କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ବର୍ଷା ଆଜି ସାଇବର ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି । ଏଥିରେ କହିଛନ୍ତି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରି ତାଙ୍କ ଉପରେ ବିଭ୍ରାନ୍ତକାରୀ ଏବଂ ଅସମ୍ନାନଜନକ ଟିପ୍ପଣୀ ଦେଉଛନ୍ତି । ତେଣୁ ଏହାକୁ ଏକ ସାଇବର ଅପରାଧ ଭାବେ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଆବେଦନ କରିଛନ୍ତି ।
ବର୍ଷା ତାଙ୍କ ଏଫଆଇଆରରେ ଅନୁଭବ ମହାନ୍ତି ରିଅଲ ହିରୋ ଅଫ କେନ୍ଦ୍ରାପଡା ନାଁରେ ତିଆରି ହୋଇଥିବା ଫେସବୁକ ପୋଷ୍ଟ କଥା ଉଲ୍ଲେଖ କରିଛନ୍ତି । ସେପଟେ ସୋସିଆଲ ମିଡିଆରେ ଘୁରି ବୁଲୁଛି ବର୍ଷା ପ୍ରିୟଦର୍ଶିନୀଙ୍କୁ ସମର୍ଥନ କରି ବର୍ଷା ଫ୍ୟାନ୍ସ କ୍ଲବ ନାଁରେ ଏକାଧିକ ପୋଷ୍ଟ । ଯାହାକୁ ବର୍ଷା ନିଜେ ପରିଚାଳନା କରୁଥିବା ଅଭିଯୋଗ କରି ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ।
ବର୍ଷା ଫ୍ୟାନ କ୍ଲବର ଅଭିଯୋଗ
- ଜଣେ ମହିଳାର ନାରୀତ୍ୱ ଓ ମାତୃତ୍ୱକୁ ନେଇ ସୋସିଆଲ ମିଡିଆରେ ନିଜ ସ୍ୱାମୀ ପ୍ରଶ୍ନ ଉଠାଇବା ଆମ ସମାଜ ପାଇଁ କଳଙ୍କ
ଫେସବୁକରେ ଅନୁଭବଙ୍କ ଜବାବ
- ଗତ ଦୁଇବର୍ଷ ହେଲା ମିଡିଆ କେବଳ ମୋତେ ବଦନାମ କରିଆସୁଛି । ଏବେ ଯେତେବେଳେ ଆପଣଙ୍କ ମୁଖା ପଛର ସତ ମୁଁ ସାମ୍ନାକୁ ଆଣୁଛି ଆପଣ ଭୟଭୀତ ହୋଇପଡୁଛନ୍ତି
ବର୍ଷା ଫ୍ୟାନ କ୍ଲବର ଅଭିଯୋଗ
- ସୋସିଆଲ ମିଡିଆରେ କଣ ସତ କଣ ଅସତ୍ୟ ତାର ବିଚାର ହୁଏ ନା ବିଚାର ହୁଏ ନ୍ୟାୟାଳୟରେ?
ଫେସବୁକରେ ଅନୁଭବଙ୍କ ଜବାବ
- ଜଣେ ଜନପ୍ରତିନିଧି ହୋଇ ସୋସିଆଲ ମିଡିଆରେ ଏଭଳି ଲେଖିବାକୁ ପଡୁଥିବାରୁ ମୁଁ ଖୁବ ଦୁଃଖୀତ । କିନ୍ତୁ ମୁଁ ଚିପ ହୋଇ ବସିପାରିବା ନାହିଁ
ବର୍ଷା ଫ୍ୟାନ କ୍ଲବର ଅଭିଯୋଗ
- ଜଣେ ସ୍ତ୍ରୀକୁ ନିର୍ଯାତନା ଦେଇ ଘର ଭିତରକୁ ପ୍ରବେଶ କରାଇ ନଦେଇ ପଳେଇବା ଓ ଘରେ ପ୍ରବେଶ କରିବାକୁ ପୋଲିସର ସହୟତା ନେବାକୁ ପଡିବା ପାଇଁ ଦାୟୀ କିଏ?
ଫେସବୁକରେ ଅନୁଭବଙ୍କ ଜବାବ
- ଏଭଳି ମିଛ ଲୋକଙ୍କୁ ବିଶ୍ୱାସ ନକରିବାକୁ ମୁଁ ଓଡିଶା ପୋଲିସ ଓ ସାଇବର ବିଭାଗକୁ ଅନୁରୋଧ କରୁଛି । କାରଣ ସେ ଜଣେ ନୁହନ୍ତି ଏହା ପଛରେ ଏକ ଟିମ୍ କାମ କରୁଛି