କନକ ବ୍ୟୁରୋ: ଓଲିଉଡର ଚର୍ଚ୍ଚିତ ଯୋଡି ବର୍ଷା-ଅନୁଭବଙ୍କ ବିବାଦ ଏବେ ଅନେକ ସେଲିବ୍ରିଟିଙ୍କୁ ବ୍ୟଥିତ କରିଛି । ଗଣମାଧ୍ୟମରେ ଉଭୟଙ୍କ ପାରିବାରିକ କଳି ଓ ବିବାହ ବିଚ୍ଛେଦକୁ ନେଇ ଅନେକ ଖବର ପ୍ରସାରଣ ହେଉଥିବାବେଳେ ଏବେ ସୋସିଆଲ ମିଡିଆକୁ ଆସି ବ୍ୟକ୍ତିଗତ ସଂପର୍କର ଅନେକ ଅକୁହା କଥା କହୁଛନ୍ତି ଅଭିନେତା ତଥା ସାଂଦ ଅନୁଭବ ମହାନ୍ତି । ନିଜ ପରିବାର ଓ ତାଙ୍କ ପତ୍ନୀ ବର୍ଷାଙ୍କୁ ନେଇ ସୋସିଆଲ ମିଡିଆରେ ଛାଡିଥିବା ଭିଡିଓରେ ଅନେକ ଗୁମର ଖୋଲିଛନ୍ତି ଅନୁଭବ । ୨୦୧୪ରେ ବିବାହ ହୋଇଥିଲେ ବି ୨୦୨୦ ପର୍ଯ୍ୟନ୍ତ ସ୍ୱାମୀର ଅଧିକାର ପାଇ ନଥିବାରୁ ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା କହିଛନ୍ତି ।

Advertisment

ଏପରିକି ବର୍ଷା ତାଙ୍କୁ ଛୁଇଁବାକୁ ମଧ୍ୟ ସୁଯୋଗ ଦେଇନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଦାମ୍ପତ୍ୟ ଜୀବନର ଅନେକ ଅକୁହା କଥା ଏହି ଭିଡିଓରେ କହିଛନ୍ତି ଅନୁଭବ ମହାନ୍ତି । ତେବେ ଦୁହିଁଙ୍କ ଭିତରେ ପୁଣି ମିଳାମିଶା ହୋଇଯାଉ ବୋଲି ମତ ରଖିଛନ୍ତି ଓଡିଆ ଫିଲ୍ମ ଜଗତର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ସୁପରଷ୍ଟାର ସବ୍ୟସାଚୀ ମହାପାତ୍ରଙ୍କ ଭଳି ଅନେକ ପରିଚିତ ଚେହେରା ।