କନକ ବ୍ୟୁରୋ : ଚିଲିକା ମଝିରେ ଫସିଲା ଯାତ୍ରୀବାହି ଭସାପୋଲ । ସାତପଡାରୁ ଚିଲିକା ଦେଇ ଜହ୍ନିକୁଦା ଯାଉଥିବା ବେଳେ ମଝିରେ ଫସିଯାଇଛି ଭସାପୋଲ ଫଳରେ ଶହେରୁ ଅଧିକ ଯାତ୍ରୀ ଫସିରହିଛନ୍ତି । ପାଣି କମ୍ ଥିବାରୁ ଚ୍ୟାନେଲ ବାହାରକୁ ଚାଲିଯାଇଛି ଭସାପୋଲ । ଯାହା ଫଳରେ ଚିଲିକା ମଝିରେ ଫସିରହିଛି ଭସାପୋଲ । ଉଦ୍ଧାର କରିବା ପାଇଁ ଯାତ୍ରୀ ନିବେଦନ କରିଛନ୍ତି ।

Advertisment

ସକାଳ ପ୍ରାୟ ୭.୩୦ରେ ସାତପଡାରୁ ଚିଲିକା ଦେଇ ଗଲାବେଳେ ମଝି ଚିଲିକାରେ ଫସିଯାଇଛି ଭସା ପୋଲ । ଚ୍ୟାନେଲରେ ପାଣି ସ୍ଥର କମିଥିବାରୁ ଭସା ପୋଲ ଫସିଯାଇଥିବା ସୂଚନାରୁ ଜଣାପଡିଛି । ତେବେ ଭସାପୋଲରେ ଶହେରୁ ଅଧିକ ଯାତ୍ରୀ ଥିବା ବେଳେ ସେଥିରେ ଦୁଇଟି ବସ୍ ମଧ୍ୟ ଯାଉଥିଲା । ବର୍ତ୍ତମାନ୍ ଯାତ୍ରାଙ୍କୁ ଭସାପୋଲରୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଯୋଜନା ଚାଲିଛି । ଘଟଣାସ୍ଥଳରେ ପହଞ୍ଚିଲେଣି ଅଗ୍ନିଶମ ବାହିନୀ । ଖୁବ ଶୀଘ୍ର ଲୋକଙ୍କୁ ଉଦ୍ଧାର କରାଯାଇପାରେ