ଚିଲିକାର ଜହ୍ନିକୁଦା ଘାଟରେ ପାଣିରେ ଅଧାବୁଡିଲା ଭସାପୋଲ । ଯାତ୍ରା ପରିବହନରେ ବାଧା : ଗୋଟିଏ ଭସାପୋଲରେ ଚାଲିଛି ଯାତ୍ରୀସେବା

106

କନକ ବ୍ୟୁରୋ : ପାଣିରେ ଅଧା ବୁଡିଲା ଭସାପୋଲ । ଚିଲିକାରେ ଯାତ୍ରୀ ପରିବହନରେ ଦେଖା ଦେଇଛି ବାଧା । ଭସାପୋଲଟି ଜହ୍ନିକୁଦା ଘାଟରେ ଥିବା ବେଳେ ଏଥିରେ ପାଣି ପଶିଥିବା କର୍ମଚାରୀ ଦେଖିବାକୁ ପାଇଥିଲେ । ପାଣି ପସିବା ପରେ ଭସାପୋଲଟି ପ୍ରାୟ ଅଧା ବୁଡି ଯାଇଛି । ଦୁଇଟି ଭସା ପୋଲରୁ ଗୋଟିଏରେ ପାଣି ପଶିବା ପରେ ଏବେ କେବଳ ଗୋଟିଏ ଭସା ପୋଲରେ ଯାତ୍ରୀ ସେବା ଜାରି ରହିଛି ।

ପୁରୁଣା ଭସା ପୋଲରେ ପାଣି ପସିବା କାରଣରୁ ଏହା ଅଚଳ ହୋଇ ରହିଥିବା ଜଣାପଡିଛି । ପ୍ରତ୍ୟକ ଦିନ ଏହି ଭସା ପୋଲ ଜହ୍ନିକୁଦା ଘାଟରୁ ସକାଳ ୭ ଟାରୁ ଯାତ୍ରୀଙ୍କୁ ନେଇ ସାତପଡା ଯାଇଥାଏ । ସଂଧ୍ୟା ୫ଟାରେ ସାତପଡାରୁ ଜହ୍ନିକୁଦା ଫେରିଥାଏ ।