କନକ ବ୍ୟୁରୋ : ଦୀର୍ଘଦିନ ଧରି ଶାନ୍ତ ରହିବା ପରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଜଳିଛି ଅଶାନ୍ତିର ନିଆଁ । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଛାତ୍ରଛାତ୍ରୀ । ୧୦ଦଫା ଦାବି ନେଇ ଆଜି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କୁଳପତିଙ୍କ ଅଫିସକୁ ଧଶେଇ ପଶିଥିଲେ । ଆଉ ଏତିକି ବେଳେ କିଛି ସମୟ ପାଇଁ ସୃଷ୍ଟି ହୋଇଥିଲା ଉତ୍ତେଜନା ମୂଳକ ପରିସ୍ଥିତି । ଆଜିଠୁ ବିଶ୍ୱବିଦ୍ୟାଳୟ ବନ୍ଦ ଡାକରା ଦେଇଥିଲେ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ଓ ମୁଖ୍ୟଫାଟକ ବନ୍ଦ ରହିବ ବୋଲି ଛାତ୍ରଛାତ୍ରୀମାନେ ଏକ ମିଳିତ ପ୍ରେସ ବିବୃତି ଜାରି କରିଥିଲେ ।
ଛାତ୍ରଛାତ୍ରୀମାନଙ୍କର ୧୦ ଦଫା ଦାବି ହେଲା :
• ରାଜା ହୋଟେଲ ନିକଟରେ ମୁଖ୍ୟ ପ୍ରବେଶ ଫାଟକ ନିର୍ମାଣ
• ସମସ୍ତ ବିଭାଗର ଏକ ସମୟରେ ପରୀକ୍ଷା କରିବା
• ୪୫ ଦିନରେ ଫଳ ପ୍ରକାଶ କରିବା
• ପ୍ରବେଶିକା ପରୀକ୍ଷା ଫି ବୃଦ୍ଧିକୁ କମାଇବା
• ହଷ୍ଟେଲ ଫି ଓ ମାଇଗ୍ରେସନ ଫି ବୃଦ୍ଧି କମାଇବା
• ଅହେତୁକ ଫି ବୃଦ୍ଧି ରୋକିବା
• ସୁରକ୍ଷା ଦୃଷ୍ଟିରୁ ଅଚଳ ସିସିଟିଭିକୁ କାର୍ଯ୍ୟକ୍ଷମ କରିବା
• ଛାତ୍ର ଓ ଛାତ୍ରୀ ନିବାସ ମରାମତି
୩ଘଂଟାର ଆନ୍ଦୋଳନ ପରେ ଆସିଥିଲେ କୁଳପତି । ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଦାବି ଉପରେ ଆଲୋଚନା ହୋଇଛି । ଖୁବଶୀଘ୍ର ସମସ୍ତ ଦାବି ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଦାବି ନେଇ କୁଳପତିଙ୍କ ଠାରୁ ପ୍ରତିଶୃତି ମିଳିବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ହଟିଥିଲେ ।