ଲୋକସେବା ଭବନ ତୃତୀୟ ମହଲାରୁ ଚାଲିବ ସରକାର । ୨୨ ଦିନ ପରେ ବାସ୍ତୁପୂଜା କରି କାର୍ଯ୍ୟାଳୟକୁ ଆସିଲେ ମୁଖ୍ୟମନ୍ତ୍ରୀ

79

କନକ ବ୍ୟୁରୋ : ରାଜ୍ୟ ଅତିଥି ଭବନରୁ ସରକାରୀ କାମ ଚଳାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି । ଜୁନ୍ ୧୨ ତାରିଖରେ ଶପଥ ନେବାର ୨୨ ଦିନ ପରେ ଲୋକସେବା ଭବନ ତୃତୀୟ ମହଲାରେ ଥିବା କାର୍ୟ୍ୟାଳୟକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ପହଂଚିବା ପରେ, ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । କାର୍ଯ୍ୟାଳୟକୁ ପ୍ରବେଶ ପୂର୍ବରୁ ତଳ ମହଲାରେ ଥିବା ଗାନ୍ଧୀଜୀଙ୍କ ଅହିଂସା ବାର୍ତ୍ତା ପାଖରେ ନତମସ୍ତକ ହୋଇଥିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ । ସ୍ୱଭାବ ସୁଲଭ ଢଙ୍ଗରେ ତୃତୀୟ ମହଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ । ହେଲେ ଏଠାରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ଚାଲିଥିଲା ମନ୍ତ୍ରୋଚ୍ଚାରଣ । ୮ରୁ ୧୦ ଜଣ ବ୍ରାହ୍ମଣଙ୍କ ପୂଜାର୍ଚ୍ଚନା ଓ ବେଦପାଠ । ମନ୍ତ୍ରୋଚ୍ଚାରଣରେ କମ୍ପିଥିଲା ସଂପୂର୍ଣ୍ଣ ଲୋକସେବା ଭବନ ।  କୁହାଯାଉଛି ପାରମ୍ପରିକ ଢଙ୍ଗରେ ବାସ୍ତୁ ପୂଜା, ବେଦପାଠ ଓ ହୋମଜଜ୍ଞ ପରେ ଚାମ୍ୱରକୁ ପ୍ରବେଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସୁଥିବା ସ୍ଥାନରେ ବସିଥିଲେ ମୋହନ ମାଝୀ । କିନ୍ତୁ ନୂଆ ମୁଖ୍ୟମନ୍ତ୍ରୀ ଦିଗ ପରିବର୍ତ୍ତନ କରି ବସିଥିବା ଜଣାପଡିଛି ।

କାର୍ଯ୍ୟାଳୟକୁ ପ୍ରବେଶ କରିବା ପରେ ସ୍ୱାଗତ କରିଥିଲେ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ଧଳ । ପ୍ରଥମଦିନରେ ଫାଇଲ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ସରକାରୀ ଫାଇଲ କାମ କରାଇଛନ୍ତି ନିକୁଞ୍ଜ ଧଳ । ମୋହନଙ୍କ କର୍ୟ୍ୟାଳୟ ପ୍ରବେଶ ସହ ଚର୍ଚ୍ଚା ବଢିବାରେ ଲାଗିଛି, ଆଗକୁ ସିଏମଓରେ ବଡ ପରିବର୍ତ୍ତନ ହୋଇପାରେ । କିନ୍ତୁ ସବୁଠାରୁ ବଡକଥା ହେଉଛି କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ?

ଯୁବ ଆଇଏଏସ୍ ଅନୁପମ ସାହାଙ୍କ ନାଁ ଚର୍ଚ୍ଚାର ଆଗରେ ରହିଥିଲେ ବି ଅରିନ୍ଦମ ଡାକୁଆ ଓ ଦିଲ୍ଲୀପ ରାଉତରାୟଙ୍କ ନାଁ ମଧ୍ୟ ଶୁଣାଯାଉଛି । ଓଡିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ବିଜେପି ସରକାର ଜଣେ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦେଇପାରନ୍ତି ବୋଲି କୁହାଯାଉଛି । ଏଥିସହ ଆଗକୁ ରାଜ୍ୟ ପ୍ରଶାସନରେ ମଧ୍ୟ ବଡଧରଣ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି । ବିଭିନ୍ନ ବିଭାଗର ସଚିବ ସହ ଜିଲ୍ଲାପାଳ ସ୍ତରରେ ବଡଧରଣ ଅଦଳବଦଳ ନେଇ ଚର୍ଚ୍ଚା