ବଢୁଛି ବିବାଦ ଜଳୁଛି ଦେଶ ! ଯେବେଠୁ ବିଲ୍ ଆଇନରେ ପରିଣତ ହୋଇଛି, ସେବେଠୁ ପ୍ରତିବାଦ ନିଆଁ ଦେଶବ୍ୟାପୀ ଜଳୁଛି । 

ବଢୁଛି ବିବାଦ ଜଳୁଛି ଦେଶ ! ଯେବେଠୁ ବିଲ୍ ଆଇନରେ ପରିଣତ ହୋଇଛି, ସେବେଠୁ ପ୍ରତିବାଦ ନିଆଁ ଦେଶବ୍ୟାପୀ ଜଳୁଛି । 

କନକ ବ୍ୟୁରୋ: ନାଗରିକତା ସଂଶୋଧିତ ଆଇନକୁ ନେଇ ଦେଶରେ ହଟଚମଟ ଜାରି ରହିଛି । ଉତର-ପୂର୍ବ ରାଜ୍ୟରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ଲକ୍ଷ୍ନୌ, ଆଲିଗଡ଼, ବନାରସ, ହାଇଦ୍ରାବାଦ, ଚେନ୍ନାଇକୁ ବ୍ୟାପିଛି । ପଶ୍ଚିମବଙ୍ଗରେ ଆଇନ୍ ଲାଗୁ କରିବାକୁ ସିଧାସଳଖ ମନା କରିବା ପରେ ବି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଶାଳ ରାଲି କରିଛନ୍ତି । ଏହି ବିଲକୁ ନହଟାଇବା ପର୍ୟ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ମମତା କହିଛନ୍ତି ।

publive-imageସେପଟେ ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିରୋଧରେ ପୁଲିସ୍ କାର୍ୟ୍ୟାନୁଷ୍ଠାନକୁ ନିନ୍ଦା କରି ଧାରଣାରେ ବସିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଅନ୍ୟପଟେ ନାଗରିକତା ସଂଶୋଧନ ବିଲକୁ ନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ର ଚଳାଇଥିବା ଆନ୍ଦୋଳନ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ତେଣୁ କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe