ଓଡ଼ିଶା ଆସୁ ଦିଲ୍ଲୀ ମାମଲା, ସୁପ୍ରିମକୋର୍ଟରେ ଅପିଲ କଲେ ବର୍ଷା: ଅନୁଭବଙ୍କ ଓକିଲ କହିଲେ ବର୍ଷାଙ୍କ ରହିଛି ନିଜସ୍ୱ ଆୟ, ଦିଲ୍ଲୀ ଆସି ଲଢ଼ିପାରିବେ ମାମଲା

ବର୍ଷାଙ୍କ ଓକିଲଙ୍କ ଜବାବ, ଏକୁଟିଆ ମହିଳା ଯିବା ଆସିବାରେ ହେବ ଅସୁବିଧା, ଦିଲ୍ଲୀରେ ନାହିଁ ବର୍ଷାଙ୍କ ଘର

177

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ପହଂଚିଲା ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା । ଦିଲ୍ଲୀ କୋର୍ଟରୁ କଟକ କୋର୍ଟକୁ ଛାଡପତ୍ର ମାମଲା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ବର୍ଷା ପ୍ରିୟ ଦର୍ଶିନୀ । ପଟିଆଲା ହାଉସକୋର୍ଟରେ ଛାଡପତ୍ର ଆବେଦନ କରିଛନ୍ତି କେନ୍ଦ୍ରାପଡା ସାଂସଦ । ସେହି ମାମଲାକୁ କଟକ ଫ୍ୟାମଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ଯାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଅନ୍ୟପଟେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ଆଗରୁ ମହକିଲଙ୍କ ପାଇଁ ଦୁଇ ଓକିଲଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି ।

୨୦୧୪ରେ ପଡ଼ିଥିବା ସମ୍ପର୍କର ଡୋରୀ, ୨୦୨୦ ମସିହା ଆସିଲା ବେଳକୁ ହୁଗୁଳା ପଡ଼ିଯିବ, ହୁଏତ ଏହି କଥା କେହି କଳ୍ପନା ବି କରିନଥିବେ । ବର୍ଷା-ଅନୁଭବଙ୍କ ଦାମ୍ପତ୍ୟ ଜୀବନରେ ଉଠିଥିବ ଝଡ଼, ଧୀରେ ଧୀରେ ବ୍ୟାପକ ହେଉଛି ସିନା, ଶାନ୍ତ ପଡ଼ିବାର ନାଁ ନେଉନି । ଆଉ ଏହାରି ଭିତରେ ସୁପ୍ରିମକୋର୍ଟରେ ପହଂଚିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା ସୁପ୍ରିମକୋର୍ଟରେ ପହଂଚିଛି । ଦିଲ୍ଲୀରୁ କଟକ, ମାମଲା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ପାଇଁ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ସାଂସଦ ଅନୁଭବ ମହାନ୍ତି ଯେଉଁ ପିଟିସନ ଦାଖଲ କରିଛନ୍ତି, ସେହି ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ପାଇଁ ଅନୁରୋଧ କରିଛନ୍ତି ବର୍ଷା । ବର୍ଷାଙ୍କ ସୁପ୍ରିମକୋର୍ଟ ଓକିଲ ଆବେଦନରେ ଦର୍ଶାଇଛନ୍ତି-
– ଦିଲ୍ଲୀ ଯାଇ ମାମଲା ଲଢିବା ବର୍ଷାଙ୍କ ପାଇଁ ସମ୍ଭବ ନୁହେଁ
– ଏକୁଟିଆ ମହିଳା ଦିଲ୍ଲୀ ଯାଇ ମାମଲା ଲଢ଼ିବା କଷ୍ଟକର
– ଅନୁଭବଙ୍କ ଘର ଉଭୟ ଦିଲ୍ଲୀ ଓ କଟକରେ ରହିଛି
– ମାମଲା ସ୍ଥାନାନ୍ତର ହେଲେ ଅନୁଭବଙ୍କ ଅସୁବିଧା କ’ଣ?
ଏପଟେ ବିବାହ ବିଚ୍ଛେଦ ପିଟିସନ୍ କଟକ ସ୍ଥାନାନ୍ତର ପ୍ରସଙ୍ଗରେ ଅନୁଭବଙ୍କ ଓକିଲ କହିଛନ୍ତି-
– ବର୍ଷାଙ୍କ ନିଜସ୍ୱ ଆୟ ରହିଛି, ଦିଲ୍ଲୀ ଆସି ମାମଲା ଲଢ଼ିବାରେ ସମସ୍ୟା ନାହିଁ
 
-ବର୍ଷା ଲୋକପ୍ରିୟ ଅଭିନେତ୍ରୀ, ସୁଟିଂ ପାଇଁ ବିଭିନ୍ନ ସ୍ଥାନକୁ ଯାଆନ୍ତି
-ତେବେ ଦିଲ୍ଲୀ ଆସି ମାମଲା ଲଢ଼ିବାରେ କୌଣସି ଅସୁବିଧା ନାହିଁ
-କୋର୍ଟଙ୍କ ନିଷ୍ପତି ଅନୁସାରେ ପରବର୍ତୀ ପଦକ୍ଷେପ ନିଆଯିବ
ତେବେ ଦେଖିବାର କଥା, ପଟିଆଲା ହାଉସକୋର୍ଟରେ ଅନୁଭବ ଦାଖଲ କରିବା ପିଟିସନ୍ ଏବଂ ମାମଲାକୁ କଟକ ସ୍ଥାନାନ୍ତର ପାଇଁ ବର୍ଷା, ସୁପ୍ରିକୋର୍ଟରେ କରିଥିବା ଆବେଦନ ଭିତରେ, ବର୍ଷା-ଅନୁଭବ ବିବାଦ ଆଗକୁ କେଉଁ ମୋଡ଼ ନେଉଛି?