କନକ ବ୍ୟୁରୋ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା କିପରି ଆସିଲା , କେବେ ଆସିଲା ଏସବୁ ଯାଞ୍ଚ ପାଇଁ ଆଜି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିପାଇଁ ଆଜି ଇଡିରେ ହାଜର ହେବେ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ । କୁହାଯାଉଛି ଆଜି ଉଭୟଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିପାରେ ଇଡି ।/kanak/media/post_attachments/wp-content/uploads/2022/08/9-9.jpg)
ପାତ୍ରା ଚୌଲ ଦୁର୍ନୀତି ମାମଲାରେ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିବା ପରେ ତାଙ୍କ ସମ୍ପର୍କୀୟଙ୍କ ଉପରେ ଆଖି ପକାଇଛି । ବିଶେଷ କରି ତାଙ୍କ ସମ୍ପର୍କୀୟ ପ୍ରବୀଣ ରାଉତ, ସୁଜିତ ପାଟକର ଓ ତାଙ୍କ ପତ୍ନୀ ବର୍ଷା ରାଉତଙ୍କର ଟଙ୍କା ଲେଣଦେଣକୁ ନେଇ ସମ୍ପର୍କ ଥିବାରୁ ଏମାନଙ୍କ ଉପରେ ଏବେ ଯାଞ୍ଚ ଜାରି ରଖିଛି ଇଡି । ଏହି କ୍ରମରେ ମଙ୍ଗଳବାର ଇଡି ମୁମ୍ବାଇର ଦୁଇଟି ସ୍ଥାନରେ ରେଡ୍ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/08/6-4.jpg)