କେମିତି ହୋଇଥିଲା ଅନୁଭବ-ବର୍ଷାଙ୍କ ବାହାଘର ? ପିଟିସନରେ ବିବାହ ପୂର୍ବର ଚାଞ୍ଚଲ୍ୟକର ତଥ୍ୟ ଦେଲେ ବର୍ଷା । ଆତ୍ମହତ୍ୟାର ଧମକ ଦେଇଥିଲେ, ହାତ କାଟି, ଛାତିରେ ଛୁରୀ ଲଗାଇ ବାହା ହେବାକୁ ବାଧ୍ୟ କରିଥିଲେ ଅନୁଭବ ।

2,361

କନକ ବ୍ୟୁରୋ: ବିବାଦରେ ବଡ ପରଦାର ବଡ ଷ୍ଟାର । ସିନେମା ନୁହେଁ ସତ ସମ୍ପର୍କରେ ହୋଇଛି ଫାଟ । ଲକଡାଉନରେ ଆରମ୍ଭ ହୋଇଥିବା ଫାଟ ଏବେ ଲଭଷ୍ଟୋରୀର ଦି ଏଣ୍ଡ କରିବାକୁ ବସିଛି । ତେବେ ଅନୁଭବଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବର୍ଷା । ସ୍ୱାମୀ ଅନୁଭବଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ଆଉ କଟକ ଏସଡିଜେଏମ କୋର୍ଟରେ ଅଭିଯୋଗ ଆଣିଛନ୍ତି ।

ତେବେ କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କେଉଁ ଅଭିଯୋଗ ଆଣିଛନ୍ତି ବର୍ଷା ତାର ପୂରା ତଥ୍ୟ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି । ତେବେ ପିଟିସନରେ ନିଜ ପ୍ରେମ କାହାଣୀ ନେଇ ଚାଞ୍ଚଲ୍ୟକର କଥା କହିଛନ୍ତି ବର୍ଷା । କେମିତି ବିବାହ କରିବାକୁ ଅନୁଭବ ତାଙ୍କୁ ବାଧ୍ୟ କରୁଥିଲେ ସେ ନେଇ ସବିଶେଷ ଖୁଲାସା କରିଛନ୍ତି । ତେବେ ପିଟିସନରେ ବିବାହ, ପ୍ରେମଠାରୁ ଆରମ୍ଭ କରି ବର୍ତମାନ ଯାଏଁ ଘଟିଥିବା ଘଟଣାର ସବୁ କଥା ବର୍ଣ୍ଣନା କରିଛନ୍ତି ବର୍ଷା । ପିଟିସନରେ ସେ କହିଛନ୍ତି, ୨୦୧୪ ଫେବୃଆରୀ ୮ ତାରିଖରେ ଦୁଇ ପରିବାରଙ୍କ ସହମତିରେ ସେମାନଙ୍କର ଆରେଂଜ ମ୍ୟାରେଜ ହୋଇଥିଲା । ଦୁଇ ଜଣ ଯାକ ଓଡିଆ ଫିଲ୍ମ ଇଂଡଷ୍ଟ୍ରିର ନାମୀ କଳାକାର । ଦୁହେଁ ପରସ୍ପରକୁ ଦୀର୍ଘ ଦିନ ଧରି ଜାଣିଥିଲେ ।

୬ ବର୍ଷ ଧରି ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ତେବେ ବାହାହେବାକୁ ବାଧ୍ୟ କରିଥିଲେ ଅନୁଭବ । ଏମିତିକି ଆତ୍ମହତ୍ୟାର ଧମକ ବି ଦେଇଥିଲେ । ଅନୁଭବଙ୍କୁ ବିବାହ କରିବା ପାଇଁ ଅନେକ ସମୟରେ ବିଭିନ୍ନ କୌଶଳ ଅବଳମ୍ବନ କରୁଥିଲେ । ଆତ୍ମହତ୍ୟା ଉଦ୍ୟମ କରିବା, ନିଜ ହାତ, ଗୋଡ, ଛାତି ଛୁରିରେ କାଟିଦେବା ପରି କାମ କରି ସେ ବିବାହ କରିବାକୁ ବାଧ୍ୟ କରୁଥିଲେ । ଏଭଳି ହରକତ ପରେ ବର୍ଷାଙ୍କ ମାଆ ଅନୁଭବଙ୍କୁ ବିବାହ କରିବାକୁ ରାଜି ହୋଇଥିବା ପିଟିସନରେ ଉଲ୍ଲେଖ ରହିଛି ।