ଚର୍ଚ୍ଚାରେ ମାଆ ମେନକା ଗାନ୍ଧୀଙ୍କ ସହ ବରୁଣ ଗାନ୍ଧୀଙ୍କ ସେଲଫି। ଟ୍ୱିଟ୍ କରି ଲେଖିଲେ ଏମିତି କଥା

ଚର୍ଚ୍ଚାରେ ମାଆ ମେନକା ଗାନ୍ଧୀଙ୍କ ସହ ବରୁଣ ଗାନ୍ଧୀଙ୍କ ସେଲଫି। ଟ୍ୱିଟ୍ କରି ଲେଖିଲେ ଏମିତି କଥା

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି । ସେ କହିଛନ୍ତି, ନୂଆ ସଂସଦ ଭବନକୁ ଦେଖିବା ପରେ ଆମ ଭାରତୀୟଙ୍କୁ ଗର୍ବ ଅନୁଭବ ହେଉଛି । ସେପଟେ ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ନୂଆ ସଂସଦ ଭବନରେ ପହଞ୍ଚିଥିଲେ । ମାଆ ମେନକା ଗାନ୍ଧୀଙ୍କ ସହ ସେ ସଂସଦ ଭବନରେ ଏକ ସେଲଫି ସେୟାର କରିଛନ୍ତି ।

ବରୁଣ ଟ୍ୱିଟ କରି ଲେଖିଛନ୍ତି, ନୂଅ ସଂସଦ ଭବନ ପରିସରର ଉଦଘାଟନର ଏହା ଐତିହାସିକ ଅବସର । ମୁଁ ବର୍ତ୍ତମାନ ଲୋକସଭାର ବରିଷ୍ଠ ସଦସ୍ୟ ମାନଙ୍କ ସହ ସେଲଫି ନେବାକୁ ଅନୁରୋଧ କରୁଛି । ବରୁଣ ଗାନ୍ଧୀ ଉତ୍ତରପ୍ରଦେଶ ପିଲିଭିଟରୁ ସାଂସଦ ଥିବା ବେଳେ ମାଆ ସୁଲତାନପୁର ସଂସଦୀୟ ଆସନରୁ ସାଂସଦ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe