ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା : ଆପୋଷ ବୁଝାମଣା ଭିତରେ ବାହାରିଲାନି ସମାଧାନ; ବର୍ଷାଙ୍କ ଓକିଲ କହିଲେ, ଏଣିକି କୋର୍ଟରେ ହିଁ କରିବେ ଆଲୋଚନା

Advertisment
ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା : ଆପୋଷ ବୁଝାମଣା ଭିତରେ ବାହାରିଲାନି ସମାଧାନ; ବର୍ଷାଙ୍କ ଓକିଲ କହିଲେ, ଏଣିକି କୋର୍ଟରେ ହିଁ କରିବେ ଆଲୋଚନା

କନକ ବ୍ୟୁରୋ : ଆପୋଷ ବୁଝାମଣା ଭିତରେ ବାହାରିଲାନି ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା । ୮ଥର ବର୍ଷା ଓ ଅନୁଭବ ପକ୍ଷ ମଧ୍ୟସ୍ଥତା କେନ୍ଦ୍ରରେ ଆମ୍ନା-ସାମ୍ନା ଆଲୋଚନା କରିବା ପରେ ବି କୌଣସି ସମାଧାନ ବାହାରିପାରିନାହିଁ । ଗତକାଲି ଶେଷ ଥର ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ତାଙ୍କ ଓକିଲ ଦର୍ଶାଇଥିଲେ ଯେ, ବର୍ଷା ଆଉ ମଧ୍ୟସ୍ଥତା କେନ୍ଦ୍ରରେ ଏହି ବିବାଦ ନେଇ ଆଲୋଚନା କରିବେ ନାହିଁ । ବରଂ ଯାହା ଆଲୋଚନା କରିବେ କୋର୍ଟରେ ହିଁ କରିବେ ।

ଫଳରେ ଏହି କ୍ରମରେ ଆଗକୁ ବର୍ଷା-ଅନୁଭବ ବିବାଦ ମାମଲା ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ବନ୍ଦ ରହିଲା । ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା ସୁପ୍ରିମକୋଟକୁ ଯିବା ପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ପକ୍ଷଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ-ସମାଧାନ ପାଇଁ ପରାଶର୍ମ ଦେଇଥିଲେ । ହେଲେ ଏଥିରୁ କୌଣସି ସୁଫଳ ବାହାରି ପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe