ବିଜେପି ଛାଡିପାରନ୍ତି ବରିଷ୍ଠ ନେତା ବରୁଣ ଗାନ୍ଧୀ । ଟିକେଟ ନମିଳିଲେ ବି ନିର୍ବାଚନ ଲଢିବାକୁ ପ୍ରସ୍ତୁତ, କିଣିଲେ ୪ ନାମାଙ୍କନ ପତ୍ର ସେଟ୍

305

କନକ ବ୍ୟୁରୋ : ବିଜେପି ଛାଡିପାରନ୍ତି ବରିଷ୍ଠ ନେତା ବରୁଣ ଗାନ୍ଧୀ । ଟିକେଟ ନମିଳିଲେ ବି ନିର୍ବାଚନ ଲଢିବାକୁ ପ୍ରସ୍ତୁତ । ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ବିଜେପି ନେତା ବରୁଣ ଗାନ୍ଧୀଙ୍କୁ ନେଇ ଜୋର ଧରିଲା ଚର୍ଚ୍ଚା । ଟିକେଟ୍ ନମିଳିଲେ ନିର୍ଦଳୀୟ ନିର୍ବାଚନ ଲଢିବା ନେଇ ସଙ୍କେତ ଦେଇଛନ୍ତି ବରୁଣ । ନିଜ ପ୍ରତିନିଧିଙ୍କୁ ପଠାଇ ୪ ସେଟ୍ ନାମାଙ୍କନ ପତ୍ର କିଣିଛନ୍ତି । ଯଦି ବିଜେପି ତାଙ୍କୁ ଉତରପ୍ରଦେଶର ପିଲିଭିତ ଆସନରୁ ଟିକେଟ୍ ନ ଦିଏ, ତେବେ ସେ ଅନ୍ୟ କୌଣସି ଦଳ ଅବା ସ୍ୱାଧୀନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । କିଛି ଦିନ ତଳେ ୟୁପିରେ ବସିଥିବା କୋର୍ କମିଟି ବୈଠକରେ ବରୁଣ ଗାନ୍ଧୀଙ୍କୁ ଟିକେଟ୍ ନଦେବାକୁ ଦଳୀୟ ନେତା ଶୀର୍ଷ ନେତୃତ୍ୱକୁ କହିଥିବା ଜଣାପଡିଛି । ଗତ କିଛି ବର୍ଷ ଧରି ବରୁଣ ଗାନ୍ଧୀ ରାଜ୍ୟ ସରକରାଙ୍କ ବିରୋଧରେ ବୟାନ ଦେଉଥିବା ବେଳେ ଦଳ ଏଥର ଟିକେଟ୍ କାଟିବ ବୋଲି ଚର୍ଚ୍ଚା ହେଉଛି । ଯାହା ପାଇଁ ବରୁଣ ପ୍ଲାନ-ବି ପ୍ରସ୍ତୁତ କରିଥିବା ଜଣା ପଡିଛି । ୨୦୧୯ ନିର୍ବାଚନରେ ପିଲିଭିତ ଲୋକସଭା ଆସନରୁ ଲଢି ତୃତୀୟ ଥର ପାଇଁ ସାଂସଦ ହୋଇଥିଲେ ବରୁଣ ଗାନ୍ଧୀ ।