କନକ ବ୍ୟୁରୋ: ଘୋଷଣା ହୋଇଛି ବିଜେଡିର ଆଉ ଏକ ବିଧାନସଭା ପ୍ରାର୍ଥୀ ତାଲିକା । ଏଥିରେ ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଯାଜପୁର ବଡଚଣା ଆସନରୁ ପ୍ରାର୍ଥୀ କରିଛି ଦଳ । ପୂର୍ବରୁ ଏହି ଆସନରୁ ଦଳର ବରିଷ୍ଠ ନେତା ତଥା ସେଠାରେ ଲଗାତାର ଭାବେ ବିଜୟୀ ହୋଇଆସୁଥିବା ନେତା ଅମର ଶତପଥୀଙ୍କ ଉପରେ ଭରସା କରିନି ଦଳ । ବରଂ ଏହି ଅସନରୁ ବର୍ଷାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ ।
ବର୍ଷା ପ୍ରିୟଦର୍ଶିନୀ ୨୦୧୯ରୁ ନିର୍ବାଚନ ଠାରୁ ବିଜେଡିରେ ସାମିଲ ହୋଇଥିଲେ । ସେ ସମୟରେ ଦଳ ପାଇଁ ବେଶ୍ ପ୍ରଚାର ମଧ୍ୟ କରିଥିଲେ । ଏବେ ସେ ଦଳରେ ବିଦ୍ଧିବଦ୍ଧ ଭାବେ ଦଳରେ ମିଶିବା ପରେ ଦଳ ତାଙ୍କୁ ବଡଚଣାରୁ ପ୍ରାର୍ଥୀ କରିଛି । ତେବେ ଏହି ଆସନରୁ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ଏହି ଆସନରେ ଲଢେଇ ରୋଚକ ହେବ ବୋଲି କୁହାଯାଉଛି ।
ବର୍ଷା ପୂର୍ବରୁ ଦଳରେ ସାମିଲ ହୋଇଥିଲେ ବି ସ୍ୱାମୀ , ସାଂସଦ ଅନୁଭବ ମହାନ୍ତିଙ୍କ ସହ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ଅନୁଭବ ବିଜେଡି ଛାଡି ବିଜେପିରେ ସାମିଲ ହୋଇଯିବା ପରେ ବର୍ଷା କିନ୍ତୁ ବିଜେଡିରେ ସାମିଲ ହୋଇ ନିର୍ବାଚନକୁ ଓହ୍ଲାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/26-16.jpg)