କନକ ବ୍ୟୁରୋ : ବିଜେପିର ଫାୟାରବ୍ରିଗେଡ ସାଂସଦ ବରୁଣ ଗାନ୍ଧୀଙ୍କ ବୟାନକୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଗୋଟିଏ ପଟେ ଉତ୍ତରପ୍ରଦେଶ ନିର୍ବାଚପ  ପାଖେଇ ଆସୁଥିବା ବେଳେ ଅନ୍ୟପଟେ ରାଜନୈତିକ ପାଣିପାଗ ଉଷ୍ମ ହେଉଛି । ଆଉ ଏହାକୁ ଆହୁରି ଅଧିକ ରୋଚକ କରୁଛି ସାଂସଦ ବରୁଣ ଗାନ୍ଧୀଙ୍କ ପଦେ ପଦେ କଥା । ପିଲିଭିତରେ ଆନ୍ଦୋଳନରତ ମହିଳାଙ୍କ ସମସ୍ୟା ବୁଝିବା ସହ ଏହାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବରୁଣ । କୌଣସି ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଦେବାକୁ ନୁହେଁ ବରଂ ରାଷ୍ଟ୍ରର ବିକାଶ ପାଇଁ ରାଜନୀତିକୁ ଆସିଛି । ଏହାସହ ସମ୍ବିଦା କର୍ମଚାରୀଙ୍କ ସହାୟତା ପାଇଁ ଅନ୍ୟ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖି ଆନ୍ଦୋଳନରେ ସାମିଲ ହେବାକୁ କହିବି ନଚେତ ଭୋଟ୍ ନେବାର କୌଣସି ଅଧିକାର ସେମାନଙ୍କର ନାହିଁ ।ଆଜି ମୋ ସାମ୍ନାରେ ପୂରା ଦେଶ ବସିଛି ।  କେବଳ ସଂସଦରେ ଏହି ପ୍ରସଙ୍ଗ ଉଠାଇ ଚୁପ୍ ବସିବି ନାହିଁ । ମୁଁ ଏହି ଆନ୍ଦୋଳନରେ ଶେଷ ପର୍ଯ୍ୟନ୍ତ ରହିବି ।  ସରକାର ଯାହାର ଥାଉ ନା କାହିଁକି, ଶେଷ ପର୍ଯ୍ୟନ୍ତ ଏହି ଆନ୍ଦୋଳନରେ ରହିବି । ଲଢେଇ କରି ନିଜର ହକ୍ ନେବୁ ।

Advertisment

ଆଉ ଏହାସହ ବରୁଣ କହିଛନ୍ତି, ୨ ଅକ୍ଟୋବରରେ କିଛି ଲୋକ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ନାରା ପକାଉଥିଲେ ଏବଂ ହତ୍ୟାକାରୀ ନାଥୁରାମ ଗଡସେଙ୍କ ଜିନ୍ଦାବାଦ ନାରା ପକାଉଥିଲେ । ତେବେ ସେହି ଦେଶରେ ରହିବାକୁ ଆମକୁ ଲଜ୍ଜା ଲାଗୁଛି ଯେଉଁଠି ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ନେଇ ଜିନ୍ଦାବାଦ ନାରା ପଡୁଛି । ଯେଉଁ ଲୋକ ନାଥୁରାମ ଗଡସେଙ୍କ ସମର୍ଥନ କରୁଛନ୍ତି ସେମାନଙ୍କୁ ଫାଶୀ ଦିଆଯିବା ଉଚିତ । ଏବେ ଜୟୟ ହିନ୍ଦ କହିବାର ସମୟ ଆସିଛି ।

କେବଳ ଏତିକି ନୁହେଁ ବରଂ ଏହି ସମୟରେ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି ବରୁଣ ଗାନ୍ଧୀ । ସେ କହିଛନ୍ତି, ମୁଁ ଚାଷୀଙ୍କ ପାଇଁ ସ୍ୱର ଉଠାଇଛି, ବ୍ୟାଙ୍କର ଘରୋଇକରଣକୁ ବିରୋଧ କରିଛି । କାରଣ ଏହାଦ୍ୱାରା ୧୨ ଲକ୍ଷ ଲୋକ ରୋଜଗାର ହରାଇବେ । ତେଣୁ ଏମାନଙ୍କ ପାଇଁ ସବୁବେଳେ ଏଭଳି ସ୍ୱର ଉଠାଇବି । ଏହାବାଦ୍ ଦେଶର ପ୍ରଥମ ସାଂସଦ ଭାବେ ଲଖିମପୁରରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଯେଉଁଭଳି ଗାଡି ଚଢାଇ ହତ୍ୟା କରାଗଲା ତାହାକୁ ନେଇ ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରିଥିବା କହିଛନ୍ତି ବରୁଣ ।