପକାଇବାରେ ଆମର ବିଶ୍ୱାସକୁ ପ୍ରତିଫଳିତ କରେ ।

ବେଦାନ୍ତର ଅବଦାନକୁ ପ୍ରଶଂସା କରି ପିପୁଲ୍ସ ଫରୋମର ସହକାରୀ ଉପ ସଭାପତି ସଞ୍ଜୟ ଜେଟି କହିଛନ୍ତି ଯେ ଆମର ୧୦୦ ରୁ ଅଧିକ ଅନ୍ତେବାସୀଙ୍କ ସହ ଯୋଗ ଦିବସ ପାଳନ କରିବା ଏକ ଆକର୍ଷଣୀୟ ଅଧିବେଶନ ହୋଇଥିବାବେଳେ ଏହା ଆମ ସମସ୍ତ ବାସିନ୍ଦାଙ୍କ ପାଇଁ ଏକ ସୁସ୍ଥ ଜୀବନଯାପନ ଉପରେ ଗୁରୁତ୍ୱାରୋପ କରିଛି ।

ଝାରସୁଗୁଡା ବିମାନବନ୍ଦର ନିର୍ଦ୍ଦେଶକ ସନ୍ଦୀପ କୁମାର ତିୱାରୀ ତାଙ୍କ ମତାମତ ଦେଇ କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବାରେ ବେଦାନ୍ତ ଝାରସୁଗୁଡାର ଉଦ୍ୟମ ପ୍ରକୃତରେ ଉଲ୍ଲେଖନୀୟ। ବେଦାନ୍ତର ସହଯୋଗରେ ଆୟୋଜିତ ଝାରସୁଗୁଡା ବିମାନବନ୍ଦରରେ ଯୋଗ ଅଧିବେଶନ ଏକ ବଡ଼ ସଫଳତା ଥିଲା, ଯାହାକି ସମାଜର କଲ୍ୟାଣ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦର୍ଶାଇଛି । ସେମାନଙ୍କର ପଦକ୍ଷେପ ସକରାତ୍ମକ ଭାବରେ ସମ୍ପ୍ରଦାୟ ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ହିତାଧିକାରୀଙ୍କୁ ପ୍ରଭାବିତ କରୁଛି।

ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଦକ୍ଷତା ବିକାଶ, ତୃଣମୂଳ କ୍ରୀଡା, କଳା ଏବଂ ସଂସ୍କୃତି କ୍ଷେତ୍ରରେ ବେଦାନ୍ତର ସାମାଜିକ ହସ୍ତକ୍ଷେପ ମାଧ୍ୟମରେ, ମହିଳା ଏବଂ ଶିଶୁ ବିକାଶ ଉପରେ ଧ୍ୟାନ ଦେଇ ଗୋଟିଏ ବର୍ଷରେ ଝାରସୁଗୁଡା ଏବଂ ଏହାର ନିକଟବର୍ତୀ ଅଂଚଳର ପ୍ରାୟ ୮୦ ଟି ଗ୍ରାମରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ ହୋଇଛନ୍ତି । ଏହାଛଡା ୩୫୦ ରୁ ଅଧିକ ଏସଏଚଜିରୁ ପ୍ରାୟ ୫୦୦୦ ମହିଳାଙ୍କୁ ସଶକ୍ତ କରିଛି, ବାର୍ଷିକ ପ୍ରାୟ ୫୦,୦୦୦ ଲୋକଙ୍କୁ ଦ୍ୱାର ଦେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇଥାଏ, ୧୩,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ସହାୟତା ପ୍ରଦାନ କରିଛି, ସମ୍ପ୍ରଦାୟ ସ୍ତରରେ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ପ୍ରାୟ ୧.୫୦ ଲକ୍ଷ ଗଛ ଲଗାଯାଇଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

About Vedanta Aluminium Business:

Vedanta Aluminium, a business of Vedanta Limited, is India’s largest producer of aluminium, manufacturing more than half of India’s aluminium i.e., 2.37 million tonnes in FY23. It is a leader in value-added aluminium products that find critical applications in core industries. Vedanta Aluminium ranks 1st in the S&P Global Corporate Sustainability Assessment 2023 world rankings for the aluminium industry, a reflection of its leading sustainable development practices. With its world-class aluminium smelters, alumina refinery and power plants in India, the company fulfils its mission of spurring emerging applications of aluminium as the ‘Metal of the Future’ for a greener tomorrow. www.vedantaaluminium.com

Follow us on LinkedIN, Facebook, Twitter, Instagram

For further information, please contact:

Mr. Ashwin Chand

Head-PR & Corporate Communications

Vedanta Ltd., Jharsuguda

Ashwin.Chand@vedanta.co.in

www.vedantaaluminium.com