କନକ ବ୍ୟୁରୋ : ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ଭିତରେ ଆଜି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି । ବିବାହ ପରେ ବିଦାୟ ବେଳର ଫୋଟୋ ପୋଷ୍ଟ କରିଛନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ସେ ତାଙ୍କୁ ହୃଦୟରୁ ବହୁତ ଭଲ ପାଆନ୍ତି ।
🙏🏻@VarshaPriyadar3, I loved you from the deepest core of my heart. For whatever reasons, our marriage failed! Can’t we please be friends forever even after divorce? I never wanted this separation to be so dirty but when separation is a must then why not a respectable one please? pic.twitter.com/h3qT4aZgdu
— Anubhav Mohanty (@AnubhavMohanty_) October 6, 2023
ଯେକୌଣସି କାରଣରୁ ବିବାହ ବିଫଳ ହୋଇଥିଲେ ବି, ବିବାହ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିପାରିବେ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି । ଏହି ବିଚ୍ଛେଦ ଏତେ ତିକ୍ତତା ହେଉ ବୋଲି ସେ କେବେ ଚାହିଁ ନାହାନ୍ତି ବୋଲି ଲେଖିଛନ୍ତି । ବିଚ୍ଛେଦ ତ ନିଶ୍ଚିତ ହେବ, ହେଲେ କାହିଁକି ସମ୍ମାନର ସହ ହେବ ବୋଲି ସେ ପୋଷ୍ଟ କରିଛନ୍ତି ।
କିଛି ଦିନ ତଳେ ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାକୁ ଅଗ୍ରାହ୍ୟ କରି ଦେଇଥିଲେ ପରିବାର ଅଦାଲତ । ୨୦୨୦ରେ ଦିଲ୍ଲୀ ପଟିୟାଲା କୋର୍ଟରେ ଛାଡ଼ପତ୍ର ମାମଲା କରିଥିଲେ ସାଂସଦ । ମାମଲା କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟରେ ବର୍ଷା ଆବେଦନ କରିବା ପରେ ହାଇକୋର୍ଟରେ ବିଚାର ଆରମ୍ଭ ହୋଇଥିଲା । ପରେ କଟକ ଫ୍ୟାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରଥିଲେ ପଟିୟାଲା କୋର୍ଟ ।