କନକ ବ୍ୟୁରୋ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡିଶାର ଝାରସୁଗୁଡାରେ 'ବ୍ୟବସାୟ ରାଶି ବିସ୍ତାର' ବିଷୟବସ୍ତୁକୁ କେନ୍ଦ୍ର କରି ସିଆଇଆଇ ଏମ୍ଏସ୍ଏମ୍ଇ ଭେଣ୍ଡର କନେକ୍ଟ ସିରିଜର ପ୍ରଥମ ସଂସ୍କରଣ ଆୟୋଜନ କରିଥିଲା । ଏହି କାର୍ୟ୍ୟକ୍ରମରେ ଶିଳ୍ପପତି, ସରକାରୀ କର୍ମଚାରୀ ଏବଂ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକ (ଏମଏସଏମଇ) ଏକତ୍ରିତ ହୋଇ ଅଭିବୃଦ୍ଧିର ସୁଯୋଗ ଅନୁସନ୍ଧାନ କରିବା ସହ ରାଜ୍ୟରେ ଏମଏସଏମଇର ଦୃଷ୍ଟିଶକ୍ତିକୁ ବିସ୍ତାର କରିଥିଲା । ମୁଖ୍ୟ ବକ୍ତାମାନେ ଧାତୁ, କୃଷି ପ୍ରକ୍ରିୟାକରଣ ଏବଂ ଅକ୍ଷୟ ଶକ୍ତି ଏବଂ ଆଇଟି ପରି ଉଦୀୟମାନ ଶିଳ୍ପରେ ଓଡିଶାର ଅପାର ଅଭିବୃଦ୍ଧି ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ ।

Advertisment

ଏହି କାର୍ୟ୍ୟକ୍ରମରେ ଝାରସୁଗୁଡା, ସୁନ୍ଦରଗଡ, ରାଉରକେଲା ଏବଂ ସମ୍ବଲପୁରରୁ ଏମଏସଏମଇ ଗୁଡ଼ିକର ଅଂଶଗ୍ରହଣ ଭବିଷ୍ୟତର ବ୍ୟବସାୟ ତଥା ରାଜ୍ୟରେ ଏମଏସଏମଇ ଇକୋସିଷ୍ଟମକୁ ମଜବୁତ କରିଛି । ଏହି ଅଧିବେଶନରେ ଏମଏସଏମଇ ବ୍ୟବସାୟ ସୁଯୋଗକୁ ବିସ୍ତାର କରିବା ଉପରେ ଦର୍ଶନୀୟ ଉପସ୍ଥାପନା କରାଯାଇଥିଲା ଏବଂ ବେଦାନ୍ତ ଆଲୁମିନିୟମ, ହିଣ୍ଡାଲକୋ, ରାଉରକେଲା ଷ୍ଟିଲ ପ୍ଲାଂଟ, ମହାନାଦୀ କୋଇଲଫିଲ୍ଡସ ଲିମିଟେଡ, ଜେଏସଡବ୍ଲୁ, ଶ୍ୟାମ ମେଟାଲିକ୍, ଟାଟା ପାୱାର, ଟିଆରଏଲ କ୍ରୋସାକି ଏବଂ ଡାଲମିଆ ସିମେଂଟ ପରି ବିଭିନ୍ନ ଶିଳ୍ପ ସହିତ ବି୨ବି ଅଧିବେଶନକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ରାଜ୍ୟର ଅର୍ଥନୈତିକ ବିକାଶକୁ ଚଳାଇବାରେ ଏମଏସଏମଇର ଗୁରୁତ୍ୱ ଏବଂ ଏହି ଅଂଚଳରେ ନୂତନତ୍ୱ, ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ଅଭ୍ୟାସ ବୃଦ୍ଧି ପାଇଁ ଆବଶ୍ୟକତା ରହିଛି ।

ଉଦଘାଟନୀ ଅଧିବେଶନରେ ଶ୍ରୀ ପ୍ରଭୁ ପ୍ରସାଦ ଚୌଧୁରୀ, ଅତିରିକ୍ତ ନିର୍ଦ୍ଦେଶକ - ଶିଳ୍ପ ବିଭାଗ, ଓଡ଼ିଶା ସରକାର, ଡକ୍ଟର ପ୍ରଦିପ୍ତ ମହାନ୍ତି, ଚେୟାରମ୍ୟାନ୍ - ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଏବଂ ଚେୟାରମ୍ୟାନ୍ ଏସ୍ଏନ୍ଏମ୍ ଗ୍ରୁପ୍, ଶ୍ରୀ ସୁନୀଲ ଗୁପ୍ତା, ଉପାଧ୍ୟକ୍ଷ - ସିଆଇଆଇ ଓଡିଶା ରାଜ୍ୟ ପରିଷଦ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ - ବେଦାନ୍ତ ଆଲୁମିନିୟମ୍ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ତଥା ବେଦାନ୍ତ ଆଲୁମିନିୟମ୍ର ମୁଖ୍ୟ ପରିଚାଳନା ଅଧିକାରୀ, ଶ୍ରୀ ସୁନୀଲ ଗୁପ୍ତା କହିଛନ୍ତି ଯେ ଧାତୁ, କୃଷି ପ୍ରକ୍ରିୟାକରଣ, ବୟନ, ରାସାୟନିକ ପଦାର୍ଥ, ପର୍ୟ୍ୟଟନ, ଶିଳ୍ପ ଅକ୍ଷୟ ଶକ୍ତି, ବୈଦ୍ୟୁତିକ ଯାନ, ଆଇଟି, ଏବଂ ଇଲେକ୍ଟ୍ରୋନିକ୍ସ ଭଳି ଉଦୀୟମାନ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଓଡିଶାରେ ଅପାର ସମ୍ଭାବନା ରହିଛି ଏବଂ ଏହାର ରଣନୈତିକ ଅବସ୍ଥାନ, କୁଶଳୀ କାର୍ୟ୍ୟ, ଏବଂ ଦୃଢ ଭିତିଭୂମି ଏକ ସମୃଦ୍ଧ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସମର୍ଥନ କରେ । ସିଆଇଆଇ ଏମ୍ଏସ୍ଏମ୍ଇ ଭେଣ୍ଡର କନେକ୍ଟ ସିରିଜ୍ ପରି ପ୍ଲାଟଫର୍ମଗୁଡିକ ଓଡିଶାରେ ଏମଏସଏମଇ ଗୁଡ଼ିକର ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୋଚନ କରିବାର ସୁଯୋଗ ପ୍ରଦାନ କରିବା ସହିତ ନୀତି, ଅର୍ଥ, ପ୍ରଯୁକ୍ତିବିଦ୍ୟା ଗ୍ରହଣ ଠାରୁ ଆରମ୍ଭ କରି ଦକ୍ଷତା ବିକାଶ ପର୍ୟ୍ୟନ୍ତ ବଜାର ପ୍ରବେଶ ନିୟାମକ ଅନୁପାଳନ ତଥା ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକର ସମାଧାନ କରିବାରେ ସାହାଯ୍ୟ କରିବ ।

ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜ୍ ହେଉଛି ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ଯାହା ଓଡିଶାରେ ଏମଏସଏମଇଗୁଡ଼ିକୁ ବିସ୍ତାରକରିବା ପାଇଁ ଆବଶ୍ୟକିୟ ସହାୟତା, ଉତ୍ସ ଏବଂ ପ୍ଲାଟଫର୍ମ ଯୋଗାଇ ସେମାନଙ୍କୁ ଉନ୍ନତ ଜ୍ଞାନକୌଶଳର ପ୍ରୋତ୍ସାହନ ତଥା ନୂତନତ୍ୱର ସଂସ୍କୃତି ପ୍ରତିପାଦନ କରିବା ଉପରେ ଗୁରୁତ୍ୱ ଦେଇଥାଏ । ବୃହତ ଶିଳ୍ପ ଏବଂ ପିଏସୟୁର ଚାହିଦା ପୂରଣ କରିବା ପାଇଁ ସ୍ଥାନୀୟ ଶ୍ରମିକଙ୍କ ଦକ୍ଷତା ବୃଦ୍ଧି, ବିଶ୍ୱ ବଜାରରେ ଏମଏସଏମଇ ପାଇଁ ସୁଯୋଗ ସୃଷ୍ଟି କରିବା ତଥା ଏମଏସଏମଇର ଅଭିବୃଦ୍ଧିକୁ ସମର୍ଥନ କରୁଥିବା ଅନୁକୂଳ ନୀତି ଗଠନ କରିବା ପାଇଁ ସରକାରଙ୍କ ସହ କାର୍ୟ୍ୟ କରିବା ନିଶ୍ଚିତ କରିବାକୁ ସୁନିଶ୍ଚିତ କରିଛି ।

ଏହି ଅବସରରେ ଉଦବୋଧନ ଦେଇ ଚେୟାରମ୍ୟାନ୍ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ଏବଂ ଚେୟାରମ୍ୟାନ୍ ଏସ୍ଏନ୍ଏମ୍ ଗ୍ରୁପ୍, ଡକ୍ଟର ପ୍ରଦିପ୍ତ ମହାନ୍ତି କହିଛନ୍ତି ଯେ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଉଭୟ ଶିଳ୍ପ ଏବଂ ସରକାରଙ୍କ ସହ ସହଭାଗିତା କରି ଶିଳ୍ପ ପାଇଁ ଅଭିବୃଦ୍ଧି ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଉତ୍ସର୍ଗୀକୃତ । ଆମ ଅର୍ଥନୀତିର ମେରୁଦଣ୍ଡ ଭାବରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସ୍ୱୀକୃତି ଦେବା - ଜିଡିପି ଅଭିବୃଦ୍ଧି, ଶିଳ୍ପ ଉତ୍ପାଦନ ଏବଂ ରପ୍ତାନିରେ ଉଲ୍ଲେଖନୀୟ ଅବଦାନ - ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜ୍ ଆରମ୍ଭ କରିଛି । ଏହି ପ୍ଲାଟଫର୍ମଟି ଏମଏସଏମଇ ଏବଂ ବୃହତ ଶିଳ୍ପ, ତଥା ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (ପିଏସୟୁ) ମଧ୍ୟରେ ସଂଯୋଗକୁ ସୁଗମ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ରାଜ୍ୟ ମଧ୍ୟରେ ଏମଏସଏମଇ ଇକୋସିଷ୍ଟମକୁ ବୃଦ୍ଧି ଏବଂ ଦୃଢ କରିବା ଉପରେ ଏକ ବିଶେଷ ଧ୍ୟାନ ଦେବ ।