ରାଷ୍ଟ୍ରୀୟସୁରକ୍ଷାଦିବସଅବସରରେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାଠାରେ ଥିବା ବିଶ୍ୱର ସର୍ବବୃହତ ସ୍ମେଲଟର ପ୍ଲାଂଟରେ ସୁରକ୍ଷାକାର୍ଯ୍ୟ ପାଇଁ ସାତଜଣ ତୃତୀୟ ଲିଙ୍ଗ ପେଷାଦାର ନିଯୁକ୍ତ କରିଛି । ସାତଜଣ କର୍ମଚାରୀ ଅରୁନିତାପୟା ସିଂହ, ଆରୋହି ଶର୍ମା, ସନ୍ଧ୍ୟା ଯାଦବ, ସିଦ୍ଧିନାଗେ, ଖୁସିଧ୍ରୁବ, ପବିତ୍ର ଏବଂ ରୋମାଧ୍ରୁବ କମ୍ପାନୀର ସୁରକ୍ଷାଦଳରେ ଯୋଗଦେଇଛନ୍ତି ଏମାନେ ଦିନରାତି କମ୍ପାନୀ ସମ୍ପତି ଓ ଲୋକବଳଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବେ । ବେଦାନ୍ତ ଆଲୁମିନିୟମରେ ଏଲଜିବିଟି କ୍ୟୁଆଇଏ+ ପେଷାଦାରଙ୍କ ଏହା ହେଉଛି ଦ୍ୱିତୀୟ ନିଯୁକ୍ତି, ଏହା ପୂର୍ବରୁ କମ୍ପାନୀର ଛତିଶଗଡ଼ ଭିତିକସହାୟ କକମ୍ପାନୀ ନାଲକୋଠାରେ ପୂର୍ବରୁ ନିଯୁ୍କ୍ତି ଦିଆଯାଇଥିଲା । ଗତବର୍ଷ, କମ୍ପାନୀ ଏଲକ୍ୟୁବିଟିକ୍ୟୁଆଇଏ+ ପ୍ରତିଭାପୁଲରେ ଏହାର ନିଯୁକ୍ତି ଆଭିମୁଖ୍ୟକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଥିଲା, ଯେଉଁମାନେ ଏପର୍ଯ୍ୟନ୍ତ ମୁଖ୍ୟସ୍ରୋତ ଏବଂ କର୍ପୋରେଟ୍ଜଗତରେ ଗ୍ରହଣୀୟ ହୋଇନାହାନ୍ତି ସେମାନଙ୍କୁ ନିଯୁକ୍ତି ଦେଇଛି ।

Advertisment

୧୪ ଜଣ ତୃତୀୟ ଲିଙ୍ଗ କର୍ମଚାରୀଙ୍କ ସହିତ ବେଦାନ୍ତ ଆଲୁମିନିୟମ ବର୍ତମାନଭାରତ ଓ ବିଶ୍ୱରେ ହାତଗଣତି ଉତ୍ପାଦନକାରୀ କମ୍ପାନୀମଧ୍ୟରେ ରହିଛି, ଯେଉଁଥିରେ କୋର୍ପରେସନରେ ଏଲଜିବିଟି କ୍ୟୁଆଇଏ+ କର୍ମଚାରୀ ରହିଛନ୍ତି । ସର୍ବଭାରତୀୟ ସ୍ତରରେ ଉତ୍ପାଦନ ଏବଂ ହେଭି ଇଞ୍ଜିନିୟରିଂ ଶିଳ୍ପରେ ଲିଙ୍ଗ ବିବିଧତା ଅନୁପାତ ପାରମ୍ପରିକ ଭାବରେ କମ ରହିଛି ଏବଂ ଏହି ଅଭାବ ଏପରିକି ଧାତୁ ଓ ଖଣିରେ ଅଧିକ ଦ୍ରୁତ ଓ ଏକବିବିଧକର୍ମଜୀବୀ ଗଠନ ପାଇଁ ବେଦାନ୍ତ ଆଲୁମିନିୟମ ଉଚ୍ଚ ଦକ୍ଷତା ସମ୍ପନ୍ନ ମହିଳା ଓ ଏଲଜିବିଟିକ୍ୟୁଆଇଏ+ ପେଷାଦାରମାନଙ୍କୁ ଏଥିରେ ଯୋଗଦେବାକୁ ଆକର୍ଷିତ କରିବା ଦିଗରେ ବ୍ୟାପକ କାର୍ଯ୍ୟ କରୁଛି ।

ସ୍ମାର୍ଟ ଉତ୍ପାଦନ ପ୍ଲାଂଟକୁ ସେମାନଙ୍କୁ ଆଣିବା ପାଇଁ ଏବଂ ସେମାନଙ୍କୁଅର୍ଦ୍ଧ-କୁଶଳୀ ବ୍ୟକ୍ତିଙ୍କଠାରୁ ବୃତିଗତ ହେବାରେ ସାହାଯ୍ୟ କରିବାକୁ, ବେଦାନ୍ତ ଆଲୁମିନିୟମ ଏକତିନି-ପ୍ରଣାଳୀବ୍ୟବସ୍ଥାଗ୍ରହଣ କରିଛି, ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି:
• କୌଶଳ ମ୍ୟାପିଂ ଅଧ୍ୟୟନ କରି ଏକ ଉତ୍ପାଦନ କାର୍ଯ୍ୟକରିବା ପାଇଁ ସର୍ବନିମ୍ନ ଆବଶ୍ୟକ କୌଶଳ ଥିବା ଟ୍ରାନସଲୋକମାନଙ୍କର ଚିହ୍ନଟ ।
• ନିଯୁକ୍ତମାନଙ୍କ ପାଇଁ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଯାହା ସଫ୍ଟ-ସ୍କିଲ୍ ଓ ବ୍ୟବସାୟ ଜ୍ଞାନ ସହିତ ଆବଶ୍ୟକ ଦକ୍ଷତା ବୃଦ୍ଧିରେ ସହାୟକ ହେବ ।
• ଟ୍ରାନସଲୋକଙ୍କ ସାମାଜିକ ତଥା ମାନସିକ ଆହ୍ୱାନ, ଉପଯୁକ୍ତ ଆଚରଣ ଏବଂ ସମସ୍ତଙ୍କ ପାଇଁ ଏକ ସମନ୍ୱିତ ତଥା ଉତ୍ସାହଜନ କପରିବେଶ ଗଠନ ପାଇଁ କାର୍ଯ୍ୟ କରିବାର ପଦ୍ଧତି ସହିତ ଏହାର କର୍ମଜୀବୀ ପାଇଁ ଲିଙ୍ଗ ସମ୍ବେ ଦନଶୀଳ ଅଧିବେଶନ କରିଏକ ସହାନୁଭୂତିମୂଳକ ଏବଂ ଅନ୍ତର୍ଭୁକ୍ତି ପରିବେଶ ସୃଷ୍ଟି କରାଯାଇପାରିବ । ଆବଶ୍ୟକ ଭିତିଭୂମିର ବୃଦ୍ଧି କୁସୁନିଶ୍ଚିତ କରିବା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ।

ଆଗକୁ ବଢ଼ିବାକୁ, କମ୍ପାନୀ ଏହାର ବ୍ୟବସାୟ ସହଭାଗୀମାନଙ୍କ ମାଧ୍ୟମରେ ଏହାରଲୋକବଳର ବିବିଧତାକୁ ବୃଦ୍ଧି କରିବା ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷଗାବରେ ଏଲଜିବିଟିକ୍ୟୁଆଇଏ+ ଗୋଷ୍ଠୀରୁ ଅଧିକ କର୍ମଚାରୀ ନିଯୁକ୍ତି କରିବାକୁ ଇଚ୍ଛାପ୍ରକାଶ କରୁଛି ।

ଏହାର ଲୋକବଳର ବିବିଧତାକୁ ବୃଦ୍ଧି ପାଇଁ ବେଦାନ୍ତ ଆଲୁମିନିୟମର ଉଦ୍ୟମ ବିଷୟରେ ବକ୍ତବ୍ୟ ରଖୁଥିବା ଅବସରରେ ବେଦାନ୍ତ ଲିମିଟେଡ଼- ଆଲୁମିନିୟମ ବିଜନେସ୍ର ସିଇଓ ଶ୍ରୀଯୁକ୍ତ ରାହୁଲ ଶର୍ମା କହିଲେ, ଆମର ବଜାର, ଗ୍ରାହକ ଏବଂ ବ୍ୟବସାୟ ବିବିଧ ଓ ଜଟିଳ । ଆମେ ବିଭିନ୍ନ ଅଭିଜ୍ଞତା, କୌଶଳ, ଶିକ୍ଷା ଇତ୍ୟାଦି ସହିତ ମ୍ୟାଚ୍କରି ଲୋକଙ୍କୁ ନିଯୁକ୍ତି ଦେବାରେ ବିଶ୍ୱାସକରୁ, ଯାହା ଦ୍ୱାରା ସେମାନେ ପ୍ରସ୍ତୁତକରୁଥିବା ବ୍ୟବସାୟିକ କୌଶଳ, ସେମାନେ ସମାଧାନ କରୁଥିବା ସମସ୍ୟା, ସେମାନେ କରିଥିବା ଉଦ୍ଭାବନ ଗୁଡ଼ିକ ଅନୁରୂପ ଭାବରେ ସୁସଜ୍ଜିତ । ଆମର ସୁସ୍ଥ ଲିଙ୍ଗ ବିବିଧାଅନୁପାତ ପାଇଁ ଜେଣ୍ଡର ଆଗ୍ନୋଷ୍ଟି କାର୍ଯ୍ୟ ଭୂମିକା, ଏକ ମେଧାପରିଚାଳିତ କାର୍ଯ୍ୟ ସଂସ୍କୃତି ଦ୍ୱାରା ବିଶ୍ୱ ସ୍ତରୀୟ ବିଶେଷଜ୍ଞମାନେ ଆମର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣଦିଅନ୍ତି ଓ ସେମାନଙ୍କ ସଫଳତା ପାଇଁ ସାହାଯ୍ୟ କରନ୍ତି । ସଫଳତା ପାଇଁ ଏକତୀକ୍ଷ୍ଣ ଏବଂ ସମୃଦ୍ଧ ଶିକ୍ଷଣକର୍ଭ ଆବଶ୍ୟକ । ଏହା ସେମାନଙ୍କ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ସେମାନଙ୍କୁ ସମର୍ଥନ କରିବା ପାଇଁ ପରିକଳ୍ପନା । ଆମର ମୁଳ ଉଦ୍ଦେଶ୍ୟ ହେଉଛି ଏକ ଉତମ ସଂସ୍କୃତି ଗଠନ କରିବା, ଯାହା ଆମର କର୍ମଚାରୀ ଓ ଅଂଶୀଦାରମାନଙ୍କୁ ଉତ୍ସାହିତ କରିବ ଏବଂ ସେମାନଙ୍କ ସାମର୍ଥ୍ୟର ଶ୍ରେଷ୍ଠତ୍ୱ ପ୍ରତିପାଦନକରିବାକୁ କ୍ଷମତା ପ୍ରଦାନ କରିବ ।

ନୂତନ ଟ୍ରାନ୍ସସହ କର୍ମୀଙ୍କୁ ସ୍ୱାଗତ କରି ବେଦାନ୍ତ ଲିମିଟେଡ଼, ଝାରସୁଗୁଡ଼ାର ସିଇଓ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା କହିଲେ, ବିବିଧତା ପାଇଁ ଆମର ଏକ ଅନ୍ତର୍ନିହିତ ଆଭିମୁଖ୍ୟ ରହିଛି, ଯାହା ଯୋଗ୍ୟତାକୁ ସ୍ୱୀକୃତି ଦେଇଥାଏ ଏବଂ ସମାନକାର୍ଯ୍ୟ କ୍ଷେତ୍ର ସୃଷ୍ଟିକରିବା ଦିଗରେ ବ୍ୟାପକ ପ୍ରୟାସ । ଆମର କର୍ମଚାରୀଙ୍କ ଆଧାରରେ ବିବିଧତାକୁ ଆହୁରି ବୃଦ୍ଧିକରିବାକୁ ଆମର ଯୋଜନା ଅଛି ତେଣୁ ବ୍ୟବସାୟ, ଆମର ବ୍ୟବସାୟକୁ ଆଗକୁ ନେବାପାଇଁ ମାନବ ପୁଞ୍ଜିର ପୂର୍ଣ୍ଣସମ୍ଭାବନାକୁ ବ୍ୟବହାର କରି ପାରିବା ।

ନୂତନ ଭାବେ ନିଯୁକ୍ତ ତୃତୀୟଲିଙ୍ଗୀ କର୍ମଚାରୀଙ୍କ ମଧ୍ୟରୁ ଆରୋହୀ ଶର୍ମା କହିଲେ, ବେଦାନ୍ତ ଝାରସୁଗୁଡ଼ା ମୋର ତଥା ମୋସହକର୍ମୀମାନଙ୍କ ପାଇଁ ସଂସ୍ଥା ମଧ୍ୟକୁ ଏକ ସହଜ ପ୍ରବେଶକୁ ସୁନିଶ୍ଚିତ କରିଛି । ଆମକୁ ଦୃଢ଼ କାର୍ଯ୍ୟକ୍ଷମ କରିବା, ନିରାପତା ତାଲିମ, ବିବିଧ ଏବଂ ସମାନ ସୁଯୋଗ ଉପରେ ଅଧିବେଶନ, ଏବଂ କମ୍ପାନୀର ସୁରକ୍ଷାବଳର ଅଂଶଭାବରେ ଆମରଭୂମିକା ଓ ଦାୟିତ୍ୱ ପାଇଁ ବୈଷୟିକ ତାଲିମ ପ୍ରଦାନ କରାଯାଇଛି । ଏହି ଜୀବନ ପରିବର୍ତନକାରୀ ସୁଯୋଗ ପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଦେଉଛି ।

ଅନ୍ୟଜଣେ କର୍ମଚାରୀ ରୋମାଧ୍ରୁବ କହିଲେ, ସମାଜରେ ବଂଚିବା ପାଇଁ ସଂଘର୍ଷ କରିବାଠାରୁ ଆରମ୍ଭକରି ବିଶ୍ୱର ଅନ୍ୟତମ ବୃହତମ ଆଲୁମିନିୟମ କାରଖାନାର ସୁରକ୍ଷା ପରିଚାନଳା ପାଇଁ କ୍ଷମତା ପ୍ରଦାନକରାଯାଇଥିବାରୁ ମୁଁ ଗର୍ବିତ । ଏହା ଆମ ଜୀବନ ଏବଂ ତୃତୀୟଲିଙ୍ଗ ସମ୍ପ୍ରଦାୟ ପାଇଁ ସବୁଠାରୁ ଖୁସିର ମୂହୁର୍ତ । ଆମକୁ କମ୍ପାନୀ ତାର ଅଭିବୃଦ୍ଧିର ଅଂଶହେବାର ସୁଯୋଗଦେଇଥିବାରୁ ମୁଁ ବେଦାନ୍ତ ଆଲୁମିନିୟମକୁ ଧନ୍ୟବାଦ ଜଣାଉଛି ।

ବେଦାନ୍ତ ଆଲୁମିନିୟମ, ବେଦାନ୍ତଲିମିଟେଡ଼ର ଏକ ବ୍ୟବସାୟ ଅଟେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ, ଏହା ଭାରତର ଅଧାରୁ ଅଧିକ ଆଲୁମିନିୟମ ନିର୍ମାଣକରିଥାଏ, ଯାହାକି ଆର୍ଥିକ ବର୍ଷ ୨୦୨୨ ରେ ୨.୨୭ ମିଲିଅନ ଟନ୍ । ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦଗୁଡ଼ିକରେ ଏହା ଅଗ୍ରଣୀ ଅଟେ । ବେଦାନ୍ତ ଆଲୁମିନିୟମ ଡ଼ୋଜୋନ୍ ସସଷ୍ଟେନେବିଲିଟି ଇଣ୍ଡେକ୍ସ (ଡ଼ିଜେଏସଆଇ) ୨୦୨୨ ରେ ଆଲୁମିନିୟମ ଶିଳ୍ପକ୍ଷେତ୍ରରେ ସାରାବିଶ୍ୱରେ ୨ୟ ସ୍ଥାନ ଅଧିକାର କରିଛି । ଏହା ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ ଅଟେ । ଭାତରରେ ଏହାର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନାରିଫାଇନାରୀ ଓ ପାୱାରପ୍ଲାଂଟ ସହିତ କମ୍ପାନୀ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ଭବିଷ୍ୟତର ଧାତୁଭାବରେ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ପୂରଣ କରେ ।