ଦୁର୍ଘଟଣାରେ ପୋଡ଼ିଗଲା ଟ୍ରକ୍, ଜିଅନ୍ତା ଜଳିଗଲେ ଡ୍ରାଇଭର । ବାରକୋଟ ଥାନା ବଂପରଡ଼ା ନିକଟରେ ୨ ଟ୍ରକ ଧକ୍କା ହେବା ପରେ ଟ୍ରକରେ ଲାଗିଲା ନିଆଁ

183

କନକ ବ୍ୟୁରୋ : ଦୁର୍ଘଟଣାରେ ଜଳିଗଲା ଟ୍ରକ୍, ଜିଅନ୍ତା ଜଳିଗଲେ ଡ୍ରାଇଭର । ବାରକୋଟ ଥାନା ବଂପରଡ଼ା ନିକଟରେ ୨ ଟ୍ରକ ଧକ୍କା ହେବା ପରେ ଟ୍ରକରେ ନିଆଁ ଲାଗି ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଛି । ଆଜି ଭୋର ପ୍ରାୟ ସାଢେ ୪ଟା ସମୟରେ ବାରକୋଟ ପଟୁ ଏକ ଲୁହାପଥର ଗୁଣ୍ଡ ବୋଝେଇ ଟ୍ରକ ପାଳଲହଡା ଅଭିମୁଖେ ଯାଉଥିବ ସମୟରେ ପାଉଳଲହଡା ପଟୁ ବାରକୋଟ ପଟେ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ସହ ମୁହା ମୁହିଁ ଧକ୍କା ହୋଇଥିଲା । ଫଳରେ ପାଳଲହଡା ପଟୁ ଆସୁଥିବା ଟ୍ରକଟି ରାସ୍ତା ତଳକୁ ଖସିପଡିଥିଲା ।
ଉଭୟ ଟ୍ରକ ଏତେ ଜୋରରେ ଧକ୍କା ହୋଇଥିଲା ଯେ, ଟ୍ରକରେ ନିଆ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ । ତୁରନ୍ତ ବାରକୋଟ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ମାତ୍ର ଅଗ୍ନିଶମ ବାହିନୀ ପହିଂଚ ଡ୍ରାଇଭର କୁ ଉଦ୍ଧାର କରିବା ପୂର୍ବରୁ ଡ୍ରାଇଭର ପୋଡି ହୋଇ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଖବର ପାଇ ବାରକୋଟ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଓ ଦୁର୍ଘଟଣା ଗ୍ରସ୍ତ ଟ୍ରକ କୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।