ମଣିଷକୁ ନେଇ ଉଡିବ ଡ୍ରୋନ : ଖୁବଶୀଘ୍ର ନୌସେନାରେ ସାମିଲ ହେବ ସ୍ୱଦେଶୀ ନିର୍ମିତ ‘ବରୁଣ’ ଡ୍ରୋନ

146

କନକ ବ୍ୟୁରୋ : ମଣିଷ ଯିବ ଡ୍ରୋନରେ । ପ୍ରଥମ ଥର ପାଇଁ ଏହି ଡ୍ରୋନ ନୌସେନାରେ ସାମିଲ ହେବ । ଷ୍ଟାର୍ଟଅପ୍ କମ୍ପାନୀ ‘ସାଗର ଡିଫେନ୍ସ’ ତିଆରି କରିଛି ଏହି ଡ୍ରୋନ୍ । ଯାହାର ନାଁ ରହିଛି ବରୁଣ । ସ୍ୱଦେଶୀ ନିର୍ମିତ ଏହି ପାଇଲଟ ବିହୀନ ଡ୍ରୋନ୍ ନୌସେନାରେ ସାମିଲ ହେବ । ସମସ୍ତ ପରୀକ୍ଷଣ ପରେ ଭାରତୀୟ ନୌସେନା ଏହାକୁ ପ୍ରଥମ ଥର ଯୁଦ୍ଧ ଜାହାଜରେ ବ୍ୟବହାର କରିବ । ନିକଟରେ ନୂଆଦିଲ୍ଲୀରେ ଅଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମୁଖରେ ଏହି ଡ୍ରୋନର ପ୍ରଦର୍ଶନ କରାଯାଇଥିଲା ।

ଏହି ଡ୍ରୋନ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବ । ଏହା ରିମୋଟ୍ ସାହାଯ୍ୟରେ ପରିଚାଳିତ ହେବ । ଏହାର ଚାରୋଟି ଅଟୋ ପାଇଲଟ୍ ମୋଡ୍ ଅଛି । ଏବେ ଏହା ସ୍ଥଳଭାଗରେ ପରୀକ୍ଷଣ କରାଯାଇଛି । ଆସନ୍ତା ତିନି ମାସ ମଧ୍ୟରେ ଏହା ସମୁଦ୍ର ଉପରେ ପରୀକ୍ଷା ହେବାକୁ ଯାଉଛି । ଏବେ ଚାଲିଥିବା ପରୀକ୍ଷଣରେ ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ ସାମଗ୍ରୀ ପରିବହନରେ ସଫଳ ହୋଇଛି । ରୋଗୀଙ୍କୁ ଡାକ୍ତରଖାନା ପରିବହନ ପାଇଁ ଏହା ମଧ୍ୟ ବ୍ୟବହାର କରାଯାଇପାରିବ । ୧୦୦ କିଲୋଗ୍ରାମ ଓଜନକୁ ନେଇ ଏହା ଏକାଥରେ ୩୦ କିଲୋମିଟର ପର୍ଯ୍ୟନ୍ତ ଉଡିପାରିବ । ଏଥିପାଇଁ ୨୫ ରୁ ୩୩ ମିନିଟ୍ ସମୟ ଲାଗିବ ।