ଆଇପିଏଲ ଉପରେ କରୋନାର ଆଖି । ୨ଜଣ ଖେଳାଳୀ କରୋନା ପଜିଟିଭ୍ । ଆଜି ହେବାକୁ ଥିବା ବାଙ୍ଗାଲୋର-କୋଲକାତା ମ୍ୟାଚ୍ ବାତିଲ ।

735

କନକ ବ୍ୟୁରୋ : ଆଇପିଏଲ ଉପରେ କରୋନା ମାଡ । ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲାକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବାତିଲ୍ କରାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କୋଲକାତା ନାଇଟ୍ ରାଇଡର୍ସର ଦୁଇଜଣ ଖେଳାଳୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଯାହା ପରେ ଆଜିର ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି ।

ଆଇପିଏଲକୁ ଛୁଇଁଲା ସଂକ୍ରମଣ । ସଂକ୍ରମଣ ଭୟରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା କୋଲକାତା ନାଇଟ ରାଇଡର୍ସ ଓ ରୋୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚକୁ ସ୍ଥଗିତ କରାଯାଇଛି । କୋଲକାତା ନାଇଟ ରାଇଡର୍ସର ଦୁଇ ଜଣ ଖେଳାଳି କରୋନା ପିଜିଟିଭ ଚିହ୍ନଟ ହେବା ପରେ ମ୍ୟାଚ ବାତିଲ ନିଷ୍ପତି ନିଆଯାଇଛି । କେକେଆରର ଦୁଇ ଜଣ ଖେଳାଳି ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିଅର ସଂକ୍ରମିତ ଚିହ୍ନଟ ହୋଇଥିବା ଏଏନଆଇ ଟୁଇଟ କରି ସୂଚନା ଦେଇଛି । କରୋନା ସଂକ୍ରମଣ କାଳରେ ଜୈବ ବଳୟରେ ଆଇପିଏଲ ମ୍ୟାଚ କରିବା ନେଇ ଦାବି କରିଥିଲା ବିସିସିଆଇ । ଖେଳାଳିଙ୍କୁ ଜୈବ ବଳୟରେ ରଖି ସଫଳତା ପୂର୍ବକ ୨୯ ଟି ମ୍ୟାଚ ଖେଳାଯାଇଛି । ମୁମ୍ବାଇ ଓ ଚେନ୍ନାଇରେ ସମସ୍ତ ମ୍ୟାଚ ହୋଇଥିବା ବେଳେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ମ୍ୟାଚକୁ ସ୍ଥଗିତ କରାଯାଇଛି ।

Comments are closed.