କନକ ବ୍ୟୁରୋ : କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ଉପରେ ଏକ୍ସାଇଜ୍ ଡ୍ୟୁଟି କମାଇବା ପରେ ରାଜ୍ୟମାନେ ଭାଟ୍ ହ୍ରାସ କରିଛନ୍ତି । ଆସାମ, ତ୍ରିପୁରା, ଗୋଆ, କର୍ଣ୍ଣାଟକ, ଗୁଜରାଟ, ମଣିପୁର ପେଟ୍ରୋଲ ଓ ଡିଜେଲ୍ ଉପରେ ୭ଟଙ୍କା ଭାଟ୍ କମାଇଛନ୍ତି । ଉତ୍ତରପ୍ରଦେଶ ପେଟ୍ରୋଲ ଓ ଡିଜେଲ ଉପରେ ୧୨ ଟଙ୍କା ଭାଟ୍ ହ୍ରାସ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ବିହାର ପେଟ୍ରୋଲ ଉପରେ ୧ ଟଙ୍କା ୩୦ ପଇସା ଓ ଡିଜେଲ ୧ ଟଙ୍କା ୯୦ ପଇସା ଭାଟ୍ କମାଇଛନ୍ତି । ଆଜି ଆଉ କିଛି ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରିପାରନ୍ତି । ତେବେ ଏବେ ସମସ୍ତଙ୍କ ନଜର ଓଡିଶା ଉପରେ ରହିଛି ।
ରାଜ୍ୟ କମାଇଲେ ଭାଟ୍
ରାଜ୍ୟ ପେଟ୍ରୋଲ ଡିଜେଲ
ଆସାମ ୭ ଟଙ୍କା ୭ ଟଙ୍କା
ତ୍ରିପୁରା ୭ ଟଙ୍କା ୭ ଟଙ୍କା
ଗୋଆ ୭ ଟଙ୍କା ୭ ଟଙ୍କା
କର୍ଣ୍ଣାଟକ ୭ ଟଙ୍କା ୭ ଟଙ୍କା
ବିହାର ୧ ଟଙ୍କା ୩୦ ୧ ଟଙ୍କା ୯୦
ଗୁଜରାଟ ୭ ଟଙ୍କା ୭ ଟଙ୍କା
ଉତ୍ତରପ୍ରଦେଶ ୧୨ ଟଙ୍କା ୧୨ ଟଙ୍କା
ମଣିପୁର ୭ ଟଙ୍କା ୭ ଟଙ୍କା
ଉତ୍ତରାଖଣ୍ଡ ୨ ଟଙ୍କା ୨ ଟଙ୍କା