ଅନୁଭବଙ୍କ ନାଁରେ ଥାନାରେ ଅଭିଯୋଗ କଲେ ବର୍ଷା: କହିଲେ, ମନଗଢ଼ା କାହାଣୀ କହି କରୁଛନ୍ତି ଆକ୍ଷେପ, ହାନି ହେଉଛି ସମ୍ମାନ

312

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏତଲାରେ ବର୍ଷା ଅଭିଯୋଗ କରି ଲେଖିଛନ୍ତି, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି  । ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଭିତିହୀନ କାହାଣୀ ସଜେଇ ସମାଜର ମର୍ଯ୍ୟାଦାର ସହିତ ବଂଚିବାର ଅଧିକାରୀ ଛଡାଇ ନେଉଛନ୍ତି ।