ପେଟୋଲ,ଡିଜେଲ ଉପରୁ ଭାଟ କମାଇଲେ ମଧ୍ୟପ୍ରଦେଶ ସରକାର, ଓଡିଶାରେ କେବେ

Advertisment
ପେଟୋଲ,ଡିଜେଲ ଉପରୁ ଭାଟ କମାଇଲେ ମଧ୍ୟପ୍ରଦେଶ ସରକାର, ଓଡିଶାରେ କେବେ

ଗୁଜୁରାଟ ଓ ମହାରଷ୍ଟ୍ର ପରେ ମଧ୍ୟପ୍ରଦେଶ ସରକାର ଆଜି ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଭାଟ୍ ହ୍ରାସ କରିଛନ୍ତି । ମଧ୍ୟପ୍ରଦେଶ ସରକାର ଆଜି ପେଟ୍ରୋଲ୍ ଉପରେ ୩ ପ୍ରତିଶତ ଓ ଡିଜେଲ୍ ଉପରେ ୫ ପ୍ରତିଶତ ଭାଟ ହ୍ରାସ ପାଇଁ ନିଷ୍ପତ୍ତି ନେଇଛନ୍ତି। ନୂଆ ଦର ଆଜି ମଧ୍ୟରାତ୍ରୀରୁ ଲାଗୁ ହେବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି।

ପୂର୍ବରୁ ବିଜେପି ଶାସିତ ରାଜ୍ୟ ଗୁଜୁରାଟ ଓ ମହରାଷ୍ଟ୍ର ସହ ହିମାଚଳ ପ୍ରଦେଶ ସରକାର ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଭାଟ୍ କମାଇଥିଲେ ।ତୃତୀୟ ରାଜ୍ୟ ଭାବେ ମଧ୍ୟପ୍ରଦେଶ ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଭାଟ ହ୍ରାସ କରିଛି।

ଗତସପ୍ତାହରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ୨ ଟଙ୍କା କମାଇବା ପରେ ତେଲ ଦର କମିଥିଲା। ଏହାପରେ ସବୁ ରାଜ୍ୟମାନଙ୍କୁ ତୈଳ ଉପରୁ ଭାଟ୍ କମାଇକୁ ପେଟ୍ରୋଲିୟମ୍ ମନ୍ତ୍ରୀ ପ୍ରସ୍ତାବ ରଖିଥିଲେ। ଓଡ଼ିଶାରେ କେବେ ଭାଟ୍ କମିବ ବୋଲି ପ୍ରଶ୍ନ ଉଠୁଥିବାବେଳେ କିଛି ଦିନ ତଳେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ଏହା ଓଡ଼ିଶାରେ ସମ୍ଭବ ନୁହେଁ ବୋଲି କହିବା ସହ ବିଜେପି ପରିଚାଳିତ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ।

ବିଭିନ୍ନ ରାଜ୍ୟମାନେ ଭାଟ ହ୍ରାସ କରୁଥିବା ବେଳେ ଓଡିଶାରେ ପେଟ୍ରୋଲ ଓ ଡିଜେଲ ଉପରୁ କେବେ ଭାଟ କମିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବର୍ତମାନ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୬୮ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପ୍ରତି ୬୧ଟଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe