ଲକଡାଉନ ବେଳ ପରୀକ୍ଷାର୍ଥୀଙ୍କ ଘର ବୁଲିଲେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି : ଛାତ୍ରଛାତ୍ରୀଙ୍କୁ ପଚାରିଲେ ସୁବିଧା ଅସୁବିଧା ; ଘରେ ବସି ପରୀକ୍ଷା ଦେଉଛନ୍ତି ଶେଷବର୍ଷର ଛାତ୍ର

349

କନକ ବ୍ୟୁରୋ : ଲକଡାଉନ ସମୟରେ ପରୀକ୍ଷାର୍ଥୀଙ୍କ ଘର ବୁଲିଲେ କୁଳପତି । ସୁନାବେଡା ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶେଷ ବର୍ଷର ଛାତ୍ରଛାତ୍ରୀ ଏବେ ଘରେ ବସି ପରୀକ୍ଷା ଦେଉଛନ୍ତି । ବିଭିନ୍ନ ମାଧ୍ୟମରେ ଏହି ପରୀକ୍ଷା ଚାଲିଛି । ଏପରି ସମୟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ଆଇ ରାମବ୍ରହ୍ମମ୍ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସୁବିଧା, ଅସୁବିଧା ପଚାରି ବୁଝିଛନ୍ତି । କୋରାପୁଟ ଓ ଜୟପୁରରେ ଛାତ୍ରଛାତ୍ରୀଙ୍କ ଘରେ କୁଳପତି ପହଁଚିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହିତ ଆଲୋଚନା କରିଛନ୍ତି । ପରୀକ୍ଷା ସମୟରେ କଣ ସମସ୍ୟା ହେଉଛି, ବିଶ୍ୱବିଦ୍ୟାଳୟ କଣ ସହ ଯୋଗ କରିପାରିବ ସେ ନେଇ ମଧ୍ୟ ସେ ପଚାରି ବୁଝିଛନ୍ତି ।

ଏହି ଅବସରରେ ପ୍ରାୟ ୧୦ ଜଣ ଛାତ୍ରଛାତ୍ରୀଙ୍କ ଘର ବୁଲିଛନ୍ତି କୁଳପତି । ପରୀକ୍ଷା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ସେ ମାର୍ଗଦର୍ଶନ କରିଛନ୍ତି । ଲକଡାଉନ୍ ସମୟରେ କୁଳପତିଙ୍କୁ ଛାତ୍ରଛାତ୍ରୀ ସେମାନଙ୍କର ଘରେ ପାଇବା ପରେ ବେଶ୍ ଉତ୍ସାହିତ ଥିବା କହିଛନ୍ତି । ତାଲାବନ୍ଦ ସମୟରେ ରାଜ୍ୟର ପ୍ରାୟ ସମସ୍ତ ବିଶ୍ୱବିଦ୍ୟାଳୟ ଏକ ଭିନ୍ନ ଢଙ୍ଗରେ ପରୀକ୍ଷା କରାଉଛି । ଛାତ୍ରଛାତ୍ରୀ ନିଜ ଘରେ ରହି ପରୀକ୍ଷା ଦେଉଛନ୍ତି ।