ପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କ ଆଜ୍ଞା ଅନୁସାରେ ଯେତେବେଳେ ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ ସେତେବେଳେ ପୃଥିବୀ ସମ୍ପୁର୍ଣ୍ଣ ରୁପେ ନିର୍ଜନ ଥିଲା । ଚାରିଆଡେ ଉଦାସୀନତାର ବାତାବରଣ ଥିଲା । ଏହି ଉଦାସୀନତାକୁ ଦୂର କରିବା ପାଇଁ ବ୍ରହ୍ମା ନିଜ କମଣ୍ଡଳରୁ ପାଣି ଛିଞ୍ôଚବା ଆରମ୍ଭ କରିଦେଇଥିଲେ । ଏହି ଜଳ କଣିକାରୁ ଚର୍ତୁଭୁଜା ଏକ ଶକ୍ତିି ପ୍ରକଟ ହେଲେ । ଏହି ଶକ୍ତିଙ୍କ ହସ୍ତରେ ବୀଣା , ପୁସ୍ତକ ତଥା ମାଳା ଥିଲା । ଭଗବାନ ବ୍ରହ୍ମା ପୃଥିବୀପୃଷ୍ଠରୁ ଉଦାସୀନତାକୁ ଦୂର କରିବା ପାଇଁ ଏହି ଶକ୍ତିିଙ୍କୁ ବୀଣାବାଦନ କରିବା ପାଇଁ କହିଲେ । ଏହି ଶକ୍ତିଙ୍କ ବୀଣାରୁ ଯେଭଳି ଭାବରେ ଏକ ବାଣୀ ବଜାଗଲା ପୃଥିବୀ ପୃଷ୍ଠର ସବୁ ଜୀବଜନ୍ତୁ ଉଲ୍ଲାସିତ ହେବାକୁ ଲାଗିଲେ । ସେହିଦିନଟି ଥିଲା ବସନ୍ତ ପଞ୍ଚମୀର ଦିନ ।
ପୁରାଣରେ ମା’ ବାଗଦେବୀଙ୍କ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳିଥାଏ । ପୁରାଣରେ ବ୍ରହ୍ମାଙ୍କ ମାନସପୁତ୍ରଙ୍କ ବିବରଣୀ ରହିଛି କିନ୍ତୁ ମାତା ସରସ୍ୱତୀଙ୍କୁ କେଉଁଠାରେ ବି ତାଙ୍କ ପୁତ୍ରୀ ବୋଲି କୁହାଯାଇନାହିଁ । ହିନ୍ଦୁଧର୍ମର ଦୁଇ ଗ୍ରନ୍ଥ ‘ସରସ୍ୱତୀ ପୁରାଣ’ ଏବଂ ‘ମତ୍ସ୍ୟ ପୁରାଣ’ ରେ ସୃଷ୍ଟି ରଚୟିତା ବ୍ରହ୍ମାଙ୍କ ସହ ସରସ୍ୱତୀଙ୍କ ବିବାହ ହୋଇଥିବା କଥା ଉଲ୍ଲେଖ ରହିଛି । ଯାହାର ଫଳସ୍ୱରୁପ ଏହି ପୃଥିବୀରେ ପ୍ରଥମ ମାନବ ‘ମନୁ’ ଙ୍କ ଜନ୍ମ ହୋଇଥିଲା । କିଛି ବିଦ୍ୱାନ ମନୁଙ୍କ ପତ୍ନୀ ସତରୂପାଙ୍କୁ ହିଁ ମାତା ସରସ୍ୱତୀ ମାନୁଛନ୍ତି । ବାଗିସ୍ୱରୀ, ଭଗବତୀ, ଶାରଦା, ବୀଣାବାଦନୀ, ବାଗଦେବୀ, ବୀଣାପାଣି ଆଦି ଅନେକ ନାଁରେ ମା’ ପୂଜା ପାଆନ୍ତି । ସଂଗୀତର ଉତ୍ପତ୍ତି କରିଥିବା କାରଣରୁ ମାଙ୍କୁ ସଂଗୀତର ଦେବୀ କୁହାଯାଏ । ବସନ୍ତ ପଞ୍ଚମୀ ଦିବସଟିକୁ ମା’ଙ୍କ ଜନ୍ମଦିନ ରୁପେ ପାଳନ କରାଯାଏ ।